ଦୁନିଆ ରେ ଏପରି ଲୋକ ମଧ୍ୟ ଅଛନ୍ତି – ଭିକ ମାଗିକି ହୋଇଛନ୍ତି କୋଟିପତି -ତାଙ୍କ ପାଖେ ଅଛି ଦୁନିଆ ର ସବୁଠୁ ଦାମୀ ଜିନିଷ ଓ ଗାଡି

Spread the love

ଆଜିର ଏହି ଆର୍ଟିକିଲରେ ଆମେ ଏପରି ଭିକାରିଙ୍କ ବିଷୟରେ ଜାଣିବା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଭିକାରି ମାନଙ୍କ ଆଗରେ ଭାରତର ବଡ଼ ବଡ଼ ବିଜନେସ ମ୍ୟାନ ମାନେ ମଧ୍ୟ କିଛି ନୁହନ୍ତି।ଦୁନିଆରେ ଦୁଇ ପ୍ରକାରର ମନୁଷ୍ୟ ରହିଛନ୍ତି ଯେଉଁମାନେ ଦିନ ରାତି ପରିଶ୍ରମ କରି ପଇସା ରୋଜଗାର କରିଥାନ୍ତି ଏବଂ ଅନ୍ୟମାନେ ଯେଉଁମାନେ ଭିକ ମାଗି ପଇସା ରୋଜଗାର କରିଥାନ୍ତି।ଆମେ ସବୁବେଳେ ଭାବିଥାଉ ଭିକ ମାଗିକି ଖାଉଥିବା ଲୋକ ମାନେ ବହୁତ ଗରିବ ଅଟନ୍ତି।ଭିକାରିଯେ ସବୁବେଳେ ଗରିବ ଅଟେ ଏହା ଭାବିବା ଅନିର୍ବାଜ୍ୟ ଅଟେ।

କାରଣ ଆମ ଦେଶରେ ଏପରି କିଛି ଭିକାରି ଅଛନ୍ତି ଯେଉଁମାନେ ଆପଣଙ୍କ ଠାରୁ ମଧ୍ୟ ଅଧିକ ଧନୀ ଅଟନ୍ତି।ତେବେ ଆସନ୍ତୁ ଜାଣିବା ଭାରତର ସବୁଠାରୁ ଅଧିକ ଧନୀ ଭିକାରିଙ୍କ ବିଷୟରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମେ ଆସୁଛନ୍ତି ରାମ ବାଇ।ଏହି ରାମ ବାଇ ନାମକ ଜଣେ ବୁଢ଼ୀ ମହିଳା ଜଣଙ୍କ ଆପଣଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟରେ ରାସ୍ତା ଉପରେ ଭିକ ମାଗୁଥିବାର ଦେଖିବାକୁ ମିଳିଥାନ୍ତି।

ଏହି ବୁଢ଼ୀ ମହିଳାଙ୍କ ଅବସ୍ଥାକୁ ଦେଖି କେହି ବିଶ୍ୱାସ କରିପାରିବେ ନାହିଁ ଯେ ସେ ପ୍ରକୃତରେ କେତେ ଧନୀ ଲୋକ ଅଟନ୍ତି।ଗୋଟେ ଥର ଯେତେବେଳେ ସେହି ବୃଦ୍ଧା ଜଣଙ୍କ ସଡ଼କ ଉପରେ ଭିକ ମାଗୁଥିଲେ ଗୋଟିଏ ଚୋର ତାର ଥାଳିକୁ ଛଡାଇ ନେଇ ଚାଲିଯାଇଥିଲେ।ଏହା ପରର ସେ ଚିଲେଇବା କାରଣରୁ ରାସ୍ତାରେ ଥିବା ପୋଲିସ ମାନେ ସେହି ଚୋରକୁ ଧରିଦେଲେ।ଯେତେବେଳେ ପୋଲିସ ସେହି ଥାଳିକୁ ଖୋଲିଲେ ଆଶ୍ଚର୍ଯ୍ୟ ହୋଇଗଲେ।ସେହି ଥାଳିରେ ରାମ ବାଇ ୮୦ ହଜାର ଟଙ୍କା ରଖିଥିଲେ।ଏହାଠାରୁ କେତେ ଅଧିକ ଟଙ୍କା ରାମ ବାଇ ତା ଘରେ ମଧ୍ୟ ରଖିଥିଲା।

