ରାଜ୍ୟ ସରକାର ପୁଣି ଏକ ବଡ ଘୋଷଣା କଲେ – ଶ୍ରମିକ ମାନେ ପାଇବେ ଟଙ୍କା ଓ ସମସ୍ତଙ୍କୁ ମିଳିବ ଚାଉଳ – ଦେଖନ୍ତୁ କିପରି ଲାଭ ପାଏ ପାରିବେ

Spread the love

ବର୍ତ୍ତମାନ ରାଜ୍ୟ ସରକାର ଖୁବ ଶୀଘ୍ର କାଳିଆ ଯୋଜନାର ପଞ୍ଚମ ପର୍ଯ୍ୟାୟ ଟଙ୍କା ସାଧାରଣ ଜନତାଙ୍କ ମଧ୍ୟରେ ବଣ୍ଟନ କରିବାକୁ ନିଷ୍ପତି ନେଇଛନ୍ତି।ସରକାର ନିଜ ନିଷ୍ପତି ମୁତାବକ କାଳିଆ ଯୋଜନାର ପ୍ରଥମ ୪ ଟି ପର୍ଯ୍ୟାୟ ମଧ୍ୟରୁ ୨ ଟି ପର୍ଯ୍ୟାୟର ଟଙ୍କା ସାଧାରଣ ଜନତାଙ୍କ ମଧ୍ୟରେ ବଣ୍ଟନ କରିସାରିଛନ୍ତି।ଏହାପରେ ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟର ଟଙ୍କା ଖୁବ ଶୀଘ୍ର ସେମାନଙ୍କ ମଧ୍ୟରେ ବଣ୍ଟନ ହେବାକୁ ଯାଉଛି।ରାଜ୍ୟ ସରକରଙ୍କଠାରୁ ଏହି ସାହାଯ୍ୟ ପାଇଁ ଅନେକ ସାଧାରଣ ବର୍ଗର ଲୋକମାନେ ସାମାନ୍ୟତମ ସାହାଯ୍ୟ ପାଇପାରିବେ।

ସରକାର ଏହି ଯୋଜନା କୋଭିଡ ଦ୍ଵାରା କ୍ଷତି ଗ୍ରସ୍ତ ଲୋକମାନଙ୍କ ପାଇଁ ଘୋଷଣା କରିଛନ୍ତି।ସରକାର ଏହି ଯୋଜନାରେ ପ୍ରାୟ ୧୬୮୦ କୋଟି ୪୦ ଲକ୍ଷ ଟଙ୍କା ସାଧାରଣ ଜନତାଙ୍କ ମଧ୍ୟରେ ବଣ୍ଟନ କରିବାକୁ ନିଷ୍ପତି ନେଇଛନ୍ତି।କେବଳ କାଳିଆ ହିତାଧିକାରୀ ମାନେ ଏହି ଯୋଜନାର ବା ଏହି ବଣ୍ଟନର ଲାଭ ଉଠାଇ ପାରିବେ।ସରକାରଙ୍କ ନିଷ୍ପତି ଅନୁସାରେ ପ୍ରତ୍ୟେକ ମହାମାରୀ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ସହାୟତା ରାଶି ରହିଛି। ସରକାର ଖୁବ ଶୀଘ୍ର କାଳିଆ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ପଠାଇବେ।

ଏହି ଟଙ୍କା ସାଧାରଣତଃ ଭୂମିହୀନ କୃଷକ,ସହରାଞ୍ଚଳର ଗରିବ ଶ୍ରମିକ,ଆଦିମ ଜନଜାତି ଓ ଅନ୍ୟାନ୍ୟ ଗରିବ ବର୍ଗର ଲୋକ ମାନଙ୍କ ପାଇଁ ଏହି ଯୋଜନା ଘୋଷଣା କରିଛନ୍ତି।ଏହି ଯୋଜନାରେ ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବ।ଯେପରିକି ଯେଉଁ ବ୍ୟକ୍ତି ମାନେ ଏହି ମହାମାରୀ ସମୟରେ ନିଜର ସମସ୍ତ ଜୀବିକା ତଥା ନିଜର ଆୟ କରିବାର ସମସ୍ତ ପନ୍ଥା ହରାଇଛନ୍ତି ସେମାନେ ଏହି ଯୋଜନାରେ କିଛି ମାତ୍ରାରେ ଉପକୃତ ହେବା ସହିତ ନିଜ ଆୟରେ କିଛି ଅଧିକ ଯୋଡ଼ି ପାରିବେ।

ରାଜ୍ୟର ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖା ସହାୟତା ରାଶି ପ୍ରଦାନ କରାଯିବ।ଏହା ଛଡ଼ା ପ୍ରତ୍ୟେକ ଶ୍ରମିକ ମାନଙ୍କୁ ନିଜର ପ୍ରତ୍ୟେକ ଦିନର ମଜୁରୀ ହିସାବରେ ୫୦ ଟଙ୍କା ଅଧିକ ଦିଆଯିବ।ଏହା ପାଇଁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ।ଏହା ସହିତ କାଳିଆ ଯୋଜନାର ହିତାଧିକାରୀଙ୍କୁ ୨୦୬ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।ଏହା ଛଡ଼ା ପ୍ରତ୍ୟେକ ଗରିବ ଖାଉଟିଙ୍କୁ ୫ କେଜି ଲେଖା ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଏହି ମହାମାରୀ ସମୟରେ କିଭଳି ଗରିବ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦିଆଯିବ ସେଥିପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ମୁକ୍ତି ନାମକ ଯୋଜନାର ଆରମ୍ଭ କରିଛନ୍ତି।ଯାହା ମାଧ୍ୟମରେ ଯେଉଁ ଗରିବ ଶ୍ରେଣୀର ଶ୍ରମିକମାନଙ୍କୁ ଏହି ମହାମାରୀ ସମୟରେ ଉପଯୁକ୍ତ କାର୍ଯ୍ୟ ମିଳୁନାହିଁ ଫଳରେ ସେମାନେ ନିଜର ପରିବାର ଚଳାଇବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ କାମ ମିଳି ପାରିବ ଓ ସେମାନେ କିଛିଟା ଆୟ କରି ନିଜର ପରିବାର ଚଳାଇ ପାରିବେ।ସରକାରଙ୍କର ଏହି ସବୁ ଯୋଜନା ମାଧ୍ୟମରେ ଏହି ସମସ୍ତ ଉପଭୋକ୍ତା ମାନେ ଅନେକ ଉପକୃତ ହୋଇପାରିବେ।

Leave a Reply

Your email address will not be published. Required fields are marked *