କୌଣସି ରାଜାର ପୁନର୍ଜନ୍ମ ହୋଇଥାଏ ଏହି ୪ ଟି ଲକ୍ଷଣ ଥିବା ପୁରୁଷ- ଆପଣଙ୍କ ପାଖେ ଏହି ଲକ୍ଷଣ ଅଛି କି..

ଯଦି କୌଣସି ପୁରୁଷ ପାଖରେ ଏହି ଚାରିଟି ଅବିଶ୍ଵସନୀୟ ଲକ୍ଷଣ ଅଛି ତାହେଲେ ସେ କୌଣସି ଦେବତା ନେହେଲେ କୌଣସି ମହାନ ତପସ୍ୱୀଙ୍କର ଅବତାର ବୋଲି ମନାଯାଇଥାଏ।ଆପଣ ମାନେ ଜାଣିଥିବେ ମହାନ ବିଦୁର ସ୍ୱୟଂ ନିଜେ ଯମ ରାଜାଙ୍କର ଅବତାର ଥିଲେ।କେବଳ ଏହି ଗୋଟେ କାରଣରୁ ସେ ମୃତ୍ୟୁ ଲୋକରେ ଥିବା ସବୁ ପ୍ରାଣୀ ମାନଙ୍କର ଆଚାର ଓ ବିଚାର ବିଷୟରେ ଜାଣିଥିଲେ।ଏହି କାରଣରୁ ଧର୍ମରାଜ ସ୍ୱୟଂ ନିଜେ ବିଦୁରଙ୍କର ଅବତାରରେ ମନୁଷ୍ୟମାନଙ୍କ ପାଇଁ ଏହି ନୀତି ଗ୍ରନ୍ଥର ରଚନା କରିଥିଲେ।ଆଉ ତାଙ୍କ ଦ୍ୱାରା ଏହି ରଚିତ ନୀତି ଗୁଡିକ ସଂସାରର ସର୍ବଶ୍ରେଷ୍ଠ ନୀତି ମାନଙ୍କ ଭିତରୁ ଅନ୍ୟତମ ବୋଲି କୁହାଯାଏ।ଯଦି କୌଣସି ମନୁଷ୍ୟ ତାଙ୍କର ନୀତି ଗୁଡିକୁ ସଠିକ ଭାବରେ ବୁଝି ଓ ପଢି ସଠିକ ଭାବରେ ନିଜ କର୍ମରେ ପାଳନ କରିଥାଏ ତାହେଲେ ସେ ନିଜ ଜୀବନରେ ଜଣେ ଶ୍ରେଷ୍ଠ ବ୍ୟକ୍ତି ଭାବରେ ବିବେଚିତ ହୋଇପାରିବ ଆଉ ସଂସାରରେ କୀର୍ତ୍ତୀ ଅର୍ଜନ କରି ପାରିବ।

ମହାତ୍ମା ବିଦୁର ନିଜ ନୀତି ଗୁଡିକରେ ମନୁଷ୍ୟର ବହୁତ ପ୍ରକାରର ଲକ୍ଷଣ ବିଷୟରେ ଵର୍ଣ୍ଣନା କରିଛନ୍ତି।ଯେମିତିକି ଗୋଟେ ବୁଦ୍ଧିମାନ,ଗୋଟେ ମୂର୍ଖ ଆଉ ଗୋଟେ ନୀଚ୍ଚ ବ୍ୟକ୍ତିର ଲକ୍ଷଣ ବିଷୟରେ ସଠିକ ଭାବରେ ବର୍ଣ୍ଣନା କରିଛନ୍ତି।ଯାହାକୁ ଜାଣିବା ପରେ ମଣିଷ ତାର ଜୀବନରେ ସେହି ଭଳି ପରିବର୍ତ୍ତନ କରି ନିଜ ଜୀବନକୁ ସଫଳ କରି ପାରିବ।ଆଜି ଏଠାରେ ଆମେମାନେ ଆପଣଙ୍କୁ କହିବାକୁ ଯାଉଛୁକି ଯଦି କୌଣସି ମନୁଷ୍ୟଭିତରେ ଏହି ଚାରିଟି ଲକ୍ଷଣ ରହୁଛି ତାହେଲେ ସେ ଯେକୋୖଣସି ମହାନ ତପସ୍ୱୀ,ରାଜା ଅଥବା କୌଣସି ଦେଵତାର ଅବତାର ଭାବରେ ବିବେଚନା କରାଯାଏ ଏମିତି ଗୁଣ କୌଣସି ଦେବତା ଛଡା କୌଣସି ସାଧାରଣ ମନୁଷ୍ୟଭିତରେ ମିଳି ନଥାଏ।କଣ ଆପଣଙ୍କୁ ବେଳେବେଳେ ଏମିତି ଅନୁଭବ ହେଉଛିକି ଆପଣଙ୍କ ଜନ୍ମ କୌଣସି ସିଦ୍ଧ କାମ ପାଇଁ ହେଇଛି ତାହେଲେ ଆପଣ ଏହି ବିଷୟରେ ଜାଣିବା ନିହାତି ଆଵଶ୍ୟ ଅଟେ।

