ଭୂମି ହୀନ ଲୋକ ଜମି ପାଇବା ପାଇଁ କିପରି ଅନଲାଇନ ଆବେଦନ କରିବେ?ଏହି ଲୋକଙ୍କୁ ମିଳିବ ଗୁଣ୍ଠିକିଆ ପଟ୍ଟା – ଏମିତି ଆବେଦନ କରନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଭୂମିହୀନ ବ୍ୟକ୍ତି ତେବେ ସରକାରଙ୍କ ଠାରୁ ଜମି ପାଇବାପାଇଁ କିପରି ଅନଲାଇନ ଅପ୍ଲାଇ କରିବେ ସେହି ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ।ଏଥିପାଇଁ ଆପଣ ନିଜ ମୋବାଇଲ କିମ୍ବା କମ୍ୟୁଟରରେ ଯେକୌଣସି ବ୍ରାଉଜର ମାଧ୍ୟମରେ ଯାଇ ଗୁଗୁଲରେ ବସୁନ୍ଧରା ଯୋଜନା ଓଡିଶା ଟାଇପ କରନ୍ତୁ।ଏହା ପରେ ଆପଣଙ୍କ ସାମ୍ନାରେ ଅନେକ ଲିଙ୍କ ଆସିବ।ଏଥିରେ ଆପଣ ପ୍ରଥମ ଲିଙ୍କକୁ କ୍ଲିକ କରନ୍ତୁ।ଏହାପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ ଖୋଲିଯିବ।ସେଥିରେ ସଭା ଉପରି ଭାଗରେ ଲେଖା ଥିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭିଭାଗ।

ତାହାର ତଳେ ଆପଣଙ୍କୁ ସେହି ଯୋଜନା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଅଛି ତାହାକୁ ଆପଣ ଭଲ ଭାବରେ ପଢିଦିଅନ୍ତୁ।ଏବେ ଆସନ୍ତୁ ଜାଣିବା ଏଥିରେ ଆପଣଙ୍କ ଯୋଗ୍ୟତା କଣ ଥିବା ଦରକାର?ପ୍ରଥମ କଥା ହେଉଛି ଆପଣ ଭୂମି ହୀନ ହୋଇଥିବା ଦରକାର।ଏବଂ ଆପଣଙ୍କ ପୂର୍ବପୁରୁଷଙ୍କର କାହାରି କୌଣସି ଜମି ପଟା ନଥିବା ଦରକାର।ଏବଂ ଆପଣଙ୍କ ବାର୍ଷିକ ଇନକମ ୧୫ ହଜାରରୁ ୨୪ ହଜାର ହୋଇଥିବା ଦରକାର।

ଏବେ ଆସନ୍ତୁ ଜାଣିବା କଣ କରିବା ଦ୍ୱାରା ଆପଣ ସରକାରଙ୍କ ଠାରୁ ଜମି ପାଇପାରିବେ।ଆପଣ ତଳେ ଏକ ଇ ଅଭିଯୋଗ ଲେଖା ହୋଇଥିବାର ଦେଖିପାରୁଥିବେ ସେଥିରେ କ୍ଲିକ କରନ୍ତୁ।ଏହାପରେ ଆପଣଙ୍କ ପାଖରେ ଅନ୍ୟ ଏକ ପେଜ ଖୋଲିଯିବ।ସେଥିରେ ଆପଣ ଲଜ ଗ୍ରେଭିଆନ୍ସରେ କ୍ଲିକ କରନ୍ତୁ।ଏହାପରେ ଏକ ଫର୍ମର ପେଜ ଆପଣଙ୍କ ନିକଟରେ ଖୋଲିଯିବ।ପ୍ରଥମେ ଆପଣ ତାହାର ଭାଷା ସିଲେକ୍ଟବକରିଦିଅନ୍ତୁ।ତାହାକୁ ଆପଣ ଓଡ଼ିଆ କିମ୍ବା ଇଂରାଜୀ କିଛିଭି କରିପାରିବେ।

