ସେଦିନ ବସ ନମ୍ବର 357 ରେ ଘଟିଗଲା ଏପରି ଭୟଙ୍କର ଘଟଣା,Bhawanipatna ଯିବା ରାସ୍ତା ରେ ଏହି ଘଟଣା ଜୀବନସାରା ମନେ ରହିବ

Spread the love

ଆପଣ ହୁଏତ ଭୁତ ପ୍ରେତ ବୋଲି କିଛି ଅଛି ଏହା ବିଶ୍ୱାସ କରୁନଥିବେ କିନ୍ତୁ ଏହି କାହାଣୀଟି ପୁରା ସତ ଏହାକୁ ଶୁଣି ଆପଣ ଜାଣିପାରିବେ ଯେ ପ୍ରକୃତରେ ଏହି ଦୁନିଆରେ ଖରାପ ଶକ୍ତି ବୋଲି କିଛି ଅଛି।ଗୋଟିଏ ବସ ଯାହାର ନମ୍ବର ହେଉଛି ୩୫୭ ସେହି ବସ ଏକ ବସ ଷ୍ଟପରେ ଆସି ରହିଲା।ସେହି ବସ ରହିବା ବେଳେ ତିନୋଟି ଲୋକ ସେହି ବସରେ ଚଢିଲେ କିନ୍ତୁ ଦୁଇ ଜଣ ଲୋକ ତୃତୀୟ ଲୋକକୁ ତାଙ୍କ କାନ୍ଧରେ ଆଣିକି ଆସିଲେ।

ବସ ଭିତରେ ଆଗରୁ ଡ୍ରାଇଭର କଣ୍ଡକ୍ଟର ଓ ଆଉ ଦୁଇ ଜଣ ବସିଥିଲେ। ଏହା ପରେ ଯାହା ଘଟିଲା ଆପଣ ଜାଣି ଛାନିଆ ହୋଇପାରନ୍ତି।ଏହି ଘଟଣାଟି ଚାଇନାର ବ୍ରିଜିଙ୍ଗ ସହରରେ ଘଟିଥିଲା।ଏହି ଘଟଣାଟି ୧୪ ନଭେମ୍ବର ୧୧୯୫ର ଓ ସମୟ ରାତି ୧ ଟାର।ଶୀତଦିନ ଥିଲା ବ୍ରିଜିସ ସହରର ଏକ ବସ ଷପରେ ଏକ ଯୁବକ ଓ ଜଣେ ମହିଳା ଶେଷ ବସକୁ ଅପେକ୍ଷା କରିଥିଲେ।ଏହା ପରେ ରାତି ୧୧ ହେଲା ଓ ବସଟି ଆସି ରହିଲା ଯୁବକ ଓ ସେହି ମହିଳା ବସରେ ଚଢ଼ିଲେ।କିନ୍ତୁ ବସ ଭିତରେ ଜଣେ ଡ୍ରାଇଭର ଓ ଜଣେ ମହିଳା କଣକ୍ଟରଙ୍କ ଛଡା ଆଉ କେହି ନଥିଲେ।ଏହା ପରେ ଯୁବକ ଜଣଙ୍କ ଡ୍ରାଇଭରର ପାଖସିଟରେ ବସିଲେ ଓ ମହିଳା ଜଣଙ୍କ ପଛ ସିଟରେ।

ବସ କିଛି ବାଟ ଗଲା ପରେ ଏକ ଦମ୍ପତି ଦେଖାଗଲେ।ସେ ମଧ୍ୟ ବସରେ ବସିଲେ ଓ ପୁଣି ବସ ଚାଲିଲା।ଏହା ପରେ କିଛି ବାଟ ଯାଇଛିକି ନାହିଁ ବସ ପୁଣି ରହିଲା ଏହି ସମୟରେ ମହିଳା ଜଣଙ୍କ ଝରକା ବାଟେ ଦେଖିଲେ ତିନିଜଣ ବ୍ୟକ୍ତି ଠିଆ ହୋଇଛନ୍ତି।ଏହା ପରେ ତିନିଜଣ ଯାକ ବସରେ ଚଢ଼ିଲେ କିନ୍ତୁ ସେମାନଙ୍କ ମୁହଁ ଅନ୍ଧାରରେ ଦେଖାଯାଉନଥିଲା କିନ୍ତୁ ସେମାନେ ଦୁଇ ଜଣ ଅନ୍ୟବ୍ୟକ୍ତିଙ୍କୁ କାନ୍ଧରେ ଧରିକି ଚଢିଥିଲେ।ପୁଣି ବସ ଚାଲିଲା ଓ କିଛି ବାଟ ଗଲାପରେ ସେହି ଦମ୍ପତି ଓହ୍ଲାଇଗଲେ ଓ ଏବେ ବସରେ ଡ୍ରାଇଭର ,କଣକ୍ଟର, ଯୁବକ ଓ ବୃଦ୍ଧ ମହିଳା ଥିଲେ।

