ପୁରୁଷଙ୍କ ଏହି ୨ଟି ସ୍ଥାନରେ ମିଛ କହିବାର ଆଵଶ୍ୟକତା ଅଛି- ପୁଅ ମାନେ ନିଶ୍ଚୟ ଜାଣି ରଖନ୍ତୁ

ମହାନ ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ପୁରୁଷ ମାନଙ୍କୁ ଏହି ୨ ଟି ସ୍ଥିତିରେ ମିଛ କହିବା ପାଇଁ କହିଛନ୍ତି। ଆପଣ ମାନେ ଜାଣିଥିବେ ଶୁକ୍ରାଚାର୍ଯ୍ୟ ଦାନବ ମାନଙ୍କର ଗୁରୁଥିଲେ ତଥାପି ତାଙ୍କର ନୀତି ବାଣୀ ଗୁଡିକ ସଂସାରର ସର୍ବଶ୍ରେଷ୍ଠ ନୀତିବାଣୀ ଭିତରୁ ଗୋଟେ ଅଟେ।ଏହି ନୀତି ଗ୍ରନ୍ଥରେ ରାଜା ଠାରୁ ନେଇ ଭିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନୀତିବାଣୀ ରଚିତ ଅଛି।ଯଦି ଆପଣମାନେ ତାଙ୍କ ନୀତି ଗୁଡିକୁ ଧ୍ୟାନ ପୂର୍ବକ ପଢୁଥିବେ ତାହେଲେ ଜୀବନରେ ଆଦୌ ଧୋକା ଖାଇବେ ନାହିଁ। ଆଉ ନିଜ ଜୀବନରେ ସବୁବେଳେ ଖୁସିରେ ରହିପାରିବେ। କାହିଁକିନା ଏ ନୀତି ଗୁଡିକରେ ମନୁଷ୍ୟକୁ ଅସୁବିଧାରୁ ଲଢ଼ିବା ପାଇଁ ବହୁତ ମହତ୍ୱପୁର୍ଣ୍ଣ କଥା କୁହାଯାଇଥିଲା। ଆଜି ଆମେ ଆପଣଙ୍କୁ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା କୁହା ଯାଇଥିବା ଏମିତି କିଛି ମହତ୍ୱପୁର୍ଣ୍ଣ କଥା କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ସେଗୁଡିକ ଆପଣଙ୍କ ଜୀବନରେ ସଠିକ ରାସ୍ତା ଦେଖେଇ ପାରିବ।

ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ମନୁଷ୍ୟକୁ ଦୁଇଟି ପରିସ୍ଥିତି ବିଷୟରେ କହିଥିଲେ। ଯେଉଁଠାରେ କୌଣସି ମନୁଷ୍ୟକୁ ମିଛ କହିବା ଆଵଶ୍ୟକ ନହେଲେ ତାସହିତ ଅନର୍ଥ ହେବାର ସମ୍ଭାବନା ରହିଥାଏ। ତାସହିତ ଶୁକ୍ରାଚାର୍ଯ୍ୟ କାମ କରିବା ସମୟରେ, ବିଦ୍ୟାଅଦ୍ଧୟନ କରିବା ସମୟରେ,ଆଉ ସ୍ତ୍ରୀ ସହିତ ସ-ମ୍ଵନ୍ଧ ରଖିବା ସମୟରେ କେଉଁ ସବୁ କଥାର ଧ୍ୟାନ ରଖିବା ଉଚିତ ସେ ବିଷୟରେ ମଧ୍ୟ ଶୁକ୍ରାଚାର୍ଯ୍ୟ କହିଛନ୍ତି।ଆସନ୍ତୁ ଜାଣିବା ଶୁକ୍ରାଚାର୍ଯ୍ୟ ମନୁଷ୍ୟଙ୍କୁ କଣ କହିଛନ୍ତି।ଶୁକ୍ରାଚାର୍ଯ୍ୟ ନିଜ ଶ୍ଲୋକରେ କହିଛନ୍ତି:-
“ସୁବିଦ୍ୟା ମନ୍ତ୍ରଭୟ ସଯ୍ୟ ସ୍ତ୍ରୀ ରତ୍ନ ଦୁସ୍କୁଲାଦପି,ଗୃହଣୀୟାତ ସୁପ୍ରୟତନେନ ମାନ ମୁତୁଶ୍ଚୟତେ ସାଧକ,ପରଦ୍ରଵ୍ୟ କ୍ଷୁଦ୍ରମାପି ନାଦତ୍ତଂ ସ ହରେଦନୁ,ନୋଚରୟଦୟଂ କଶ୍ୟ ସ୍ତ୍ରୀୟଂ ନୈବ ଚ ଦୁଷୟତେ।।

