ଭୃସଙ୍ଗ ପତ୍ରର ଉପକାର – ଏହି ପତ୍ରକୁ ଖାଇଲେ ଆପଣ ଜୀବନସାରା ଏହାର ଲାଭ ଜାଣିବେ – କେବଳ ଖାଇବାର ଉପାୟ ଜାଣିରଖନ୍ତୁ

Spread the love

ବନ୍ଧୁମାନେ ଆଜି ଆମେ ଏଠାରେ ଏପରି ଏକ ଗଛ ବିଷୟରେ ଜାଣିବାକୁ ଯାଉ ଅଛେ,ଯାହାର ପ୍ରୟୋଗ ଆମେ ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ କରିଥାଉ।ତେବେ ଏହି ଗଛର ଅନେକ ଉପକାର ରହିଥାଏ।ତେବେ ଏହାର ଏହି ସବୁ ଉପକାର ବିଷୟରେ ବହୁତ କମ ଲୋକଙ୍କୁ ଜଣା।ଯେଉଁ ଲୋକମାନଙ୍କୁ ଏହାର ଗୁଣଗୁଡ଼ିକ ବିଷୟରେ ଜଣା ଅଛି ଏହାର ପ୍ରତିଦିନ ସେବନ କରିଥାନ୍ତି।ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର ଅନେକ ଉପକାର ବିଷୟରେ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ ଏହା ଦ୍ଵାରା ଆପଣ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ।

ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ହିତକର ଓ ଆୟୁର୍ବେଦିକ ଅନୁଯାୟୀ ଏଥିରେ ବହୁତ ପୋଷକ ତତ୍ତ୍ଵ ଭରି ହେଇ ରହିଥାଏ।ଏହା ବହୁତ ରୋଗକୁ ମଧ୍ୟ ଦୂର କରିବାରେ କାମରେ ଆସିଥାଏ।ତେବେ ଏଥିରେ ଏତେ ଆୟୁର୍ବେଦିକ ଅନୁସାରେ ଏଥିରେ ଏତେ ମାତ୍ରାରେ ଔଷଧୀୟ ଗୁଣ ରହିଛି କି ଏହା କର୍କଟ ଭଳି ଭୟଙ୍କର ରୋଗରୁ ଆମକୁ ଦୂରେଇ ରଖିଥାଏ।ତେବେ ଯଦି ଆପଣ ଭୃସଙ୍ଗ ପତ୍ର ସେବନ କରୁ ନାହାନ୍ତି ତେବେ ଆଜିଠାରୁ ହିଁ ଏହାର ସେବନ କରିବା ଆରମ୍ଭ କରିଦିଅନ୍ତୁ।

୧)ଯଦି ଆପଣଙ୍କର କୋଲେଷ୍ଟ୍ରୋଲର ପରିମାଣ ଆପଣଙ୍କ ଶରୀରରେ ମାତ୍ରା ଠାରୁ ଅଧିକ ବଢ଼ି ଯାଉଛି ତେବେ ଭୂଷଙ୍ଗ ପତ୍ରର ସେବନ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେଇଥାଏ।ଏହାର ସେବନ ଦ୍ଵାରା ବହୁତ ଜଲଦି ହିଁ କୋଲେଷ୍ଟ୍ରୋଲାର ମାତ୍ରା କମି ଯାଇଥାଏ।

୨)ହୃଦୟ ସମ୍ବନ୍ଧିତ ରୋଗୀଙ୍କ ପାଇଁ ମଧ୍ୟ ଭୃସଙ୍ଗ ପତ୍ରର ସେବନ ବହୁତ ଲାଭଦାୟକ ହେଇଥାଏ।ଏହାର ସେବନ ଦ୍ଵାରା ହାର୍ଟ ଷ୍ଟ୍ରୋକର ସମ୍ଭାବନା ବହୁତ ମାତ୍ରାରେ କମି ଯାଇଥାଏ।

୩)ଆପଣଙ୍କର କେଶ ଅଧିକ ଉପୁଡୁଚି କି।ତେବେ ଆଜିର ଖରାପ ପରିବେଶରେ କେଶ ଝଡ଼ିବା ଏକ ସାଧାରଣ କଥା ଅଟେ।ତେବେ ଭୃସଙ୍ଗ ପତ୍ରର ସେବନ ଦ୍ଵାରା କେଶ ଝଡ଼ିବା କମି ଯାଇଥାଏ ଓ କେଶ ଘନ, ଲମ୍ବା ଓ ଚମକଦାର ହେଇଥାଏ।ଏହା ଛଡ଼ା କେଶ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେଇଥାଏ।

୪)ଯଦି ଆପଣଙ୍କ ରକ୍ତରେ ଶର୍କରାର ମାତ୍ରା ଅଧିକ ଅଛି ତେବେ ଆପଣ ଭୃସଙ୍ଗ ପତ୍ରର ସେବନ ଯେମିତି ହେଲେ କରନ୍ତୁ।ଏହା ଆପଣଙ୍କର ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ।

୫)ଆପଣଙ୍କ ପେଟ ଓ ଯକୃତ ପାଇଁ ଭୃସଙ୍ଗ ପତ୍ର ବହୁତ ଉପକାରୀ ହେଇଥାଏ।ଯଦି ଆପଣଙ୍କର ବାରମ୍ବାର ଗ୍ୟାସ କିମ୍ବା ଅମ୍ଲତା ରହୁଛି ତେବେ ଏହା ମଧ୍ୟ ଭୃସଙ୍ଗ ପତ୍ରର ସେବନ କଲେ ଦୂର ହେଇଥାଏ।ଯଦି ଆପଣଙ୍କର ଯକୃତରେ କିଛି ସମସ୍ୟା ସହିଚି କିମ୍ବା ଆପଣଙ୍କର ଖାଦ୍ୟ ଭଲରେ ହଜମ ହେଉନାହିଁ, ତେବେ ଆପଣ ତୁରନ୍ତ ଭୃସଙ୍ଗ ପତ୍ରର ସେବନ ଆରମ୍ଭ କରିଦିଅନ୍ତୁ।ଏହା ଆପଣଙ୍କ ପାଚନ ଶକ୍ତିକୁ ବହୁତ ବଢାଇଥାଏ ଓ ଯକୃତ ଜନିତ ସବୁ ରୋଗକୁ ଦୂର କରିଥାଏ।

ତେବେ ଭୃସଙ୍ଗ ପତ୍ର ବହୁତ ସହଜରେ ବାଡିରେ ମିଳିଥାଏ କିମ୍ବା ବଜାରରେ ବହୁତ କମ ଦାମରେ ମିଳିଥାଏ।ଏହାକୁ ଆପଣ କୌଣସି ବି ଖାଦ୍ୟରେ ପକାଇ ଖାଇ ପାରିବେ।ଏହା ସର୍ବଦା ଖାଦ୍ୟର ସ୍ବାଦ ବଢ଼ାଇବାରେ କାମରେ ଆସିଥାଏ।

Leave a Reply

Your email address will not be published. Required fields are marked *