ଅଭିନେତା କୁନା ତ୍ରିପାଠୀଙ୍କ ଜୀବନୀ ବିଷୟରେ କିଛି ଅଜଣା କଥା – ପରିବାର ରେ କିଏ ଅଛନ୍ତି ଏବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଫିଲ୍ମ ଜଗତର ଜଣେ ଅନନ୍ୟ ନାୟକଙ୍କ ବିଷୟରେ। ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଆଲବମ ସହିତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ସ୍କୁଲ ସମୟରେ ବହୁତ ନାଟକରେ ଅଭିନୟ ମଧ୍ୟ କରିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ଆପଣ ମାନେ ଏବେବି ତାଙ୍କୁ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଦେଖୁଥିବେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଛନ୍ତି।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଅଟନ୍ତି।ଆଜି ମୁଁ ଆପଣ ମାନଙ୍କୁ କହିବି ତାଙ୍କର ସମ୍ପୂର୍ଣ୍ଣ ଜୀବନୀ ବିଷୟରେ।

ସେ ହେଉଛନ୍ତି କୁନା ତ୍ରିପାଠୀ।ତାଙ୍କର ଜନ୍ମ ୨୦.୮.୧୯୬୮ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ ବ୍ରହ୍ମପୁର,ଓଡ଼ିଶା ଅଟେ। କୁନା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ।ସେ ତାଙ୍କ ପାଠ ପଢା ସମୟରେ ବହୁତ ଭଲ ପାଠ ପଢୁଥିଲେ।ସେ ଏକ ମେଧାବୀ ଛାତ୍ର ଥିଲେ।ସେ ତାଙ୍କ ସ୍କୁଲ,କଲେଜ ଆଦିରେ ବହୁତ ନାଟକରେ ଅଭିନୟ କରିଥିଲେ।ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।


ସେ ହିନ୍ଦୀ ଫିଲ୍ମ ସୋପାନ ଫିଲ୍ମ ଦୁନିଆରୁ ପ୍ରଥମ କରି ତାଙ୍କ ଅଭିନୟ ଜୀବନୀ ଆରମ୍ଭ କରିଥିଲେ।ସେ ସଙ୍ଗୀତା ତ୍ରିପାଠୀଙ୍କୁ ବିବାହ କରିଥିଲେ।କୁନା ତାଙ୍କ ଜୀବନରେ ବହୁତ ମ୍ୟୁଜିକ ଆଲବମ ଓ ଫିଲ୍ମରେ ଅଭିନୟ କରିଛନ୍ତି।ସେ ୨୦୦୫ ମସିହାରେ ପ୍ରଥମ କରି ତୁ ମୋ ଆଖିର ତାରା ଛବିରେ ପ୍ରଥମ କରି ଅଭିନୟ କରିଥିଲେ।ସେ ୧୯୮୭ ମସିହାରେ ପ୍ରଥମ କରି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ।ସେ ଛ ବର୍ଷ ବୟସରୁ ହିଁ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ।ସେ ସେତେବେଳେ ଭାରତୀୟ ରେଡ଼ିଓ ବିଭାଗରେ କାମ କରୁଥିଲେ।

ସେ ୨୦୧୬ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।କେବଳ ଫିଲ୍ମ ନୁହେଁ ସେ ୧୯୯୫ ମସିହାରେ ଟେଲିଭିଜନ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ।ସେ ୧୯୯୭ ମସିହାରେ କିଏ କାହାର ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ସେ ଏହାଛଡା ମଧ୍ୟ ଦୁଇଟି ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଛନ୍ତି।ସେ ତାଙ୍କ ଅଭିନୟ ଜୀବନୀ ମଧ୍ୟରେ ଅନେକ ଗୁଡ଼ିଏ ଆୱାର୍ଡ଼ ଜିତିଛନ୍ତି।ତାଙ୍କ ଅଭିନୀତ ଫିଲ୍ମ ମାନଙ୍କ ମଧ୍ୟରେ ତତେ ଭଲ ପାଉଛି ବୋଲି,ଲାଲ ତୁକୁତୁକୁ ସାଧବ ବୋହୂ,ତୁ ଆଉ ମୁଁ, ପିଲାଟା ବିଗିଡି ଗଲା ଇତ୍ୟାଦି ଅନ୍ୟତମ।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି।

Leave a Reply

Your email address will not be published. Required fields are marked *