ପ୍ରଥମ କଥା କାମ କରିବା ସମୟରେ ଧ୍ୟାନ ରଖିବାର ଅଛି ଏ କଥା କି ମନୁଷ୍ୟକୁ ନିଜ କାର୍ଯ୍ୟ କରିବା ସମୟରେ ନିଜ ମାନ, ମର୍ଯ୍ୟାଦା, ଗୌରବ,ଆଦିକୁ ତ୍ୟାଗ କରିବା ଉଚିତ। ମନୁଷ୍ୟର ଯେକୌଣସି କାମ ଅଛି ତା ଉପରେ ଲଜ୍ଜ୍ୟା କରିବାର କୌଣସି ଆଵଶ୍ୟକତା ହିଁ ନାହିଁ।ଏମିତି କରିବା ଦ୍ୱାରା ସେ ନିଜ କାର୍ଯ୍ୟରେ ସଫଳତା ପ୍ରାପ୍ତ କରି ପାରି ନଥାଏ।ଆପଣ ନିଜର କାର୍ଯ୍ୟର ସିଦ୍ଧିପାଇଁ ମନୁଷ୍ୟତାର ଅପମାନର ଚିନ୍ତା କରିବା ଉଚିତ ନୁହେଁ। ସେ କାମ ଛୋଟ ହେଉ କିମ୍ବା ବଡ଼ ସବୁ କାମକୁ ନିଜର ଜିମ୍ମେଦାରୀ ସହିତ କରିବା ଆବଶ୍ୟକ ଅଟେ।କିଛି ଲୋକ ଛୋଟ କାର୍ଯ୍ୟ କରିବାକୁ ଲାଜ କରୁଛନ୍ତି,ବହୁତ ଲୋକ ତାକୁ ଛୋଟ ଭାଵନ୍ତି ନାହିଁ କିନ୍ତୁ ଲଜ୍ଜ୍ୟା କରିବା ଦ୍ୱାରା ସେ ବ୍ୟକ୍ତିରହିଁ କ୍ଷତି ହୋଇଥାଏ।

