Kharagpur ରୁ ଫେରିଲା ରାତିରେ ବାଲେଶ୍ୱର ରେଳ Station ରେ ଘଟିଲା ଏପରି ଭୟାନକ ଘଟଣା,ଜାଣିଲେ ଆପଣଙ୍କ ଛାତି ଧକ ଧକ ହେଇଯିବ,କେବଳ ସାହସୀ ଲୋକ ପଢିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ସତ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ମୋ ନାମ ହେଉଛି ଗୋପାଳ କୃଷ୍ଣ ଚନ୍ଦ୍ର।ଆଜି ମୁଁ ଆପଣଙ୍କୁ ମୋ ଆଖି ଆଗରେ ଘଟିଥିବା ଭୟଙ୍କର ଘଟଣାଟି କହିବାକୁ ଯାଉଛି।ଏହି ଘଟଣା ମୋ ସହିତ ସେତେବେଳେ ଘଟିଥିଲା।

ଯେତେବେଳେ ମୁଁ କଟକରୁ ଖଡ଼ଗପୁର ଯାଉଥିଲି।ସେଦିନ ଟ୍ରେନଟି ପ୍ରବଳ ଲେଟ ଥିଲା।ଏବଂ ସେତେବେଳକୁ ଅନେକ ରାତି ହୋଇଗଲାଣି।କିଛି ସମୟ ଯାତ୍ରା କରିବା ପରେ ଟ୍ରେନ ଯାଇ ବାଲେଶ୍ଵରର ଏକ ଛୋଟିଆ ଷ୍ଟେସନରେ ଅଟକି ଯାଏ।ସମୟ ପାଖା ପାଖି ରାତି ୧୧ଟା।ଟ୍ରେନଟି ସେହି ଷ୍ଟେସନରେ ଅନେକ ସମୟ ଧରି ଅଟକିଲାଣି।

ମୁଁ ଟ୍ରେନର ଫାଟକ ପାଖରେ ରହି ବାହାରକୁ ଦେଖୁଥିଲି।ମୋର ନଜର ପଡିଗଲା ଅନ୍ୟ ଏକ ରେଲୱେ ଟ୍ରାକ ଉପରେ।ସେଠାରେ ଏକ ଉଜ୍ଵଳ ରଶ୍ମି ଢଳି ଢଳି ଆସିବାର ଦେଖାଯାଇଥିଲା।ସେହି ଉଜ୍ଜ୍ୱଳ ରଶ୍ମୀଟି ଯେତେବେଳେ ନିକଟତର ହେଲା ତାହା ଏକ ଲଣ୍ଠନ ଆଲୁଅ ଭଳି ମନେ ହେଉଥିଲା।ତାହାକୁ ଏକ ଧଳା ଲୁଗା ପିନ୍ଧିଥିବା ସ୍ତ୍ରୀ ଲୋକଟିଏ ଧରିଥିଲା।

ହଠାତ ସେଜି ସ୍ତ୍ରୀ ଲୋକଟି ତାର ଆର ହାତରର ରେଲୱେ ଟ୍ରାକର ପାଖରେ ଏକ ଗାତ ଖୋଲିବାକୁ ଲାଗିଲା।ମୁଁ ଏହି କଥା ଚିନ୍ତା କରୁଥିଲିଯେ ସେ ଏତେ ରାତିରେ କାହିଁକି ସେଠାରେ ଗାତ ଖୋଲୁଛି।ଏହାପରେ ହଠାତ ତା ନଜର ମୋ ଆଡ଼କୁ ପଡିଗଲା।ଏହାପରେ ସେ ଗାତ ଖୋଲିବା ବନ୍ଦ କରି ମୋ ଆଡ଼କୁ ଲାଲ ଲାଲ ଆଖିରେ ଦେଖୁଥିଲା।

ଏହାପରେ ସେ ରାଗିକରି ତାର ଲଣ୍ଠନଟି ମୋ ଉପରକୁ ଫୋପାଡିଦେଲା କିନ୍ତୁ ତାହା ବାଜିଲାନାହିଁ।ମୁଁ ଭୟରେ ଭିତରକୁ ପଶିଗଲି।ଏହାପରେ ଟ୍ରେନଟି ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଲା।ମୁଁ ଭୟରେ ଥିଲି।ହେଲେ ମୋ ମନରେ ସାହସ ଜତାଇ ମୋ ସିଟ ପର୍ଯ୍ୟନ୍ତ ଗଲି।ଏହାପରେ ମୁଁ ଭୟରେ ସୋଇପଡିଲି।ଭଗବାନଙ୍କ ଦୟାରୁ ସେଦିନ ରାତିରେ କିଛି ଅଘଟଣ ନଘଟି ସୁବିଧାରେ ମୁଁ ସକାଳୁ ସକାଳୁ ଖଡ଼ଗପୁରରେ ପହଞ୍ଚିଗଲି।

ଏହାପରେ ସାତ ଆଠ ଦିନ ପରେ ମୁଁ ଯେତେବେଳେ ସେହି ଟ୍ରେନରେ ପୁନର୍ବାର ଘରକୁ ଫେରୁଥିଲି ସେହି ଷ୍ଟେସନ ଦେଇ ଟ୍ରେନ ଗଲା ଏବଂ ସେହି ସମୟରେ ତାହାର ଗତି ଅନେକ ଧୀର ହୋଇଯାଇଥିଲା।ସେତେବେଳେ ସଂଧ୍ୟା ହୋଇସାରିଥାଏ।ଏବଂ ମୁଁ ସିଟ ପାଖରେ ଥିବା ଝରକାରେ ବାହାରକୁ ଦେଖୁଥାଏ।

ସେହି ସମୟରେ ହଠାତ ମୋ ହୃଦସ୍ପନ୍ଦନ ବଢିଗଲା ଏବଂ ସେହି ଲଣ୍ଠନ ଧରିଥିବା ସ୍ତ୍ରୀ ଉପରେ ମୋ ନଜର ପଡିଗଲା।ଏହାପରେ ସେ ମତେ ଦେଖି ହାତ ଠାରିବାକୁ ଲାଗିଲା।ସତେ ଯେପରି ମତେ ଗୁଡ଼ ବାୟ କହୁଛି।ଏହାପରେ ଟ୍ରେନର ଗତି ଜୋରରେ ହୋଇଗଲା ଏବଂ ସେହି ସ୍ତ୍ରୀ ଲୋକଟି ଆଖି ଆଗରୁ ଗୟାବ ହୋଇଗଲା।

ଏହାପରେ ଲୋକ ମାନଙ୍କ ପକ୍ଷରୁ ଜଣା ପଡିଲାଯେ ଏଠାରେ ଏକ ଟ୍ରେନ ଦୁର୍ଘଟଣାରେ ସେହି ସ୍ତ୍ରୀ ଲୋକର ମୃତ୍ୟୁ ହୋଇଯାଇଥିଲା।ତେବେ ଆମେ ଏଠାରେ ସ୍ପଷ୍ଟ କରୁଚୁ ଏହାକୁ କେବଳ ଏକ କାଳ୍ପନିକ ଅର୍ଥରେ ଗ୍ରହଣ କରନ୍ତୁ,ଆମେ କୌଣସି ପ୍ରକାର ଭୁତ ରେ ବିଶ୍ୱାସ କରୁନାହୁଁ,ଏହାକୁ କେବଳ ମନୋରଞ୍ଜନ ଉଦେଶ୍ୟ ରେ ପଢନ୍ତୁ

Leave a Reply

Your email address will not be published. Required fields are marked *