ଦ୍ଵିତୀୟରେ ଆସୁଛି ବୁଜରୁ ଚନ୍ଦା ଆଜାଦ।ଏହି ବ୍ୟକ୍ତିଟି ମୁମ୍ବାଇରେ ଭିକ ମାଗୁଥାଏ।ସେ ପିଲାଟି ଦିନରୁ ଭିକ ମାଗିବା ଛଡା ଆଉ କିଛି କରିନି ଏକ ଦିନ ହଠାତ ତାର ଏକ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା।ଏହାପରେ ଯେତେବେଳେ ପୋଲିସ ତାର ଘରେ ଯାଞ୍ଚ କରିଥିଲା ସେଠାରେ ପୋଲିସକୁ ନଗଦ ଦେଢ଼ ଲକ୍ଷ ଟଙ୍କା ଏବଂ ୮ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ମିଳିଥିଲା।

ଏହାପରେ ଆସନ୍ତି ଲକ୍ଷ୍ମୀ ଦାସ।ସେ କୋଲକାତାରେ ଭିକ ମଗନ୍ତି ସେ ପୋଲିଓ ପିଡିତା ହୋଇଥିବାରୁ ଲୋକ ତାଙ୍କୁ ଦୟା ଦେଖାଇ ଅଧିକ ଦାନ କରିଥାନ୍ତି।ସେ ଭିକ ମାଗି ପ୍ରତି ଦିନ ହଜାର ଟଙ୍କାରୁ ଅଧିକ ସଞ୍ଚୟ କରିଥାନ୍ତି।ତାଙ୍କର ବ୍ୟାଙ୍କରେ ଏକ ଖାତା ମଧ୍ୟ ଅଛି।ଲୋକଙ୍କ କହିବା ଅନୁସାରେ ସେହି ଖାତାରେ ଏକ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ଜମା ଅଛି।

ଏହାପରେ ଆସନ୍ତି ସମ୍ବଜି ଜାଲେ ସେ ନିଜ ପରିବାର ଚଳାଇବାପାଇଁ ଭିକ ମାଗିଥାନ୍ତି।ସେ ଏହା କହିଛନ୍ତିଯେ ସେ ଭିକ ମାଗି ଏକ ହଜାରରୁ ଦେଢ଼ ହଜାରରୁ ଅଧିକ ଏକ ଦିନରେ ପାନ୍ତି ତାଙ୍କର ସମ୍ପତି ରୂପରେ ଗୋଟିଏ ଫ୍ଲାଟ ଏବଂ ଏକ ଜାଗା ଏବଂ ଦୁଇଟି ଘରରେ ସେ ଏକୁଟିଆ ମାଲିକ ଅଟନ୍ତି।

ଏହାପରେ ଆସନ୍ତି କୃଷ୍ଣ କୁମାର।ସେ ମୁମ୍ବାଇରେ ଭିକ ମଗନ୍ତି।ତାଙ୍କ କହିବା ଅନୁସାରେ ସେ ଭିକ ମାଗି ପ୍ରତ୍ୟେକ ଦିନ ୧୫୦୦ ଟଙ୍କାରୁ ଅଧିକ ରୋଜଗାର କରିଥାନ୍ତି।ତାଙ୍କର ମଧ୍ୟ ନିଜର ଫ୍ଲାଟ ଅଛି ଯାହାର ମାଲିକ ସେ ନିଜେ ଅଟନ୍ତି।

