ମାତ୍ର ଦୁଇ ମିନିଟରେ ଚୁଟି ଲମ୍ବା କରିବାର ଏକ ସହଜ ଓ ସୁନ୍ଦର ଉପାୟ..

Spread the love

ନମସ୍କାର,ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆଜି ଆମେ ଏକ ବିଶେଷ ଓ ମହତ୍ତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବାକୁ ଯାଉଛେ।ଏହି ଉପାୟଟି ସାଧାରଣତଃ ଝିଅ ପିଲାମାନଙ୍କର ବହୁତ ବହୁତ କାର୍ଯ୍ୟରେ ଲାଗିପାରେ।ତେଣୁ ଚାଲନ୍ତୁ ବିଳମ୍ବ ନକରି ଆରମ୍ଭ କରିବା ସେ ବିଷୟ ବସ୍ତୁଟି। ଆମ ଶରୀରରେ ଚୁଟି ଆମ ମସ୍ତିଷ୍କରେ ଶୋଭା ବଢ଼େଇ ଥାଏ ଓ ଆମର ସୁନ୍ଦରତା ବଢେ଼ଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ଆଉ ଚୁଟି ମଧ୍ୟ ଆମକୁ ଖରା,ବର୍ଷା,ସିତ ଓ କାକରରୁ ଆମକୁ ରକ୍ଷା କରିଥାଏ।କହିବାକୁ ଗଲେ ପୁଅ ପିଲାମାନଙ୍କ ଅପେକ୍ଷା ଝିଅ ପିଲାମାନେ ନିଜ ଚୁଟିର ଅଧିକ ଧ୍ୟାନ ରଖନ୍ତି।ଝିଅ ମାନେ ସବୁବେଳେ ପ୍ରୟାସ କରିଥାନ୍ତି କିପରି ସେମାନେ ନିଜ ଚୁଟିକୁ ସୁନ୍ଦର ଓ ଲମ୍ବା,ଗହଳିଆ ଆଉ ସୁଶୋଭିତ କରିପାରିବେ, ସେଥିପାଇଁ ବିଶେଷ ଧ୍ୟାନ ଦେଇ ଥାଆନ୍ତି।ଆଜିକାଲି ସମସ୍ତେ ନିଜ ଚୁଟିକୁ ଲମ୍ବା ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି।

ଆଉ ଏକ ମୁଖ୍ୟକଥା ହେଲା ଝିଅ ପିଲା ମାନଙ୍କର ଚୁଟି ଲମ୍ବା ଓ ଗହଳିଆ ହେବା କାରଣରୁ ଏହାର ବହୁତ ସମସ୍ୟା ଦେଖାଦେଇଥାଏ।ଯେମିତି ଚୁଟି ଝଡ଼ିବା ଚୁଟି ଉପୁଡିବା ଭଳି ସମସ୍ୟା ମାନ ପରି ଲିଖିତ ହୋଇଥାଏ।ଆଉ ବହୁତ ଲୋକ ଖରାରେ ବାହାରେ ବୁଲୁଥିବା କାରଣରୁ ସେମାନଙ୍କ ଝାଳ ହୋଇ ଚୁଟି କୁଣ୍ଡେଇ ହୋଇ ଆହୁରି ଅଧିକ ଝଡ଼ିବାକୁ ଲାଗିଥାଏ।ଆପଣ ଯେକୌଣସି କ୍ଷେତ୍ରକୁ ଗଲେ ମଧ୍ୟ ଆପଣଙ୍କର ବାହ୍ୟ ସୁନ୍ଦରତା ଅତ୍ୟନ୍ତ ଆଵଶ୍ୟକ ହୋଇଥାଏ।ତାପରେ ଯାଇଁ ଆଉ ଯେଉଁ ଜିନିଷ ଦେଖାଯାଇ ଥାଏ।ଆଉ ସାଧାରଣତଃ ଦେଖିବାକୁ ଗଲେ ଝିଅ ପିଲା ମାନଙ୍କ ମଧ୍ୟରୁ କାହାକୁ ନିଜର ଲମ୍ବା ଚୁଟି କରିବା ପସନ୍ଦ ହୋଇନଥାଏ।ସମସ୍ତେ ଚାହାନ୍ତି ତାଙ୍କର ଯେମିତି ଲମ୍ବା ଚୁଟି ହେଉ ଆଉ ସେମାନେ ସୁନ୍ଦର ଦେଖାଯାଆନ୍ତୁ।ଆଉ ଯେଉଁମାନଙ୍କ ଚୁଟି ଲମ୍ବା ବା ସୁନ୍ଦର ନୁହେଁ ସେମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରି ନିଜର ଚୁଟିକୁ ଆହୁରି ଖରାପ କରିବାରେ ଲଗାଇଛନ୍ତି।