ତେବେ ଚାଲନ୍ତୁ ଜାଣିବା ସେ ମହାନ ବ୍ୟକ୍ତିମାନଙ୍କ ଲକ୍ଷଣ ଗୁଡିକ ବିଷୟରେ।ତାଙ୍କର ଶ୍ଲୋକରେ ସେ କହିଛନ୍ତି:-
“ନ ହାର୍ଶତ୍ୟାତ ଆତ୍ମସନ୍ନମାନେ,ନାଵମାନେନ ତପ୍ୟତେ,
ଗାଙ୍ଗେ ହୃଦ ଇବାକ୍ଷ୍ୟଭୟ ୟଃ ସ ପଣ୍ଡିତ ଉଚ୍ୟତେ।।

ପ୍ରଥମ କଥା ଯେଉଁ ମନୁଷ୍ୟ ଯେତେ ସମ୍ମାନ ପାଇ ମଧ୍ୟ ଯଦି ଗର୍ବ କିମ୍ବା ଅହଙ୍କାର କରିନଥାଏ। ସାଗର ଯେପରି ସ୍ୱଭାବରେ ଲୁଣିଆ ହୋଇଥାଏ ସେହିଭଳି ମନୁଷ୍ୟର ସ୍ଵଭାଵ ମଧ୍ୟ ଯଦି କାହାଠାରୁ ଅଳ୍ପ ଆଦର ସନ୍ନମାନ ପାଇ ଯାଇଥାଏ ତାହେଲେ ସେ ମଧ୍ୟ ଅତି ଗର୍ବରେ ଓ ଅହଙ୍କାରରେ ଉତ୍ତଫୁଲିତ ହୋଇ ଉଠିଥାଏ।ଆପଣ ଜାଣିରଖନ୍ତୁ ଯେଉଁ ମନୁଷ୍ୟ ଉଚିତ କାର୍ଯ୍ୟ ବା ବଡ଼ କାର୍ଯ୍ୟ ପାଇଁ ଜନ୍ମ ନେଇଛନ୍ତି ସେମାନଙ୍କ ଭିତରେ ଅହଙ୍କାର ପାଇଁ ଅଂଶ ମାତ୍ରକେ ମଧ୍ୟ ଜାଗା ନଥାଏ।ତାଙ୍କୁ ଯେତେ ସନ୍ନମାନ ମିଳୁ ସେ ଯେତେ ଉଚ୍ଚ ପଦବୀରେ ଯାଇଁ ଅଧିଷ୍ଠିତ ହୁଅନ୍ତୁ ସେ ବିନମ୍ର ହିଁ ରହିଥାନ୍ତି। ସେ କେବେ ଅନ୍ୟ ଉପରେ ଆଶା କରନ୍ତି ନାହିଁ।ଅର୍ଥାତ ସେ କେବେ ଅହଙ୍କାରର ବସ ହୋଇ କେବେ କାହାର ହତାଦାର କରନ୍ତି ନାହିଁ। ନହେଲେ ସାଧାରଣ ମନୁଷ୍ୟ ଅଳ୍ପ ଧନ ଉପାର୍ଜନ କଲେ ମଧ୍ୟ ସେ ନିଜକୁ ବଡ଼ ବୋଲି ଭାବିଥାଏ ଆଉ ଅହଙ୍କାରର ବସ ବର୍ତ୍ତୀ ହୋଇ ଅନ୍ୟକୁ ନିଚ୍ଚା ଦେଖେଇ ଥାଏ।