ଏହାପରେ ଆସନ୍ତି ହଜି।ସେ ମଧ୍ୟ ମୁମ୍ବାଇ ସହରରେ ଭିକ ମାଗିଥାନ୍ତି।ସେ ଏବଂ ତାଙ୍କ ଭଉଣୀ ଏହି ଭିକ ମାଗି ଏକ କାରଖାନା ମଧ୍ୟ ଚଳାଉଥିଲେ ଯେଉଁଥିରେ ୧୫ ହଜାରରୁ ଅଧିକ କାରିଗର କାମ କରୁଥିଲେ।ପରିବାରର କାମ ଭଲ ଥିଲା।କିନ୍ତୁ ତାକୁ ତାର ଭିକ ମାଗିବାର କାମ ସବୁଠାରୁ ଅଧିକ ଭଲ ଲାଗିଥାଏ।ସେ ଭିକ ମାଗି ଏକରୁ ଦୁଇ ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି।ସେ ମୁମ୍ବାଇରେ ଜାଗା ମଧ୍ୟ କିଣିଛନ୍ତି।

ଏହାପରେ ଆସନ୍ତି ସର୍ବତୀଆ ଦେବୀ।ସେ ପାଟନାର ଟ୍ରେନରେ ଭିକ ମାଗିଥାନ୍ତି ଏବଂ ତାଙ୍କ କହିବା ଅନୁସାରେ ସେ ପ୍ରତିଦିନ ୧୫୦୦ରୁ ୨୦୦୦ ରୋଜଗାର କରିଥାନ୍ତି।ସେ ମଧ୍ୟ ଏକ ଘର କିଣିଛନ୍ତି।

ଏହାପରେ ଆସନ୍ତି ମଲାନା ଖାନ।ସେ ଆମ ଦେଶର ସବୁଠାରୁ ଧନୀ ଭିକାରି ଅଟନ୍ତି।ସେ ସବୁବେଳେ ପାଞ୍ଚ ଷ୍ଟାର ହୋଟେଲରେ ଭିକ ମାଗିଥାନ୍ତି ଯେଉଁଠାକୁ ଫିଲ୍ମ ଷ୍ଟାର ମାନେ ଆସିଥାନ୍ତି।ସେ ପ୍ରତ୍ୟେକ ଦିନ ଦୁଇ ହଜାର ଟଙ୍କା ରୋଜଗାର କରିଥାନ୍ତି।କହିବାକୁ ଗଲେ ତା ପାଖରେ ପାଖାପାଖି ଚାଳିଶି ଲକ୍ଷ ଟଙ୍କାର ସମ୍ପତି ଅଛି।

ଏହାପରେ ଆସନ୍ତି ପପୁ କୁମାର।ସେ ପାଟନାରେ ଭିକ ମାଗିଥାନ୍ତି।ପପୁ ପ୍ରଥମରୁ ଭିକ ମାଗୁନଥିଲେ କିନ୍ତୁ ଏକ ଦୁର୍ଘଟଣାରେ ଗୋଡ଼ ହରାଇଥିବାରୁ ସେ ଭିକ ମାଗିବାକୁ ବାଧ୍ୟ ହେଲେ।ସେ ଟ୍ରେନ ଷ୍ଟେସନରେ ଭିକ ମଗନ୍ତି।ତାଙ୍କ ସମ୍ପତ୍ତି ବିଷୟରେ କହିଲେ ସେ ଏକ କୋଟି ୨୫ ହଜାର ଟଙ୍କାର ମାଲିକ ଅଟନ୍ତି।

ଏହାପରେ ଆସନ୍ତି ଭରତ ଜେନ।ସେ ମୁମ୍ବାଇରେ ଭିକ ମାଗିଥାନ୍ତି।ସେ ପ୍ରତ୍ୟେକ ମାସରେ ୭୫ରୁ ୮୦ ହଜାର ଟଙ୍କା ଭିକ ମାଗି ରୋଜଗାର କରିଥାନ୍ତି ତାଙ୍କ ପାଖରେ ମୁମ୍ବଇରେ ଦୁଇଟି ଫ୍ଲାଟ ରହିଛି ଯାହାର ମୁଲ୍ୟ ୭୫ରୁ ୮୦ ଲକ୍ଷ ହେବ।

Leave a Reply

Your email address will not be published. Required fields are marked *