ଦ୍ଵିତୀୟ କଥା ବିଦ୍ୟାଗ୍ରହଣ କରିବାରେ ଲଜ୍ଜ୍ୟା କିମ୍ବା ସଙ୍କୋଚ କରିବାର ଆଵଶ୍ୟକତା ନଥାଏ।ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ବ୍ୟକ୍ତିକୁ ଯେଉଁଠି ବିଦ୍ୟା ମିଳୁଛି ତାକୁ ଗ୍ରହଣ କରିନେବା ଆଵଶ୍ୟକ ଅଟେ ଆଉ ତାଭିତରେ ଉଚ୍ଚନୀଚ୍ଚର ଭେଦଭାବ ଦେଖିବା ଉଚିତ ନୁହେଁ।ଯଦି କୌଣସି କୁଳହିନ କିମ୍ବା ଗରିବ ବ୍ୟକ୍ତି ପାଖରେ ଜ୍ଞାନ ଅଛି ତାହେଲେ ଆମକୁ ତାକୁ ଗ୍ରହଣ କରିନେବାର ଅଛି ଆଉ ଏମିତି କରିବା ହିଁ ଉଚିତ ହୋଇଥାଏ।ଯଦି କୌଣସି ବ୍ୟକ୍ତି ଆମ ଠାରୁ ବୟସରେ ଛୋଟ ହୋଇଥାଏ ବା ଜାତିରେ ଛୋଟ ହୋଇଥାଏ ତାହେଲେ ଆମକୁ ତାଠାରୁ ବିଦ୍ୟା ଗ୍ରହଣ କରିନେବା ଉଚିତ।ତାପରେ ତୃତୀୟରେ ପୁରୁଷକୁ କେବେବି ସ୍ତ୍ରୀର ଧନକୁ ଦେଖିବା ଉଚିତ ନୁହେଁ।ଯଦି କନ୍ୟା ନୀଚ୍ଚ କୁଳର ଅଛି,ଆଉ ସୁନ୍ଦର,ଗୁଣବାନ ଚରିତ୍ର ବାନ ହୋଇଥିବ ତାହେଲେ ତାକୁ ବାହା ହେବାରେ ଆମର ଲାଭ ଅଛି।

ଚତୁର୍ଥରେ ବିନା ଦେଇ କିଛି ନିଅନ୍ତୁ ନାହିଁ,ମୁର୍ଖ ପୁରୁଷର ଗୋଟେ ବଦ ଗୁଣ ଥାଏ ସେ ଅନ୍ୟଠାରୁ ନିଏ କିନ୍ତୁ ଦେଇନଥାଏ।ଶୁକ୍ରାଚାର୍ଯ୍ୟଙ୍କର ମତରେ ବଳ ପୂର୍ବକ ଅନ୍ୟର ଵସ୍ତୁ ଛଡେ଼ଇ ନେବା ଏକ ଅପରାଧ ଅଟେ। ପଞ୍ଚମ କଥା କେବେ ହେଲେ ଅନ୍ୟର ଗୁପ୍ତ କଥାକୁ ଉଜାଗର କରିବା ଉଚିତ ନୁହେଁ।ଅନ୍ୟର ପାପ କର୍ମ ଜେତେ ଛୋଟ ହଲେ ମଧ୍ୟ ଆଉ କାହା ଆଗରେ ଆଲୋଚନା କରିବା ଉଚିତ ହେବନାହିଁ।ଷଷ୍ଠରେ କେବେ ହେଲେ ସ୍ତ୍ରୀକୁ ଦୂଷିତ କରନ୍ତୁ ନାହିଁ,ଅର୍ଥାତ କୌଣସି ସ୍ତ୍ରୀର ଇଛା ବିରୁଦ୍ଧରେ ତାକୁ ଛୁଇଁବା ଉଚିତ ନୁହେଁ।କୌଣସି ସ୍ତ୍ରୀ ଦ୍ୱାରା ଧୋକା ଖାଇବା ପରେ ମଧ୍ୟ ତାଉପରେ ଖରାପ ଲାଞ୍ଛନ ଲଗାନ୍ତୁ ନାହିଁ।ସପ୍ତମ କଥା ମିଛ ବୟାନ ଦିଅନ୍ତୁ ନାହିଁ। ଅଷ୍ଟମ କଥା ଯଦି ମନୁଷ୍ୟକୁ ଅତ୍ୟନ୍ତ ବଡ଼ କାମ ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାର ଅଛି ତାହେଲେ ସେ ମିଛ କହିଲେ ଚଳିବ।ଆଉ ଯେତେବେଳେ ମନୁଷ୍ୟର ପ୍ରାଣ ସଙ୍କଟରେ ଅଛି ତାହେଲେ ସେ ମିଛ କହିଲେ କୌଣସି ଅସୁବିଧା ନାହିଁ।

Leave a Reply

Your email address will not be published. Required fields are marked *