ଆଉ ବଜାରରେ ବିଭିନ୍ନ ପ୍ରକାରର ପ୍ରାକୃତିକ ତେଲ ଓ ବିଭିନ୍ନ ପ୍ରକାରର ପ୍ରାକୃତିକ ଉପାୟ ମଧ୍ୟ ଚାରି ଆଡ଼େ ମିଳୁଛି କିନ୍ତୁ ଏହାର ବ୍ୟବହାର କଲାପରେ ବହୁତ ଡେରିରେ ଏହାର ଫଳ ଦେଖିବାକୁ ମିଳିଥାଏ।ବେଳେ ବେଳେ ଜଣ ଜଣଙ୍କ ଉପରେ ଏହାର ଫଳ ମଧ୍ୟ ଦେଖିବାକୁ ମିଳିନଥାଏ।ଆଉ ସେମାନେ ଏହି ଉପାୟକୁ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର କଲାପରେ ମଧ୍ୟ ସେମାନଙ୍କୁ କିଛି ଲାଭ ମିଳିନଥାଏ।ଆଉ ସେମାନେ ହତାଶ ହୋଇ ଆଉ ନିରୁପାୟ ହୋଇ ଆଉ କୌଣସି ପ୍ରୟାସ କରନ୍ତି ନାହିଁ।ସେମିତିରେ ଦେଖିବାକୁ ଗଲେ ପ୍ରାକୃତିକ ଉପାୟ ଡେରିରେ ଫଳପ୍ରଦ ହୋଇଥାଏ କିନ୍ତୁ ସେ ତାର ପରିଣାମ ନିଶ୍ଚିତଭାବରେ ଦେଖେଇ ଥାଏ।ଆଉ ଯଦି କଥାହେବା ରାସାୟାନିକ ଉପାୟ ବିଷୟରେ ତାହେଲେ ଏହାର ଫଳ ବହୁତ ଶିଘ୍ର ମିଳିଥାଏ କିନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା ବହୁତ ଥାଏ।