ତାପରେ ଦ୍ଵିତୀୟ କଥା ଅପମାନରୁ ଦୁଖୀ ନହେବା,ଅପମାନରୁ ଦୁଖୀ ହେବା ସାଧାରଣ କଥା ଲାଗିଥାଏ। ସାଧାରଣ ମନୁଷ୍ୟକୁ
ଅପମାନ ହେବା ପଶ୍ଚାତ ଦୁଃଖ ହୋଇଥାଏ ଆଉ ତାର ମନରେ ପୀଡା ହେବାକୁ ଲାଗିଥାଏ,ଆଉ ସେ ତାର ଅପମାନ ପାଇଁ ପ୍ରତିଶୋଧ ଅଗ୍ନିରେ ଜଳିବାକୁ ଲାଗିଥାଏ।ଗୋଟେ ଅସାଧାରଣ ମନୁଷ୍ୟକୁ ନା ଅପମାନରେ ପୀଡା ହୋଇଥାଏ ନା ସନ୍ନମାନରେ ଗର୍ବ ହୋଇଥାଏ। ନା ସେ କେବେ ପ୍ରତିଶୋଧ ଅଗ୍ନିରେ ଜଳିଥାଏ ନା ସେ କେବେ ନିଜର ପ୍ରତିକାର ନେବାକୁ ଚେଷ୍ଟା କରିଥାଏ।ସେ ଅପମାନଙ୍କୁ ମଧ୍ୟ ଅମୃତ ଭାବି ପିଯାଏ ତାକୁ ଅପମାନରେ କୌଣସି ପୀଡା ହୋଇନଥାଏ।ସେ ଅପମାନ ବଦଳରେ କେବେ କାହାର ଅପମାନ କରିନଥାଏ।ତାପରେ ତୃତୀୟରେ ଆସିବ ଶୋଭରହିତ,ଯିଏ ସଂସାରର ଉନ୍ନତି ପାଇଁ ତଥା ଜନହିତ ପାଇଁ କାମ କରିଥାଏ ଆଉ ସଦା କାର୍ଯ୍ୟରତ ରହିଥାଏ ଆଉ କେବେ ଥକି ନଥାଏ ସେ ବ୍ୟକ୍ତି ଯୁଗପୁରୁଷ ବୋଲି କୁହାଯାଏ।

ଯେଉଁ ମନୁଷ୍ୟ କାର୍ଯ୍ୟକୁ ହାତରେ ନେଇ ଆଉ ଥକି ଯାଇ କାର୍ଯ୍ୟ ଛାଡି ପଳାନ୍ତି ସେମାନେ ସାଧାରଣ ହୋଇଥାନ୍ତି।ଆଉ ଅସାଧାରଣ ମଣିଷ ଯଦି କୌଣସି କାମକୁ ନିଜ ହାତରେ ନିଏ ତାହେଲେ ତାକୁ ପୁର୍ଣ୍ଣ କରିବା ପାଇଁ ଯଥା ଶକ୍ତି ପ୍ରୟା କରିଥାଏ।

ଚତୁର୍ଥ ଲକ୍ଷଣ ଯେଉଁ ପୁରୁଷ ଜଳାଶୟ ଭଳି ଶାନ୍ତ ରହିଥାଏ ତାହେଲେ ସେ ପୁରୁଷ କେବେ କ୍ରୋଧ କରିନଥାଏ ତାହେଲେ ସେ ବ୍ୟକ୍ତି କେତେକ ଜନ୍ମର ପୁଣ୍ୟ ପ୍ରାପ୍ତ କରିଥାଏ।ସାଧାରଣ ମନୁଷ୍ୟପାଖରେ ଏ ଗୁଣ ଥାଏକି ସେ ଛୋଟ ଛୋଟ କଥାରେ କ୍ରୋଧ କରି ନେଇଥାଏ।ଆଉ ଅନ୍ୟକୁ କଷ୍ଟରେ ଦେଖି ନିଜେ ଆନନ୍ଦିତ ହୋଇଥାଏ।ଆଉ ଅସାଧାରଣ ବ୍ୟକ୍ତିମାନେ ସମସ୍ତଙ୍କୁ ଭଲ ପାଉଥିବା ଆଉ ସମସ୍ତଙ୍କ ଉପରେ ଦୟା କରୁଥିବା ବ୍ୟକ୍ତି ହୋଇଥାନ୍ତି।ଯଦି କୌଣସି ବ୍ୟକ୍ତି ଭିତରେ ଏ ଚାରିଟି ଲକ୍ଷଣ ଅଛି ତାହେଲେ ସେ କୌଣସି ମହାନ ପୁଣ୍ୟ ଆତ୍ମା ଠାରୁ କମ ନୁହେଁ।

Leave a Reply

Your email address will not be published.