ବିଜୁ ପକା ଘର ଯୋଜନା New List କେବେ ଜାରି ହେବ?ଆପଣଙ୍କ ନାମ ଆଗରୁ ଥିଲେ ନିଶ୍ଚୟ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ କଥା ଗୁଡିକ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଯେ ବିଜୁ ପକଘର ଯୋଜନା ବିଷୟରେ।ଏବଂ ଏହା ଜାଣିବା ବିଜୁ ପକା ଘର ଯୋଜନାର ନୂଆ ଲିଷ୍ଟ କାହିଁକି ଜାରି କରାଯାଉ ନାହିଁ।ଏହା ସହିତ ବିଜୁ ପକା ଘର ଯୋଜନାର ନୂଆ ଲିଷ୍ଟକୁ କେବେ ଜାରି କରାଯିବ।ଏବଂ ଏଥି ସହିତ ଆମେ ଜାଣିବା ଯେ ବିଜୁ ପକା ଘର ଯୋଜନାର ନୂତନ ତଥ୍ୟ କଣ ରହିଛି।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବର୍ତ୍ତମାନ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ରହୁଛିଯେ ବିଜୁ ପକା ଘର ଯୋଜନା ପାଇଁ ଯେଉଁ ନୂଆ ଲିଷ୍ଟଟି ଜାରି ହୋଇଥିଲା ସେହି ଲିଷ୍ଟଟି କାହିଁକି ୱେବସାଇଟରେ ଦେଖାଉନାହିଁ।ଆମେ ଯେତେବେଳେ ସେହି ୱେବ ସାଇଟ ଦେଖୁଛୁ ସେଥିରେ ଲିଷ୍ଟ ବଦଳରେ ଏଲିଜିବୁଲ ବେନିଫିସିଆରି ଡିଟେଲସ କମିଙ୍ଗ ସୁନ ବୋଲି ଲେଖା ଆସୁଛି।ବିଜୁ ପକାଘର ଯୋଜନାର ନୂଆ ଲିଷ୍ଟଟି ସୋ ନ ହେବାର ପ୍ରଥମ କାରଣ ହେଉଛି ଆପଣମାନେ ଜାଣିଥିବେ ଯେତେବେଳେ ବିଜୁ ପକାଘର ଯୋଜନାର ନୂଆ ଲିଷ୍ଟ ଆସିଥିଲା।

ସେହି ଲିଷ୍ଟରେ ଅନେକ ହିତାଧିକାରୀଙ୍କ ନାମ ଆସିଥିଲା ଯେଉଁମାନେ ବିଜୁ ପକାଘର ଯୋଜନା ଅନୁସାରେ ଉପଯୁକ୍ତ ଅଛନ୍ତି।ସେମାନଙ୍କ ନାମ ତ ପ୍ରକାଶ ପାଇଥିଲା କିନ୍ତୁ ସେମାନଙ୍କ ଘର ଭେରିଫାଇ ହୋଇ ନଥିଲା।ବା ସର୍ଭେ ହୋଇନଥିଲା।ସେମାନଙ୍କ ପ୍ରକୃତରେ କୋଠାଘର ଅଛିକି ନାହିଁ।ସେମାନେ ବାସ୍ତବରେ ଘର ପାଇବାପାଇଁ ଯୋଗ୍ୟ କିମ୍ବା ନୁହେଁ ତାହା ସମ୍ପୂର୍ଣ୍ଣ ରୂପରେ ଜଣାପଡି ନଥିଲା।ଏଥିପାଇଁ ଏହି ଲିଷ୍ଟଟି ହଟାଇ ଦିଆଯାଇଛି।

ଯେତେବେଳେ ଏହି ସବୁ କାମ ଶେଷ ହୋଇଯିବ ଏବଂ ଏକ ଫାଇନାଲ ଲିଷ୍ଟ ବାହାରିବ ତାହାପରେ ସେହି ଲିଷ୍ଟକୁ ୱେବସାଇଟରେ ପବ୍ଲିଶ କରାଯିବ।କିନ୍ତୁ ଏହାର ଅଫିସିଆଲ ନୋଟିସ କିଛି ଆସିନାହିଁ।ଏବଂ ଦ୍ୱିତୀୟ କଥା ହେଉଛିଯେ ବିଜୁ ପକଘର ଯୋଜନାରେ ଯେଉଁ ଲିଷ୍ଟ ଜାରି କରାଯାଇଥିଲା

ସେହି ଲିଷ୍ଟରେ ଯେଉଁ ମାନଙ୍କ ନାମ ଥିଲା ସେହି ବ୍ୟକ୍ତି ମାନଙ୍କୁ ଛାଡି ଅନେକ ଅଲଗା ବ୍ୟକ୍ତି ମାନଙ୍କ ଘର ମଧ୍ୟ ସର୍ଭେକରାଯାଉଛି।ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଲିଷ୍ଟ ଆସିବାକୁ ଯାଉଛି।ଏବଂ ସମ୍ପୂର୍ଣ୍ଣ ସର୍ଭେ ସରିବା ପରେ ଯେତେବେଳେ ଏକ ଫାଇନାଲ ଭାବରେ ନୂଆ ଲିଷ୍ଟ ଆସିବ ତାହାପରେ ସେହି ୱେବସାଇଟରେ ତାହାକୁ ପବ୍ଲିଶ କରାଯିବ।

ଏବଂ ଯେତେବେଳେ ତାହା ଜାରି ହେବ ଆପଣ ସେହି ୱେବସାଇଟକୁ ଯାଇ ତାହା ଦେଖି ପାରିବେ।ଏଥିପାଇଁ ଆପଣଙ୍କୁ ବେସି ସମୟ ଅପେକ୍ଷା କରିବାକୁ ପଡିବ ନାହିଁ।ବହୁତ ଶୀଘ୍ର ଲୋକମାନଙ୍କ ଘର ସର୍ଭେ କରାଯାଉଛି ଏବଂ ଅନେକ ପଞ୍ଚାୟତରେ ଏହା ଶେଷ ହୋଇଗଲେଣି।ଓ ଅନେକ ପଞ୍ଚାୟତରେ ଏହି କାମ ଚାଲିଛି।ତେବେ ଏହା ସରିବା ପରେ ପରେ ଆପଣଙ୍କୁ ନୂଆ ଲିଷ୍ଟ ଦେଖିବାକୁ ମିଳିଯିବ।

Leave a Reply

Your email address will not be published. Required fields are marked *