ଆମ ପାଖରେ ଏମିତି ଏକ ଉପାୟ ଅଛି ଯାହାଦ୍ୱାରା ଆପଣ ବିନା କୌଣସି ଔଷଧି ବ୍ୟବହାର କରି କିମ୍ବା ବିନା କୌଣସି ତେଲ ଲଗେଇ କେବଳ ଦୁଇ ମିନିଟରେ ନିଜର ଚୁଟିକୁ ଦୁଇରୁ ତିନି ଇଞ୍ଚ ଲମ୍ବା କରି ପାରିବେ।ତାହେଲେ ଚାଲନ୍ତୁ ଜାଣିବା ସେହି ଚମତ୍କାରି ଉପାୟ ବିଷୟରେ ଏହା ସାଧାରଣତଃ କେବଳ ଝିଅ ପିଲା ମାନଙ୍କ ପାଇଁ ଅଟେ।ଯଦିବି ଆପଣଙ୍କ ଚୁଟି ଲମ୍ବା ହେଉ କିମ୍ବା ଛୋଟ କେବଳ ଏହି ସାଧାରଣ ଉପାୟରେ ଆପଣଙ୍କ ଚୁଟି ପ୍ରାୟତଃ ଦୁଇରୁ ତିନି ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ଦେଖାଯିବ।ତାହାଲେ ଚାଲନ୍ତୁ ଆରମ୍ଭ କରିବା ଏହି ଉପାୟଟିକୁ।ସାଧାରଣତଃ ଝିଅମାନେ ବା ଯେକୌଣସି ସ୍ତ୍ରୀଲୋକ ନିଜ ଚୁଟି ଯୋଉ ବାନ୍ଧନ୍ତି ତାକୁ ଲାଞ୍ଜ ଭଳି ଯୋଉ ଛାଡ଼ନ୍ତି କିପରି କରନ୍ତି ନା ସବୁ ଚୁଟିକୁ ଏକାଠି ଧରିଲେ ଓ ତାଦେହରେ ରବର ବ୍ୟାଣ୍ଡ ଲଗେଇଲେ ଆଉ ତାକୁ ତଳକୁ ଛାଡିଦେଲେ।ଏହି ଉପାୟରେ ଆମେ ଅଳ୍ପ ପରିବର୍ତ୍ତନ ଆଣିବା ଯାହାଦ୍ୱରା ଆପଣଙ୍କ ଚୁଟି ଆହୁରି ଲମ୍ବା ଓ ଗହଳିଆ ଦେଖାଯିବ।କଣ କରିବା ନା ପ୍ରଥମେ ଗୋଟେ ପନିଆ ସାହାଯ୍ୟରେ ନିଜ ଚୁଟିକୁ ସିଧା କରିନେବା।ଆଉ ଉପର ପଟରୁ ନିଜ ଚୁଟିର ଅଳ୍ପ ଏକ ଭାଗ ନେବା।ଆଉ ତାକୁ ଗୋଟେ ରବର ବ୍ୟାଣ୍ଡ ସହାୟତାରେ ଉଚ୍ଚତ୍ତମ ଚୋଟୀ ପ୍ରସ୍ତୁତ କରିନେବା।

ତାପରେ ସେ ଚୁଟିକୁ ଆଗକୁ ନେଇ ଯିବା ଏବେ ସମୟ ଆସିବ ତଳେ ବାକି ଥିବା ଚୁଟି ମାନଙ୍କର ଆମେ କଣ କରିବାନା ତାକୁ ସବୁ ନେବା ଓ ଗୋଟେ ରବର ବ୍ୟାଣ୍ଡ ସାହାଯ୍ୟରେ ବାନ୍ଧିନେବା।ଆଉ ଏହାକୁ ବେଶି ଉଚ୍ଚା ବାନ୍ଧିବେ ନାହିଁ କାହିଁକିନା ଏହାର ଯେମିତି ସମ୍ପୂର୍ଣ୍ଣ ଲମ୍ଵତ୍ୱ ଆସିବ।ତାପରେ ଉପରକୁ କରିଥିବା ଚୁଟିକୁ ତଳକୁ ନେଇ ଆସିବ।ତାପରେ ଦେଖିବେ ଯାଦୁ,ଆପଣଙ୍କର ଚୁଟି ଦୁଇରୁ ତିନି ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ଦେଖାଯିବ।ଆମେ ପ୍ରକୃତରେ ଏଠାରେ କଣ କଲୁନା ଏଠାରେ ଏକ ଆଖିର ଧୋକା ପ୍ରସ୍ତୁତ କଲୁ।ମାନେ ଆମେ ଏଠାରେ ତଳ ଚୁଟିର ଲମ୍ଵତ୍ୱ ସେତିକି ରଖିଲୁ ଆଉ ଉପର ଚୁଟିକୁ ଆହୁରି ଉପରକୁ ନେଇ ଗଲୁ। ଯାହାଦ୍ୱାର ଦେଖିବା ଲୋକଙ୍କୁ ଲାଗିବ ଆପଣଙ୍କ ଚୁଟି ଉପରୁ ଆରମ୍ଭ ହୋଇ ଏତେ ତଳକୁ ଆସୁଛି। ଆଉ ଏହା ଦ୍ୱରା ହିଁ ଆପଣଙ୍କ ଚୁଟି ଲମ୍ବା ଦେଖାଯିବ।

Leave a Reply

Your email address will not be published. Required fields are marked *