ସେହି ତିନିଜଣ ବ୍ୟକ୍ତିଙ୍କ ମୁହଁ ବହୁତ ଭୟାନକ ଦେଖାଯାଉଥିଲା।କିଛି ସମୟ ବସ ଆଗକୁ ବଢିବା ପରେ ସେହି ବୃଦ୍ଧ ମହିଳା ଆଗକୁ ଯାଇ ସେହି ଯୁବକଙ୍କୁ କହିଲେ ତୁ କଣ ପାଇଁ ମୋ ପର୍ସକୁ ଚୋରି କରିଲୁ।ଯୁବକ ଜଣଙ୍କ କିଛି ଜାଣିପାରୁନଥିଲେ ଓ କହୁଥିଲେ ମୁଁ ଚୋରି କରିନାହିଁ।ଏହା ପରେ ଡ୍ରାଇଭର ଦୁହିଁଙ୍କୁ ଚୁପ କରାଇଲେ ଓ ମହିଳା ଜଣକ କହିଲେ ପଛରେ ବସିଥିବା ତିନିଜଣ କଣ ପାଇଁ କିଛି କିଛି କହୁନାହାନ୍ତି।

ଡ୍ରାଇଭର କହିଲେ ସେ ବୋଧେ ଯାତ୍ରା ଲୋକ ହୋଇଥିବେ ମଦ ନିଶାରେ ଏଭଳି ପୋଷାକ ପିନ୍ଧିଛନ୍ତି।ଏହା ପରେ କିଛି ସମୟ ପରେ ପୁଣି ଦୁହିଁଙ୍କ ମଧ୍ୟରେ ଝଗଡା ହେଲା ଓ ଡ୍ରାଇଭର ରାଗିକି ଯୁବକ ଓ ମହିଳାଙ୍କୁ ବସରୁ ଓହ୍ଲାଇଦେଲା ଓ ଏହା ପରେ ମହିଳା ଯୁବକଙ୍କୁ କହିଲେ ଆମ ଦୁହିଁଙ୍କ ଜୀବନ ରକ୍ଷା ହୋଇଗଲା କାରଣ ସେହି ପଛରେ ବସିଥିବା ତିନିଜଣଙ୍କ ଗୋଡ଼ ନଥିଲା ସେମାନେ ମଣିଷ ନଥିଲେ।ଏହା ପରେ ଦୁହେଁ ପୋଲିସ ଷ୍ଟେସନ ଯାଇ ସବୁ କହିଲେ କିନ୍ତୁ ପୋଲିସ ପାଗଳ କହି ଦୁହିଁକୁ ବାହାର କରିଦେଲା ଓ ଦୁହେଁ ନିଜ ଘରକୁ ଚାଲିଗଲେ।

ଏହା ପର ଦିନ ସେହି ବସଟି ଓ ଡ୍ରାଇଭର କଣକ୍ଟିଟ ନିଖୋଜ ହୋଇଯାଇଥିଲେ କିଛି ଦିନ ପରେ ଦୁହିଁଙ୍କ ସହ ଅନେକ ଦୂରରୁ ଏକ ନଦୀ ପାଖରୁ ମିଳିଥିଲା ଓ ସବୁଠୁ ଆଶ୍ଚର୍ଯ୍ୟ କଥା ଗାଡ଼ିରେ ତେଲ ନଥାଇ ଏତେ ବାଟ ଆସିଲା କିପରି।ସେମାନଙ୍କ ଶବ ପାଖରେ ଅନେକ ଦିନରୁ ଶଢ଼ୀଯାଇଥିବା ଆଉ ୩ ଟି ଶବ ମିଳିଲା ଯାହାକୁ ସେହି ଆତ୍ମାମାନେ କବ୍ଜା କରିଥିଲେ।ପୁଣି ଥାନାକୁ ସେହି ଯୁବକ ଓ ମହିଳାଙ୍କୁ ଡ଼କାଗଲା ଓ ସେମାନେ ସବୁ କଥା କହିଲେ ଯାହା ପରେ ଚାରିଆଡ଼େ ଡର ଖେଳିଗଲା।

Leave a Reply

Your email address will not be published. Required fields are marked *