କେବେ ସରିବ କରନା,ମାଳିକା ଦେଲା ପ୍ରମାଣ – ଜାଣିଲେ ଆପଣ ମଧ୍ୟ ଖୁସି ହେଇଯିବେ – ଏହି ଦିନ ସରିବ ଏହି ମହାମାରୀ

Spread the love

ସାଙ୍ଗମାନେ ଆଜି ମୁଁ ଆପଣମାନଙ୍କ ଆଗରେ ସେହି ପୁରୁଣା ତାଳ ପତ୍ର ଲେଖା ଯାହାର ନା ମାଳିକା ବଚନ,ତାକୁ ମୁ ଆଜି ଆପଣଙ୍କ ଆଗରେ ଉପସ୍ଥାପନ କରିବି।ଆମେମାନେ ଏହି କରୋନାକୁ ନେଇ ଆର ବର୍ଷ ବି କହିଥିଲୁ।ଆଜି ମୁଁ ଆପଣ ମାନଙ୍କ ଆଗରେ ଏବେ ଯେଉଁ କରୋନା ମହାମାରିକୁ ନେଇ ତାଣ୍ଡବ ଚାଲିଛି ତା ବିଷୟରେ କିଛି ତଥ୍ୟ ରଖିବି।ମହାପୁରୁଷ ୬୦୦ ବର୍ଷ ତଳେ କଣ ଏହାର ପ୍ରମାଣ ରଖିଛନ୍ତି ତାହା ମଧ୍ୟ ଜଣାଇବି।ଏଥିରୁ ଆମେ କିପରି ସତର୍କ ହେବା ବା ଏହି ମହାମାରୀ କେବେ ଯିବ ତାହା ଉପରେ ମୁଁ ଆଲୋଚନା କରିବି।

ମହାପୁରୁଷ ୬୦୦ ବର୍ଷ ତଳେ ଏହାକୁ ଅନୁଧ୍ୟାନ କରି ଲେଖିଛନ୍ତି ଯେ ଆଜି ଯିଏ ଜୀବିତ ଥିବ କାଲି ସେ ଶବ ପାଲଟିଯିବ।ଦାମ୍ଭିକ ମାନଙ୍କ ଅହଙ୍କାର ନାଶ ଜୀବ।ଏହି ଦୁନିଆରେ ଏମିତି ଏକ ସମୟ ଆସିବ ଯେଉଁଦିନ ମନୁଷ୍ୟ ମନରେ ଯେତେ ଅହଙ୍କାର ରହିଛି ତାହାର ନାଶ ହେବ।ଏହି ସମୟରେ ଅକାଳ ମୃତ୍ୟୁ ହେବ ଅର୍ଥାତ ମହାନ ମହାନ ଲୋକମାନେ ଏହି ସମୟରେ ଚାଲିଯିବେ।ଥିଲା ବାଲା ଓ ନଥିଲା ବାଲା ଭିତରେ କୌଣସି ଫରକ ରହିବ ନାହିଁ।ଯିଏ ଯେଉଁଠାରେ ଥିବେ ସେ ସେହିଠାରେ ଥିବେ।

ମଣିଷ ପୁଅ ଜନ୍ମ କରିଥାଏ କାରଣ ସେ ମଲାବେଲେ ତା ମୁହଁରେ ପାଣି ଦେବ।କିନ୍ତୁ ଏବେ ବାପା ମଲେ ପୁଅ ତାଙ୍କ ଶବ ଦେଖିପାରୁ ନାହିଁ କି ସତ୍କାର ମଧ୍ୟ କରିପାରୁନାହିଁ।ଏପରି ସମୟ ଆସିବ ଯେ ଯିଏ ଆଜି ସବ ଉଠାଉଛି ସେ କାଲି ସବ ପାଲଟିଯିବ।ଏହିଭଳି ଭୟାନକ ପରିସ୍ଥିତି ଆଜି ଏହି ବିଶ୍ଵ ଆଗରେ ଉପୁଜିଛି।କିନ୍ତୁ ଆପଣ ମାନେ ଏଥିପାଇଁ ଜମା ବି ଚିନ୍ତା କରନ୍ତୁ ନାହିଁ।ମାଳିକା ଏହା ମଧ୍ୟ ସୂଚନା ଦେଉଚି ଯେ ଏହି କରୋନା ମହାମାରୀ କେତେ ସମୟ ପର୍ଯ୍ୟନ୍ତ ରହିବ।

ଆପଣଙ୍କ ମନରେ ନିହାତି ଏହି ପ୍ରଶ୍ନ ଆସୁଥିବ ଯେ ଏହି କରୋନା ମହାମାରୀ ଆଉ କେତେ ଦିନ ଧରି ରହିବ ଏହା ୨୦୨୧ ମସିହାରେ ଯିବ ନା ନାହିଁ।କଣ ଏହି ମହାମାରୀ ସବୁଦିନ ଧରି ଆମ ସହିତ ରହିବ? ମହାପୁରୁଷ ଏହା ଉପରେ କଣ ଲେଖା ଲେଖିଛନ୍ତି?ମହାପୁରୁଷ ଏହିଠାରେ ସ୍ପଷ୍ଟ ଲେଖିଛନ୍ତି ଯେ ଏକ ବର୍ଷ ଦଶ ମାସ ଏହି ମହାମାରୀ ଭୋଗ ହେବ।ଯେତେ ପ୍ରାଣୀ ମାନ ରହିଛନ୍ତି ସମସ୍ତଙ୍କ ବିୟୋଗ ଘଟିବ।ତେବେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜେଇ ରଖନ୍ତୁ

ଏହି ମହାମାରୀ ୨୦୧୯ ମସିହା ନଭେମ୍ବର ମାସରେ ଆରମ୍ଭ ହୋଇଥିଲା।ଏହା ୨୦୨୧ ମସିହା ଅକ୍ଟୋବର ମାସରେ ସମାପ୍ତ ହେବ।ଏହି ଦଶ ମାସ ଭିତରେ ଏହି ମହାମାରୀ କରାଳ ରୂପ ନେବ।ଏହାପରେ ଏହି ମହାମାରୀ ସାଧାରଣ ରୂପ ନେବ।ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ ରହିବ।ଜେଉଁପରି ଭାବରେ ଲୋକ ମାନେ ଆକ୍ରାନ୍ତ ହେବେ ତା ଠାରୁ ଅଧିକ ତୁଳନାରେ ଲୋକ ସୁସ୍ଥ ମଧ୍ୟ ହେବେ।

Leave a Reply

Your email address will not be published. Required fields are marked *