ଆସନ୍ତୁ ଜାଣିବା ଭୃସଙ୍ଗପତ୍ରର ତେଲ କିପରି ପ୍ରସ୍ତୁତ କରିବା ସେ ବିଷୟରେ..

Spread the love

ଆଜି ଆମେ ଏଠାରେ ଭୃସଙ୍ଗ ପତ୍ରର ତେଲ ବନେଇବା ଶିଖେଇବୁ ଏହା ସାଧାରଣତଃ ଚୁଟି ପାଇଁ ବହୁତ ଉପଯୋଗୀ ହୋଇଥାଏ।ଆମକୁ ପ୍ରଥମେ ନେବାର ଅଛି ଭୃସଙ୍ଗ ପତ୍ର ଆଉ ତାକୁ ନେବେ ଓ ଭଲ ଭାବରେ ଧୋଇ ସଫା କରି ନେବେ।ତାପରେ ତାକୁ ହାଲ୍କା ଫ୍ୟାନ ପବନ ତଳେ ସୁଖେଇ ନେବେ ଧ୍ୟାନ ରଖିବେ ଆମକୁ ସେ ଭୃସଙ୍ଗପତ୍ରକୁ ଖରାରେ ସୁଖେଇବାର ନାହିଁ।ତାପରେ ସେ ସବୁ ଶୁଖୀଗଲା ପରେ ଆମେ ଗୋଟେ ଗିନା ନେବା ଆଉ ତାକୁ ଗୋଟେ ଗିନାରେ ଭଲ ଭବାରେ ଭୃସଙ୍ଗପତ୍ରକୁ ଭର୍ତ୍ତି କରିନେବେ।ଆଉ ତାପରେ ସେ ଗୋଟେ ଗିନା ଭୃସଙ୍ଗପତ୍ରକୁ ନେବେ ଓ ଗୋଟେ ଗ୍ରାଇଣ୍ଡରର ଜାରରେ ଭର୍ତ୍ତି କରିନେବେ ଆଉ ତାକୁ ବାଟିବା ପାଇଁ ଆମକୁ ପାଣିର ବ୍ୟବହାର କରିବାର ଆଵଶ୍ୟକତା ନାହିଁ।ତାକୁ ବାଟିବା ପାଇଁ ଆମେ ସେଥିରେ ନଡ଼ିଆ ତେଲ ପକେଇବା।ଆମେ ଏଠାରେ ଗୋଟେ ଗିନା ଭୃସଙ୍ଗପତ୍ର ପାଇଁ ତିନି ଚାମୁଚ ନଡ଼ିଆ ତେଲ ମିଶେଇବା।

ତାପରେ ଏହାକୁ ଗ୍ରାଇଣ୍ଡର ସାହାଯ୍ୟରେ ଭଲ ଭାବରେ ବାଟୀ ଗୋଟେ ପେଷ୍ଟ ପ୍ରସ୍ତୁତ କରିନେବା।ଆମକୁ ଏହି ତେଲ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ଏକ ପାତ୍ର ନେବାକୁ ଅଛି।ଏହା ମୋଟା ହେବାର କାରଣ ହେଉଛି ଆମେ ଯେତେବେଳେ ଏହାର ତେଲ ପ୍ରସ୍ତୁତ କରିବା ଯେମିତି ଏହାର ପତ୍ର ନଜଳିବା ଆଵଶ୍ୟକ।ତାପରେ ସେ ପାତ୍ରରେ ଆମେ ପକେଇବା ତିନି ଗିନା ନଡ଼ିଆ ତେଲ।ଆଉ ଆମେ ସେହି ଗିନା ବ୍ୟବହାର କରିବା ଯେଉଁଥିରେ ଆମେ ଆମର ପତ୍ରକୁ ମାପି ଥିଲେ।ତାପରେ ତେଲ ପକେଇ ସରିବା ପରେ ଆମେ ଯେଉଁ ପେଷ୍ଟ ପ୍ରସ୍ତୁତ କରିଥିଲେ ଏଥିରେ ସେ ପେଷ୍ଟକୁ ପକେଇ ନେବା।ଆଉ ଆମେ ଏଯେଉଁ ତେଲ ପ୍ରସ୍ତୁତ କରୁଛେ ଆମକୁ ଏହାକୁ ଲୋଫ୍ଲେମରେ ପକେଇବାଇ ଅଛି।ଆମକୁ ଜମାବି ଏଠାରେ ହାଇ ଫ୍ଲେମ କରିବାର ନାହିଁ କାରଣ ଆମର ଏହି ପେଷ୍ଟ ଜଳିଯିବ ଆଉ ଯେଉଁ ଭୃସଙ୍ଗପତ୍ରର ଗୁଣ ନଷ୍ଟ ହୋଇଯିବ।

ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଏଠାରେ ୧୦-୧୫ ମିନିଟ ସମୟ ଲାଗିବ। ଆଉ ଆପଣ ଯଦି ଏଠାରେ ଜଲ୍ଦି ଗ୍ୟାସ ବନ୍ଦ କରିନେବେ ତାହେଲେ ଏଠାରେ ତେଲ କଞ୍ଚା ରହିଯିବ।ଆଉ ଏହା ରାନ୍ଧି ହେଲାକି ନାହିଁ ଚେକ କରିବା ପାଇଁ ଆମେ ଏକ ଉପାୟର ବ୍ୟବହାର କରିବା। ଆମକୁ ଏହି ଉପାୟ ପାଇଁ ଚାରିଟି ଗୋଟା ଭୃସଙ୍ଗ ପତ୍ର ନେବାର ଅଛି। ଆଉ ତାକୁ ସବୁ ଏଠାରେ ଏହି ତେଲରେ ପକେଇବାର ଅଛି।ଏହାପରେ ଆମେ ସେ ସବୁ ଜିନିଷକୁ ଅଳ୍ପ ଆଞ୍ଚରେ ରାନ୍ଧିବାକୁ ଲାଗିବେ। ନିଜର ଚାମୁଚକୁ ଲଗାତାର ତା ଭିତରେ ଚଲେଇବାକୁ ପଡିବ।ଏହି ତେଲ ଆମ ଚୁଟି ପାଇଁ ବହୁତ ଭଲ ହୋଇଥାଏ। ଯଦି ଆପଣଙ୍କ ଚୁଟିରେ ରୂପି ଅଛି ଆଉ ଚୁଟି ଉପୁଡିବାରେ ଲାଗିଛି ତାହେଲେ ଏସବୁ ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ। ଆମର ଚୁଟି ଲମ୍ବା କରିବା ପାଇଁ ଏସବୁ ଜିନିଷ ବହୁତ ଦରକାରୀ ଅଟେ।

ଆପଣ ଠିକ ଆଠ ମିନିଟ ପରେ ଦେଖିବେ ଲୋ ଫ୍ଲେମରେ ରଖିଲା ପରେ ମଧ୍ୟ ସେ ତେଲ ହାଲ୍କା ହାଲ୍କା ଫୁଟିବାରେ ଲାଗିବ।ଆମ ତେଲ ଭଲ ଭାବରେ ରାନ୍ଧି ହୋଇଛିକି ନାହିଁ ଜାଣିବା ପାଇଁ ଆମେ ପକେଇ ଥିବା ଗୋଟା ଭୃସଙ୍ଗ ପତ୍ରକୁ ଚାମୁଚ ସାହାଯ୍ୟଇ ବାହାରକୁ ଆଣିବା ଓ ତାଦେହରେ ହାତ ମାରି ଦେଖିବା ଏହା ଭାଙ୍ଗୁଛିକି ନାହଁ।ଯଦି ସେ ପତ୍ର ସମ୍ପୂର୍ଣ୍ଣ ଭାବରେ ଟାଣ ହୋଇଯାଇଥିବ ଓ ଏହାକୁ ଛୁଇଁଲେ ଭାଙ୍ଗୁଥିବ ତାହେଲେ ଆମ ତେଲ ଭଲ ଭାବରେ ତିଆରି ହୋଇ ଯାଇଛି।ଆଉ ସେହି ସମୟରେ ଆମେ ଆମ ଗ୍ୟାସକୁ ବନ୍ଦ କରିଦେବାର ଅଛି।ତାପରେ ଏହାକୁ ଗ୍ୟାସରୁ ଓଲ୍ହାଈ ଛାଣିବା ପାଇଁ ରଖିଦେବା।ଆଉ ଏହା ଥଣ୍ଡା ହେବା ପରେ ଆମେ ନିଜର ଛାଣିବା ପ୍ରକ୍ରିୟା ଆରମ୍ଭ କରି ପାରିବ।

ଆମକୁ ଛାଣିବା ପାଇଁ ଦରକାର ଗୋଟେ ସଫା ଗିନା ଆଉ ତାପରେ ଗୋଟେ ଚା ଛଣା।ଆଉ ଏହି ଚା ଛଣା ଉପରେ ଗୋଟେ ଭଲ ଓ ସଫା ସୁତରା କପଡା ପକେଇ ନେବା।ଆଉ ଏହା ପରେ ନିଜର ପ୍ରସ୍ତୁତ କରିଥିବା ତେଲକୁ ନେବେ ଭଲ ଭବାରେ ଛାଣିବା ଆରମ୍ଭ କରିଦେବା।ଆପଣ ଏହି ତେଲକୁ ନିଜ ଚୁଟିରେ ସପ୍ତାହରେ ଦୁଇଥର ଲଗେଇ ପାରିବେ।ଆଉ ଏହାକୁ ଲଗେଇ ସାରିବାର ଠିକ ଗୋଟେ ଘଣ୍ଟା ପରେ ଏହାକୁ ଆପଣ ଧୋଇ ପାରିବେ।ଆଉ ଏହାକୁ ଲଗେଇବା ଦ୍ୱାରା ଆପଣଙ୍କୁ ବହୁତ ଭଲ ଲାଭ ମିଳିବ।ତାପରେ ଆମେ ଏହାକୁ ଭଲ ଭାବରେ ଚୁପୁଡି ଦେବା।ଆଉ ଆପଣ ଦେଖିବେ ଏ ତେଲର ରଙ୍ଗ ବହୁତ ଭଲ ସବୁଜ ରଙ୍ଗ ଆସିବ।ଆଉ ଯଦି ଆମେ ହାଇ ଫ୍ଲେମରେ ତେଲ ବନେଇବା ତାହେଲେ ଏହାର ରଙ୍ଗ ସମ୍ପୂର୍ଣ୍ଣ ଭାବରେ ଖରାପ ହେବାର ସମ୍ଭାବନା ଥାଏ।ଆମେ ଏହାକୁ ଗୋଟେ ବୋତଳରେ ପୁରେଇ ରଖି ପାରିବେ।

Leave a Reply

Your email address will not be published. Required fields are marked *