ରାସନ କାର୍ଡ ଆବେଦନ ଅନଲାଇନ ୨୦୨୧ – ଏବେ ନିଜ ମୋବାଇଲ ରେ ଘରେ ବସି ଆବେଦନ କରନ୍ତୁ ଏହି ଉପାୟ ରେ

Spread the love

ସାଙ୍ଗମାନେ ଯଦି ଆପଣମାନେ ଏ ପର୍ଯ୍ୟନ୍ତ ରାସନ କାର୍ଡ ପାଇନାହାନ୍ତି କିମ୍ବା ଏଥିପାଇଁ ପଞ୍ଜୀକୃତ କରିନାହାନ୍ତି ତ ଏହା ଆପଣ ମାନେ ଏହାକୁ ହାତଛଡ଼ା କରନ୍ତୁ ନାହିଁ।ପରବର୍ତ୍ତୀ ସମୟରେ ଆପଣ ମାନଙ୍କୁ ଏପରି ସୁଯୋଗ ବୋଧେ ନ ମିଳିପାରେ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଏଥିପାଇଁ ଆପଣ କିପରି ଭାବେ ପଂଜିକୃତ କରିବେ ବା ଏଥିପାଇଁ କଣ ସବୁ ସର୍ତ୍ତ ରହିଛି ଓ ଏଥିପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ପଡ଼ିବ କି ନାହିଁ।ଦେଖନ୍ତୁ ରାସନ କାର୍ଡ ଏକ କେନ୍ଦ୍ର ଯୋଜନା ଅଟେ।ଏହାଦ୍ବାରା ବ୍ୟକ୍ତିର ପରିବାରକୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ।

ସାଙ୍ଗମାନେ ଏହି ଯୋଜନା ଆଣିବାର ମୂଳ ଲକ୍ଷ୍ୟ ହେଉଛି ଯେହେତୁ ଭାରତର ଅଧିକାଂଶ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି। ତା ଭିତରୁ ଭାରତରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ବ୍ୟକ୍ତି ବର୍ଗ ଶ୍ରମିକ ଶ୍ରେଣୀର ହୋଇଥାନ୍ତି।ଏହି ଯୋଜନା ଦ୍ୱାରା ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଓ କିରୋସିନ ଆଦି ମାଗଣାରେ ମିଳିପାରିବ।ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ଯୋଜନା କରା ଯାଇଛି ଯେ ଲୋକମାନେ କିପରି ମାଗଣା ଖାଦ୍ୟ ସାମଗ୍ରୀ ସୁବିଧା ପାଇପାରିବେ ଓ ଗରିବୀ ରୁ ମୁକ୍ତି ପାଇପାରିବେ।ଏହା କେବଳ ଗରୀବ ଶ୍ରେଣୀ ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ।

ଏହାର ନିୟମ ହେଉଛି ଘରର ମୁଖ୍ୟ ମହିଳାଙ୍କ ନାମରେ ଏହା କରାଯିବ।ମହିଳାଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ ଓ ସେ ଗ୍ରାମାଞ୍ଚଳରେ ଅଥବା ସହରାଞ୍ଚଳରେ ବସବାସ କରୁଥିବା ଆବଶ୍ୟକ।ଏଥିପାଇଁ ପ୍ରଥମ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ।ଏଥିରେ କେତେଜଣ ମେମ୍ବର ରହିବେ ସେମାନଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ।ଏହି ସମସ୍ତଙ୍କ ମେମ୍ବର ମାନଙ୍କ ଆଧାର କାର୍ଡ ଏଥିରେ ଲିଙ୍କ ହୋଇଥିବା ଆବଶ୍ୟକ।ଆପଣ ନିଜର କୌଣସି ଏକ ରେସିଡେଣ୍ଟ ପ୍ରୁଫ ମଧ୍ୟ ଦେଖାଇବେ।ଏହା ବାଦ ଦୁଇଟି ପାସ ପୋର୍ଟ ସାଇଜ ଫଟୋ ମଧ୍ୟ ଆବଶ୍ୟକ।

ଏଥିପାଇଁ ଆବେଦନ କରିବା ପାଇଁ ଦୁଇଟି ଉପାୟ ରହିଛି।ଗୋଟିଏ ହେଉଛି ଅନଲାଇନ ଓ ଅନ୍ୟଟି ଅଫଲାଇନ।ଆପଣ ନିଜ ବ୍ଲକ ଅଫିସ ବା ଜିଲ୍ଲା କାର୍ଯ୍ୟାଳୟକୁ ଜାଇକରି ସେଠାରେ ରାସନ କାର୍ଡ ପାଇଁ ଥିବା ଫର୍ମ ଭରିକରି ଦେବାକୁ ପଡ଼ିବ।ଯେଉଁମାନେ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ସେମାନେ ତାଙ୍କ ନିକଟସ୍ଥ ଡିଲରଙ୍କ ପାଖକୁ ଯାଇ ସେଠାରୁ ଫର୍ମ ଆଣି ତା ସହିତ ଯେଉଁ ଯେଉଁ ଡକ୍ୟୁମେଣ୍ଟ କହିଲି ସେସବୁର ଜେରକ୍ସ ତା ସହିତ ଦେବାକୁ ପଡ଼ିବ।

ଯଦି ଆମେ ଅନଲାଇନ ଉପାୟ କଥା କହିବା ତ ଏହାକୁ ବହୁ ରାଜ୍ୟ ସୀକୃତି ଦିଅନ୍ତି ନାହିଁ।ଏଥିପାଇଁ ଆପଣଙ୍କୁ ଏକ ୟୁଜର ନେମ ଓ ପାସୱାର୍ଡ କିଣିବା ପାଇଁ ପଡ଼ିବ ଓ ଏହା ବହୁତ ଦାମ ମଧ୍ୟ ହୋଇଥାଏ।ଆପଣ ମାନେ ଚାହିଁଲେ ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ସେଠାରେ ମଧ୍ୟ ଆବେଦନ କରିପାରିବେ।ଯଦି ସେଠାରେ ସେହି ସେବା ଉପଲବ୍ଧ ଥିବ ତ ଆପଣ ଅନଲାଇନ ଆବେଦନ ମଧ୍ୟ କରିପାରିବେ।

Leave a Reply

Your email address will not be published. Required fields are marked *