ଓଡ଼ିଶାର ଭୁ-ନକ୍ସା କିପରି ବ୍ୟବହାର କରିବେ – ଆପଣଙ୍କ ଜମି କେଉଁଠି କେଉଁଠି ଅଛି ଜାଣିବା ପାଇଁ ଏହି ଉପାୟ ନିଶ୍ଚୟ ଏବେ ଜାଣିରଖନ୍ତୁ

Spread the love

ତେବେ ବନ୍ଧୁମାନେ ଆପଣମାନେ ଜାଣିଥିବେ ଯଦି ଆପଣଙ୍କର ଜମି ପଟା ବିଷୟରେ କିଛି ଜାଣିବାକୁ ଅଛି ତେବେ ଆପଣ ଅନଲାଇନରେ ଭୁଲେଖା ଓଡ଼ିଶା ସାଇଟରେ ଯାଇ ଆପଣ ସବୁ ଦେଖି ପାରିବେ ଓ ଆପଣଙ୍କର ପଟା ଡାଉନଲୋଡ ମଧ୍ୟ କରିପାରିବେ।ତେବେ ଆଜି ଆମେ ଏଠାରେ ସେହି ବିଷୟରେ ଜାଣିବା କି କିପରି ଭାବରେ ଆପଣ ନିଜର ଜମିର ନକ୍ସା ଡାଉନଲୋଡ କରିବେ।ଆପଣଙ୍କ ସମ୍ପୂର୍ଣ୍ଣ ଗ୍ରାମର ନକ୍ସା ଡାଉନଲୋଡ କରିପାରିବେ।ତେବେ ଏହା ପ୍ରଥମ ବା ଦ୍ଵିତୀୟ ସିଟ କେଉଁ ବି ସିଟର ହେଉ ନା କାହିଁ ଆପଣ ଏହି ସବୁ ଡାଉନଲୋଡ କରିପାରିବେ।ତେବେ ଏହି ସବୁ ବିଷୟରେ ସବୁ ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।ଏହା ଦ୍ଵାରା ଆପଣ ନିଜ ପ୍ଲଟ ପାଖରେ ଯେଉଁ ପ୍ଲଟ ଅଛି ତାହା କାହା ନାମରେ ଅଛି ଏଭଳି ଅନେକ ତଥ୍ୟ ନିଜ ମୋବାଇଲରେ ହିଁ ଜାଣିପାରିବେ।

ତେବେ ପ୍ରଥମେ ନିଜ ଫୋନରେ ଗୁଗଲରେ ଭୁନକ୍ସା ସର୍ଚ୍ଚ କରିବେ।ତେବେ ଏହାପରେ ପ୍ରଥମ ଲିଙ୍କଟି ଆସିବ ସେଥିରେ ଭୂଲେଖା ଓଡ଼ିଶା ଲେଖା ଥିବ ସେଠି କ୍ଲିକ କରନ୍ତୁ।ଏହାପରେ ଆପଣଙ୍କୁ ନିଜର ଜିଲ୍ଲା ବାଛିବାକୁ ଆସିବ ଆପଣ ସେଠି ନିଜର ଜିଲ୍ଲା ବାଛିଦେବେ।ଏହାପରେ ନିଜର ତହସିଲ ବାଛିବେ।ଏହାପରେ ଆପଣ ନିଜର ଆରଆଇ ବାଛିବେ।ଏହାପରେ ଆପଣ ନିଜର ଗାଆଁ ବାଛିବେ।ଏହାପରେ ଆପଣ ସିଟ ସଂଖ୍ୟା ଦେବେ।ତେବେ ଆପଣ ଉଚିତ ସିଟ ବାଛିବା ପରେ ନିଜ ଜାଗାଟିକୁ ଦେଖି ପାରିବେ।ଯଦି ଆପଣଙ୍କର ପାଖେ ନିଜର ପ୍ଲଟ ନମ୍ବର ଅଛି ତେବେ ସେଠି ଆପଣ ସିଧା ନିଜ ପ୍ଲଟ ନମ୍ବର ଦେଇ ମଧ୍ୟ ଜାଗାର ନକ୍ସା ଦେଖି ପାରିବେ।

ତେବେ ନିଜ ପ୍ଲଟ ପାଇବା ପରେ ଆପଣ ସେଠି କ୍ଲିକ କରି ତାର ସବୁ ବିବରଣୀ ସେଠି ଦେଖି ପାରିବେ।ସେହି ପ୍ଲଟଟି କାହା କାହା ନାମରେ ଅଛି ଏହା ଆପଣ ଦେଖି ପାରିବେ।ତେବେ ଏହା ସହ ଆପଣ ନିଜ ଜମି ଛଡ଼ା ପାଖରେ ଥିବା ଜମି ମଧ୍ୟ କାହା ନାମରେ ଅଛି ତାହା ଜାଣି ପାରିବେ।ତେବେ ଯଦି ଏଠାରେ ଅନବାଜି ଜମି ଅଛି ଏହା ମଧ୍ୟ ଆପଣ ଏଠାରେ ଦେଖି ଜାଣିପାରିବେ।ତେବେ ଆପଣଙ୍କୁ ଯଦି ଲାଗୁଛି କି ଆପଣଙ୍କ ଜମି କିଏ ଦଖଲ କରି ରଖିଛି ତେବେ ଆପଣ ଏହାକୁ ନେଇ କେସ ମଧ୍ୟ କରିପାରିବେ।ତେବେ ଏହି ନକ୍ସାକୁ ନେଇ ଆପଣ କିଛି କେସ କରି ପାରିବେ ନାହିଁ, ଯଦି ଆପଣଙ୍କ ମନରେ କିଛି ସନ୍ଦେହ ଆସୁଛି ତେବେ ଆପଣ ଅସଲି ପଟାରେ ଯାଇ ଦେଖି ପାରିବେ ଓ ଏହାପରେ କେସ କରିପାରିବେ।ଏହି ସାଇଟରେ ଆପଣ ଖାଲି ଦେଖିକି ଜାଣି ପାରିବେ କି କେଉଁ ଜମି କାହାର ନାମରେ ଅଛି।

ତେବେ ଏହା ସହ ଆପଣ ଏଠାରେ ନିଜର ପଟା ମଧ୍ୟ ଡାଉନଲୋଡ କରି ପାରିବେ।ଏଥିପାଇଁ ଆପଣଙ୍କୁ ମ୍ୟାପ ରିପୋଟରେ କ୍ଲିକ କରି ନିଜ ଜମିର ସମ୍ପୂର୍ଣ୍ଣ ବିବରଣୀ ଦେବା ପରେ ଡାଉନଲୋଡ କରିବା ପାଇଁ କ୍ଲିକ କରିବେ।ତେବେ ବନ୍ଧୁମାନେ ଏହି ଭଳି ଭାବରେ ଆପଣ ନିଜ ପ୍ଳଟର ନକ୍ସା ପାଇ ପାରିବେ।

Leave a Reply

Your email address will not be published. Required fields are marked *