ଡାକ୍ତରଂକ ପରାମର୍ଶ – ମିସ-କ୍ୟାରେଜ ବା ଗ-ର୍ଭପାତ ହେବାର ମୁଖ୍ୟ କାରଣ ବା ଲକ୍ଷଣ କଣ – ଏହି ସତର୍କତା ଅବଲମ୍ବନ କରିବା ଦରକାର

Spread the love

ସାଙ୍ଗମାନେ ଆଜିର ଆର୍ଟିକିଲରେ ଆମେ ଜାଣିବା ମିସକ୍ୟାରେଜ ବିଷୟରେ।ଅର୍ଥାତ ବାରମ୍ବାର ପ୍ରେଗନେନ୍ସି ଲସ କାହିଁକି ହୁଏ?ଏହାର ସାଧାରଣ କାରଣ କଣ ଏବଂ ଏଥିପାଇଁ ଆମେ କେଉଁ ପଦକ୍ଷେପ ନେବା ଉଚିତ?ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆମେ ଜାଣିଛେ ପ୍ରେଗନେନ୍ସି ଲସ ହେବା କାରଣରୁ ଜଣେ ଦମ୍ପତି ମସ୍ତିସ୍କରୁ କେତେ ଦୁଃଖିତ ଥାନ୍ତି।କାରଣ ସେମାନେ ଏକ ବହୁତ ବଡ଼ କ୍ଷତି ସହନ୍ତି।କିନ୍ତୁ ଯଦି ବାରମ୍ବାର ଏହି ମିସକ୍ୟାରେଜ ହୋଇଚାଲିଛି ତେବେ ସେମାନଙ୍କୁ ସଠିକ ଡାକ୍ତରଙ୍କ ସହ ଦେଖା ହେବା ଉଚିତ।ଏବଂ ଜାଣିବା ଦରକାର କାହିଁକି ଏହି ଅସୁବିଧା ହେଉଛି।

ଯଦି ପ୍ରଥମ ତିନୋଟି ପ୍ରେଗନେନ୍ସି ଲସ ହୋଇଛି ତେବେ ଏହାର ୮୦% ସମ୍ଭାବନା ଅଛି ଯେ ଚତୁର୍ଥ ପ୍ରେଗନେନ୍ସି ସ୍ମୁଥ ଭାବରେ ଚାଲିଯିବାର।କିନ୍ତୁ ଯଦି ପ୍ରେଗନେନ୍ସି ଲସ ହୁଏ ତେବେ ଆପଣଙ୍କୁ ହାତ ଉପରେ ହାତ ଧରି ବସିଯିବା ଉଚିତ ନୁହଁ।ଡାକ୍ତରଙ୍କୁ ଦେଖାଇବା ଅତ୍ୟାବଶ୍ୟକ ଅଟେ।ଏବେ ଆସନ୍ତୁ ଜାଣିବା ଏହା ହେବାର ସବୁଠାରୁ ସାଧାରଣ କାରଣ କଣ?

ପ୍ରାଥମିକ ସ୍ତରର ଏହାର କାରଣ ହେଉଛି କ୍ରୋମୋଜୋମାଲ ଅସ୍ୱାଭାବିକତା।ଏହି କାରଣ ପାଇଁ x କ୍ରୋମୋଜୋମ ଏବଂ x କ୍ରୋମୋଜୋମ ମିଶି ଯେଉଁ ଶିଶୁ ହେବାକୁ ଯାଏ ତାହା ହୋଇପାରି ନଥାଏ।ଏହା ତ କାହା ହାତରେ ନଥାଏ କିନ୍ତୁ ଅନ୍ୟ ଥର ଏହା ହୁଏ ନାହିଁ।

ଯଦି ଏହା ଦ୍ୱିତୀୟ ତିନି ମାସରେ ହେଉଛି ତେବେ ଏହାର କାରଣ ହେଉଛି ସରଭିକାଲ ଇନକମପ୍ଲିମେଣ୍ଟ।ଏହାର ଅନ୍ୟ କାରଣ ହେଉଛି ଇନଫେକ୍ସନ।ଗର୍ଭାବସ୍ଥାରେ ଥାଇରଏଡ଼ର ପରିମାଣ ଅଧିକ ଥିବା।ଗର୍ଭାବସ୍ଥାରେ ରକ୍ତର ସୁଗାରର ପରିମାଣ ଅଧିକ ଥିବା।ଏହି ସବୁ କାରଣପାଇଁ ମଧ୍ୟ ମିସକ୍ୟାରେଜର ସମ୍ଭାବନା ଥାଏ।ଏହାଛଡା ଜରାୟୁରେ କୌଣସି ସମସ୍ୟା ଥିଲେ ,ଜରାୟୁରେ ବଡ଼ ଆକାରର ଟ୍ୟୁମର ଥିଲେ ,ଜରାୟୁରେ ପଲିପ ଥିଲେ ,ଜରାୟୁ ଦୁଇ ଭାଗରେ ବିଭକ୍ତ ହୋଇଥିଲେ ବା ଅନ୍ୟ କୌଣସି ତ୍ରୁଟି ଥିଲେ ମଧ୍ୟ ମିସକ୍ୟାରେଜ ହେବାର ସମ୍ଭାବନା ଅଛି।

ଏଥିପାଇଁ ଆପଣ ଧର୍ଯ୍ୟ ରଖନ୍ତୁ।ସଠିକ ଡାକ୍ତରଙ୍କୁ ଦେଖାନ୍ତୁ।ଏହି କିଛି କାରଣ ଉପରେ ଯଦି ଆପଣ ଧ୍ୟାନ ଦେବେ ତେବେ ଏହି ସବୁ ଅସୁବିଧା ହେବ ନାହିଁ।

Leave a Reply

Your email address will not be published. Required fields are marked *