ସାଧୁବାଣୀରୁ ଆଜିର ୨୦ ଅନୁଚିନ୍ତା – ଧାତୁ ନଷ୍ଟ ହେଉଥିଲେ ଏହି କଥା ଗୁଡିକ ଜାଣିରଖନ୍ତୁ – ନିଶ୍ଚୟ ଏହି କଥା ଜାଣିବା ଦରକାର

Spread the love

ବନ୍ଧୁମାନେ ଆସନ୍ତୁ ଆଜି ଜାଣିବା ୨୦ଟି ଅନୁଚିନ୍ତା ଯାହାକୁ ଆମେ ନିଜ ଦିନଚର୍ଯ୍ୟାରେ ବ୍ୟବହାର କରିବାତେବେ ଏଠାରେ ସ୍ପଷ୍ଟ କରିଦେଉ ଏହି କଥା ଗୁଡିକ ପଣ୍ଡିତ ଜି ଅନେକ କାର୍ଯ୍ୟକ୍ରମ ରେ କହିଛନ୍ତି ତାହା ଆଜି ଆମେ ୧ଟି କରିଛୁ

୧)ଯଦି ଆପଣଙ୍କୁ ରାତିରେ ଭଲରେ ନିଦ ହେଉନାହିଁ, ତେବେ ଲେମ୍ବୁରସ ସହ ସୋରିଷ ତେଲ ମିଶାଇ ପାଦରେ ମାଲିସ କରନ୍ତୁ।ଏହାଦ୍ବାରା ଭଲ ଓ ଗାଢ ନିଦ ହେଇଥାଏ।

୨)ଯଦି ଆପଣଙ୍କ ର ଚୁଟି ପାଚି ଯାଉଛି, ତେବେ ୨ ମାସ ପର୍ଯ୍ୟନ୍ତ ହିଡୀମିଚା ଶାଗ ଖାଆନ୍ତୁ।ଏହାଦ୍ବାରା ଚୁଟି ପାଚିବା ଏବଂ ଅନ୍ୟ ଚୁଟି ରୋଗ ସବୁ ଭଲ ହେଇଯାଇଥାଏ।

୩)ଶ୍ୱାସ ବଢ଼ିଯାଇଥିଲେ ପାଚିଲା କଦଳୀକୁ ଗରମ କରି ଗୋଲମରିଚ ମିଶାଇ ଖାଇଲେ ଆରାମ ମିଳେ।

୪)କେବେବି ଘରର କବାଟକୁ ଗୋଡ଼ ମାରି ଖୋଲନ୍ତୁନି ଏହା ଦ୍ଵାରା ମାନସିକ ସ୍ଥିତି ବିଗିଡି ଥାଏ।

୫)ଘରର ସ୍ତ୍ରୀ ଲୋକମାନେ କବାଟକୁ ଲାଗି ଖାଆନ୍ତୁ ନାହିଁ, ଏହା ଦ୍ଵାରା ଦରିଦ୍ରତା ବଢ଼ି ଥାଏ।

୬)ଘରେ ଝାଡୁ କୁ ସବୁବେଳେ ଦକ୍ଷିଣ ପାର୍ଶ୍ୱରେ ଲୁଚାଇ ରଖନ୍ତୁ ଘରେ ଧନସମ୍ପତିର ବୃଦ୍ଧି ହେବ।

୭)ଠାକୁର ଘରେ କେବେ ହେଲେ କାଳୀ, ଶନି, ଭୈରବ କିମ୍ବା ନଟରାଜଙ୍କ ମୂର୍ତ୍ତି କି ଫଟୋ ରଖନ୍ତୁ ନାହିଁ ଏହା ଦ୍ଵାରା ଅମଙ୍ଗଳ ହେଇଥାଏ।

୮)ରୁଟି କରି ସାରିବା ପରେ କେବେ ବି ଗଣନ୍ତୁ ନାହିଁ କି ରୁଟି ରଖୁଥିବା ହଟକେଶକୁ କେବେ ବି ଖାଲି ରଖନ୍ତୁ ନାହିଁ।

୯)ଭଗବାନ ଶିବଙ୍କୁ ପୂଜା କରିବା ସମୟରେ କେବେବି ଶଙ୍ଖ ବଜାନ୍ତୁ ନାହିଁ, ଏହାଦ୍ବାରା ଭଗବାନ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି।

୧୦)ସୂର୍ଯ୍ୟଙ୍କୁ ପାଣି ଟେକିଲା ବେଳେ ତମ୍ବା ପାତ୍ର ବ୍ୟବହାର କଲେ ମଙ୍ଗଳ ହେଇଥାଏ।

୧୧)ବିବାହିତା ସ୍ତ୍ରୀ ଲୋକମାନେ ନିଜର ବିନ୍ଦି, କାଜଲ,ସିନ୍ଦୂର, ପାଉଁଜି,ମେହେନ୍ଦି ଅନ୍ୟମାନଙ୍କୁ ଦିଅନ୍ତୁ ନାହିଁ,ଏହାଦ୍ବାରା ସ୍ବାମୀଙ୍କ ଆକର୍ଷଣ କମିଥାଏ।

୧୨)ଭଗବାନ ଶିବଙ୍କୁ ପୂଜା କରିବା ସମୟରେ କେବେବି ଖସା ଲଡୁ କିମ୍ବା ତୁଳସୀ ବ୍ୟବହାର କରନ୍ତୁ ନାହିଁ।

୧୩)ରାତିରେ ପଇଡ଼ କିମ୍ବା କଇଥ ଖାଆନ୍ତୁ ନାହିଁ, ଏହାଦ୍ଵାରା ଅମଙ୍ଗଳ ହେଇଥାଏ।

୧୪)ଗାଧେଇଲା ସମୟରେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଗାଧାନ୍ତୁ।

୧୫)ସ୍ଵର୍ଣ୍ଣ, ଭୂମି ଓ କନ୍ୟା ଦାନ କଲେ ପୁରାତନ ବ୍ୟାଧି କମି ଯାଇଥାଏ।

୧୬) କଣ୍ଠ ସ୍ୱର ମଧୁର କରିବା ପାଇଁ କଅଁଲିଆ ମୂଳା ଖାଆନ୍ତୁ।

୧୭) ଧାତୁ ନଷ୍ଟ ହେଉଥିଲେ କଞ୍ଚାବୁଟକୁ ପାଣିରେ ବତୁରାଇ ୭ ଦିନ ଯାଏଁ ଖାଆନ୍ତୁ।

୧୮)ଖାଇଲା ବେଳେ ସ୍ତ୍ରୀ ସ୍ୱାମୀର ବାମ ପାର୍ଶ୍ୱରେ ବସି ଖାଇଲେ ସେମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେଇଥାଏ।

୧୯)ଛାଞ୍ଚୁଣୀ କାହା ଦେହରେ ବାଜିଗଲେ ଏହାକୁ ଛିଣ୍ଡାନ୍ତୁ ନାହିଁ ଏହା ଦ୍ଵାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହେଇଥାନ୍ତି।

୨୦)ନିୟମିତ ଅଁଳା ଖାଇଲେ ଆପଣଙ୍କ ଆୟୁଷ ବୃଦ୍ଧି ହେଇଥାଏ।ଅଁଳା ରସ କୁ ଦେହରେ ଲଗାଇଲେ ଆପଣଙ୍କର ବହୁ ରୋଗ ଭଲ ହେବା ସହ ଦାରିଦ୍ର୍ୟ ଦୋଷ ମଧ୍ୟ ଦୁର ହେଇଥାଏ।

Leave a Reply

Your email address will not be published. Required fields are marked *