ବୁଡ଼ିଯିବ କି Paradeep Port,ନାସା ର ଏହି ରିପୋର୍ଟ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇକି ବସିବି,ଭାରତର ଏହି 12 ଟି ସହର କୁ ହେଁ ଆଲର୍ଟ ଦେଲେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ କଥା ଜାଣିବା।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତିନି ଫୁଟ ସମୁଦ୍ର ଜଳରେ ଲୀନ ହୋଇଯିବ ଭାରତର ଏହି ୧୨ଟି ଉପକୂଳବର୍ତ୍ତୀ ସହର।ଆଉ ମାତ୍ର ୭୯ ବର୍ଷ ଅର୍ଥାତ ୨୧୦୦ ମସିହା ବେଳକୁ ଭାରତର ଭାରତର ଉପକୂଳବର୍ତ୍ତୀ ସହର ପ୍ରାୟ ତିନି ଫୁଟ ପାଣିରେ ବୁଡିଯିବ।କାରଣ କ୍ରମାଗତ ତାପମାତ୍ରା ବଢ଼ୁଥିବାରୁ ଉତ୍ତର ମେରୁରେ ଜମା ବରଫ ତରଳିବାରେ ଲାଗିଛି।

ଏଥିରେ ସମୁଦ୍ରର ଜଳସ୍ତର ବୃଦ୍ଧି ଘଟୁଛି।ଏହାର ପ୍ରଭାବରେ ମୁମ୍ବାଇ ଚେନାଇ ଏବଂ କୋଚି ପରି ଅନେକ ସହରକୁ ପାଣି ମାଡ଼ି ଆସିବ।ଏଥିରେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ।କାରଣ କୌଣସି ମଧ୍ୟ ତଟିୟ ଅଞ୍ଚଳରେ ତିନି ଫୁଟ ପାଣି ଆସିବାର ଅର୍ଥ ଭୁଭାଗ ଧ୍ୱଂସ ପାଇଯିବ।ଆମେରିକାର ଅନ୍ତରିଖ ଏଜେନ୍ସି ନାସା ସି ଲେଭେଲ ପ୍ରୋଜେକ୍ସନ ଟୁଲରେ ଏହାର ଖୁଲାସା କରିଛି।

ନାସାର ରିପୋର୍ଟ ଅନୁସାରେ ୨୧୦୦ ମସିହା ସୁଦ୍ଧା ଦୁନିଆ ପ୍ରଚଣ୍ଡ ଖରାରେ କଲବଲ ହେବ।ଅଙ୍ଗାରକାମ୍ଳ ନିର୍ଗତ ଏବଂ ପ୍ରଦୂଷଣ ଉପରେ ନିୟନ୍ତ୍ରଣ କରାନଗଲେ ତାପମାତ୍ରା ହାରାହାରି ଚାରି ଡିଗ୍ରୀ ବୃଦ୍ଧି ଘଟିବ।ଆଗମୀ ଦୁଇ ଦଶନ୍ଧିରେ ତାପମାତ୍ରା ଏକ ଦଶମିକ ପାଞ୍ଚ ଡିଗ୍ରୀ ଵୃଦ୍ଧି ଘଟିବ।ଏତେ ମାତ୍ରାରେ ତାପମାତ୍ରା ବଢିବାର ଅର୍ଥ ଗ୍ଲାସିୟର ତରଳିବା ସ୍ୱାଭାବିକ।

ଏବଂ ଏହା ହିଁ ସମୁଦ୍ର ଏବଂ ସ୍ଥଳ ଭାଗରେ ତାଣ୍ଡବ ଲୀଳା2 ରାଚାଇବ ନସାର ପ୍ରେଜୋକ୍ସନ ଟୁଲରେ ସମଗ୍ର ଦୁନିଆର ନକ୍ସା ପ୍ରସ୍ତୁତ କରାଯାଇ କେଉଁ ବର୍ଷ ଦୁନିଆର କେଉଁ ଅଞ୍ଚଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ଘଟିବ।ଆଇ ବି ସି ସି ପ୍ରତି ପାଞ୍ଚରୁ ସାତ ବର୍ଷରେ ସମଗ୍ର ଦୁନିଆର ପାଣିପାଗ ରିପୋର୍ଟ ଦେଇଥାଏ।ଏଥର ମିଳିଥିବା ରିପୋର୍ଟ ବହୁତ ଖରାପ ରହିଛି।

ପ୍ରଥମ ଥର ନାସା ପୁରା ଦୁନିଆରେ ବଢିବାକୁ ଥିବା ଜଳସ୍ତର ମାପିବା ପାଇଁ ଏକ ନୂତନ ଟୁଲ ପ୍ରସ୍ତୁତ କରିଛି।ଏହି ଟୁଲ ଦୁନିଆର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରର ଜଳସ୍ତର ମାପି ପାରିବ।୨୧୦୦ ମସିହା ସୁଦ୍ଧା ଭାରତର ୧୨ଟି ସହର ପାଖାପାଖି ଅଢେଇ ଫୁଟ ସମୁଦ୍ର ଜଳରେ ଲୀନ ହୋଇଯିବ।କାରଣ ସେତେ ବେଳକୁ ଏତେ ଗରମ ବଢିଯାଇଥିବ ଯେ ଗ୍ଲାସିୟର ତରଳିବ ଏବଂ ଜଳସ୍ତର ବୃଦ୍ଧି ଘଟିବ।

ସବୁଠାରୁ ଅଧିକ ଯେଉଁ ସହର ପପ୍ରତି ବିପଦ ରହିଛି ତାହା ହେଉଛି ଭାବ ନଗର।ଏଠାରେ କୋଚିରେ ମଧ୍ୟ ଜଳସ୍ତର ବୃଦ୍ଧି ଘଟିବ।ଏହାପରେ ଯେଉଁ ସହରକୁ ଅଧିକ ବିପଦ ରହିଛି ତାହା ହେଉଛି ପୁଖା, ବାଙ୍ଗାଲୋର, ମୁମ୍ବାଇ ଚେନାଇ ଏବଂ ବିଶାଖାପାଟଣା।ସମୁଦ୍ର ଜଳସ୍ତର ବୃଦ୍ଧି ଘଟିଲେ ଆର୍ଥିକ ବ୍ୟବସ୍ଥାକୁ ଶକ୍ତ ଧକା ଲାଗିବ।ଏହାର ବିପଦ ଭବିଷ୍ୟତରେ ଉଠାଇବାକୁ ପଡିବ।

Leave a Reply

Your email address will not be published. Required fields are marked *