ଏହାପରେ ଏକ ଅପସନ ଥିବ କାହାକୁ ଆପଣ ଅଭିଯୋଗ କରିବାକୁ ଚାହୁଁଛନ୍ତି ସେଥିରେ ଆପଣ ଷରାଜ୍ୟ ସରକାର ଚୟନ କରନ୍ତୁ।ଏହାପରେ ଆପଣ ରେଭେନ୍ୟୁ ମ୍ୟାନେଜମେଣ୍ଟ ଚୟନ କରନ୍ତୁ।ଏହାପରେ ଆପଣଙ୍କୁ ପଚରାଯିବ ଆପଣ ଆଗରୁ କେବେ ଏଥିରେ ଅଭିଯୋଗ କରିଛନ୍ତି କି?ଯଦି କରିଛନ୍ତି ତେବେ ୟେସ ଅଥବା ନୋ କ୍ଲିକ କରନ୍ତୁ।ଏହାପରେ ଆପଣ ନିଜର ନାମ ଲେଖନ୍ତୁ ଏବଂ ଏହାପରେ ଲିଙ୍ଗ ଚୟନ କରନ୍ତୁ।

ଏହାପରେ କାଟାଗୋରି ରେ ଜେନେରାଲ ସିଲେକ୍ଟ କରନ୍ତୁ।ଏହାପରେ ଯଦି ଆପଣ ପାସୱାର୍ଡ ଦେବାକୁ ଚାହୁଛନ୍ତି ତେବେ ଦେଇପାରିବେ।ଏହାପରେ ଆପଣଙ୍କ ଠିକଣା ସେଥିରେ ଭରନ୍ତୁ ଏହାପରେ ନିହାତି ଭାବରେ ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ।ଏହାପରେ ଆପଣ ନିଜର ଆଇଡେଣ୍ଟିଟି ପ୍ରୁଫ ଦିଅନ୍ତୁ।ଏଥିରେ ଆପଣ ନିଜ ପ୍ୟାନ କାର୍ଡ କିମ୍ବା ଭୋଟର ଆଇଡି କାର୍ଡ ଦେଇପାରିବେ।କିମ୍ବା ଆଧାର କାର୍ଡ ମଧ୍ୟ ଦେଇପାରିବେ।ଏହାପରେ ଆପଣ ଯେଉଁ କାର୍ଡ ଦେଇଛନ୍ତି ତାହାର ନମ୍ବର ତଳେ ଦିଅନ୍ତୁ।

ଏହାପରେ ଆପଣ ତଳେ ଏକ ବକ୍ସରେ ଦରଖାସ୍ତ ଲେଖିବେ।ସେଥିରେ ଆପଣ ନିଜର ଯେଉଁସବୁ ଜମି ବାବଦରେ ଅସୁବିଧା ରହିଛି କି ସରକାରଙ୍କ ଠାରୁ ଜମି ପାଇବାକୁ ଚାହୁଁଛନ୍ତି ସେହି ବିଷୟରେ ଲେଖିବେ।ତାହା ଆପଣ ୪୦୦୦ ଶବ୍ଦ ମଧ୍ୟରେ ଲେଖିବେ।ଏହା ତଳେ ଅନ୍ୟ ଏକ ବକ୍ସରେ କେଉଁ ଆକ୍ସନ ନେବାକୁ ଚାହୁଁଛନ୍ତି ତାହା ଲେଖନ୍ତୁ।ସେଥିରେ ଆପଣଙ୍କୁ ଜମି ଦରକାର ଥିବା କଥା ଲେଖିପାରିବେ।

ଏହାପରେ ଡ଼କ୍ୟୁମେଣ୍ଟରେ ଆପଣ ନିଜର ଆଧାରକାର୍ଡ, ଲେବର କାର୍ଡ ଏହାପରେ ପଞ୍ଚାୟତରେ ସରପଞ୍ଚଙ୍କ ଠାରୁ ଏକ ଲେଖା ସେଥିରେ ଆପଣଙ୍କ ଜମି ଜନିତ ଅସୁବିଧା ଲେଖି ତାହାକୁ ପି ଡି ଏଫ ସାହାଯ୍ୟରେ ସେଥରେ ଦେବେ।ଏହାପରେ ଆପଣଙ୍କୁ ଆଗରେ ଯାହା କୋଡ଼ ଲେଖାଯାଇଛି ତାହା ଏଣ୍ଟର କରନ୍ତୁ।ତାହାପରେ ସବମିଟ ବଟନ କ୍ଲିକ କରିବେ।ଏହାପରେ ଆପଣ ଦେଇଥିବା ମୋବାଇଲ ନମ୍ବରରେ ଏକ ଆଇଡି ଆସିବ ଯାହାଦ୍ୱାରା ଆପଣ ପ୍ରୋଗ୍ରେସ ଦେଖିପାରିବେ।

Leave a Reply

Your email address will not be published. Required fields are marked *