ଓଡ଼ିଆ ହିରୋଇନ Eelina ଙ୍କ ହେଇଗଲା ବାହାଘର,ବାହାଘର ପଛର ସତ୍ୟ ଘଟଣା କଣ,କଣ ପାଇଁ ଲୁଚିଛପି Bibaha କରିଲେ ସେ

Spread the love

ସାଙ୍ଗମାନେ ଆପଣ ତ ବହୁତ ଓଡ଼ିଆ ଅଭିନେତ୍ରୀ ମାନଙ୍କୁ ଜାଣିଥିବେ।ତାଙ୍କ ମଧ୍ୟ ଜଣେ ହେଉଛନ୍ତି ଏଲିନା ସାମନ୍ତରାୟ।ଯିଏ କି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଫଳତା ପ୍ରାପ୍ତ ହିରୋଇନ।ସେ ପ୍ରଥମ କରି ଗୋଟେ ରିଆଲିଟି ଶୋ କିଏ ହେବ ମୋ ହିରୋଇନ ଜରିଆରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର ନମ୍ୱର ୱାନ ହିରୋଇନ କହିଲେ ବି ଅତ୍ୟୁକ୍ତି ହେବ ନାହିଁ।

ଯଦି ଦେଖିବେ ଏଲିନା କେବଳ ଓଲିଉଡ ଇଣ୍ଡଷ୍ଟ୍ରି ନୁହେଁ ସେ ମଧ୍ୟ ବେଙ୍ଗଲି ଫିଲ୍ମରେ ନିଜର ଅଭିନୟ କ୍ୟାରିୟରକୁ ନେଇ ହିରୋଇନ ଭାବରେ ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି।କିନ୍ତୁ ଆପଣ ଯଦି ବର୍ତ୍ତମାନ ସମୟରେ ଦେଖିବେ ଏଲିନା ସାମନ୍ତରାୟଙ୍କର ବିବାହକୁ ନେଇ ବେସ ଚର୍ଚ୍ଚା ଚାଲିଛି।

ଏଲିନା ସାମନ୍ତରାୟ କେବେ ବିବାହ କରିବେ ଓ କାହାକୁ ବିବାହ କରିବେ?ଏଲିନାଙ୍କର ବଧୁବେଶର ଫଟୋ ପଛର ସତ୍ୟତା କଣ ରହିଛି?ଆଜି ଆମେ ଏହି ସବୁ ବିଷୟରେ ସଂକ୍ଷିପ୍ତ ଭାବେ ଜାଣିବା।ସାଙ୍ଗମାନେ ଆପଣମାନେ ଏଲିନା ସାମନ୍ତରାୟଙ୍କର ବିବାହ ସମ୍ପର୍କରେ ଜାଣିବା ପୂର୍ବରୁ ପ୍ରଥମେ ଏଲିନାଙ୍କ ବିଷୟରେ କିଛି ସଂକ୍ଷିପ୍ତ ତଥ୍ୟ ଜାଣି ରଖନ୍ତୁ।

ଏଲିନା ସାମନ୍ତରାୟଙ୍କର ଜନ୍ମ ହୋଇଥିଲା ୧୯୯୬ ମସିହା ଜୁଲାଇ ମାସ ୨୩ ତାରିଖରେ ଏବଂ ୧୯୯୬ ମସିହା ହିସାବରେ ବର୍ତ୍ତମାନର ବୟସ ଯାଇ ପହଞ୍ଚିଛି ୨୪ ବର୍ଷ।ଏଲିନା ସାମନ୍ତରାୟ ରେଭେନ୍ସା ବିଶ୍ବବିଦ୍ୟାଳୟରେ ବିଏସସି ଅନର୍ସ କରିଛନ୍ତି।ଏହା ସହ ତାଙ୍କର ହବି ହେଉଛି ଆକ୍ଟିଙ୍ଗ କରିବା ଓ ମଡେଲ ମଧ୍ୟ ହେବା।

ଏଲିନା ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କିଏ ହେବ ମୋ ହିରୋଇନ ଜରିଆରେ ସିଲେକ୍ଟ ହୋଇଥିଲେ।ଏହା ସହ ସେ ଜଣେ ସଫଳ ପ୍ରାପ୍ତ ହିରୋଇନ ହୋଇ ସାରିଛନ୍ତି।ତାଙ୍କର ପ୍ରଥମ ଫିଲ୍ମ ଥିଲା ଇଶ୍କ ତୁ ହି ତୁ ଏବଂ ସେ ଅରିନ୍ଦମଙ୍କ ସହ ପ୍ରଥମ କରି ହିରୋଇନ ଭାବେ କାମ କରିଥିଲେ।

ଏହା ସହ ୨୦୧୬ ମସିହାରେ ଲଭ ଷ୍ଟେସନରେ ବାବୁଶାନ ମହାନ୍ତିଙ୍କ ସହ,୨୦୧୭ ମସିହାରେ କାବୁଲା ବାରବୁଲାରେ ଅନୁଭବ ମହାନ୍ତିଙ୍କ ସହ ଏମିତି ଅନେକ ଗୁଡ଼ିଏ ଚଳଚିତ୍ରରେ ଏଲିନା ନିଜର କ୍ୟାରିୟର ମଧ୍ୟରେ ଦେଇ ସାରିଲେଣି।ସେ କେବଳ ଓଲିଉଡ ଇଣ୍ଡଷ୍ଟ୍ରି ନୁହେଁ ସେ ବେଙ୍ଗଲୀ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରି ସାରିଛନ୍ତି।

ବର୍ତ୍ତମାନ ସମୟରେ ସେ ତାଙ୍କ ଗାଁ ରେ ରହୁଛନ୍ତି ନିଜ ପରିବାର ସହିତ।କିନ୍ତୁ ଏହି କିଛି ଦିନ ହେବ ତାଙ୍କର କିଛି ବଧୁବେଶର ଫଟୋ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛି।ତାଙ୍କର ବିବାହ ବର୍ତ୍ତମାନ ବିଷୟରେ ଚର୍ଚ୍ଚାର ବିଷୟ ପାଲଟିଛି।କିନ୍ତୁ ପ୍ରକୃତ ସତ୍ୟ ହେଉଛି ଯେ ତାଙ୍କର ବିବାହ ସ୍ଥିର କରାଯାଇନାହିଁ।କି ସେ ଫଟୋ ଗୁଡ଼ିକ ଏଲିନା ସାମନ୍ତରାୟଙ୍କର ବିବାହ ପୂର୍ବର ଫଟୋ ନୁହେଁ।

Leave a Reply

Your email address will not be published. Required fields are marked *