ଚା ଛଣାକୁ ସଫା କରିବାର ଦୁଇଟି ସହଜ ଉପାୟ,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ।

Spread the love

ଆପଣ ଜାଣିଥିବେ ଯେକୌଣସି କୁଣିଆ ଆସନ୍ତୁ କିମ୍ବା କୌଣସି ପର୍ବାପର୍ବଣି ଥାଏ ଆମେ ଘର ଦ୍ୱାର ସଫାସୁତରା କରି ଏହାକୁ ସୁନ୍ଦର କରିବାକୁ ଚେଷ୍ଟା କରିଥାଉ।ଆଜି ଆମେ ଏଠାରେ ରୋଷେଇ ଘରେ ବ୍ୟବହାର କରୁଥିବା ଚା ଛଣାକୁ କିପରି ସଫା କରିବା ସେବିଷୟରେ ଜାଣିବା।ଆଜି ଆମେ ଏଠାରେ ଦୁଇଟି ଉପାୟରେ ଚା ଛଣା ସଫା କରିବାର ଉପାୟ ବିଷୟରେ ଜାଣିବା।ଆଉ ଏମିତି ଏକ ମିଶ୍ରଣ ପ୍ରସ୍ତୁତ କରିବା ଜାହାଦ୍ୱାର ଆପଣ ନିଜ ରୋଷେଇ ଘରକୁ ମଧ୍ୟ ଭଲ ଭାବରେ ସଫା କରି ପାରିବେ।ସବୁ ଦିନ ବ୍ୟବହାରରେ ଲାଗୁଥିବା କାରଣରୁ ଆମ ଚା ଛଣା ବହୁତ ଅସନା ହୋଇଯାଇଥାଏ।ଆଉ କଣ ହୁଏନା ଯେତବେଳେ ଚା ଛଣା ହୁଏ ଚାର ଗୁଣ୍ଡ କାରଣରୁ ଚା ଛଣାର ମୁହଁ ବନ୍ଦ ହୋଇଯାଇଥାଏ।ଯାହାଫଳରେ ଏହାକୁ ପରବର୍ତ୍ତୀ ସମୟରେ ବ୍ୟବହାର କରିବାର ଆମକୁ ଅସନା ଲାଗେ।

ଆପଣ ଦେଖିଥିବେ ଚା ଛଣାର ଚାରି ପାଖରେ ଏକ ମୋଟା ପରସ୍ତ ଘେରି ହୋଇଯାଇଥାଏ।ଆଉ ଆମେ ଯଦି ଚା ଛଣାକୁ ବିନା ଧୋଇ ସେହିଭଳି ଛାଡି ଦେବା ତାହେଲେ ଏହା ଭିତରେ ମୋଟା ମୋଟା ଓ ଅସନା ପରସ୍ତ ଲାଗି ରହିଥାଏ।ଆଉ ଧିରେ ଧିରେ ଏହା ଛଣାର ଜାଲିର ମୁହଁକୁ ବନ୍ଦ କରିଥାଏ ଆଉ ଚା ଏତେ ଭଲ ଭାବରେ ଛାଣି ହୋଇନଥାଏ ଆଉ ଏହା ଦେଖିବାକୁ ମଧ୍ୟ ବହୁତ ଅସନା ଲାଗିଥାଏ।

ଆଜି ଆମେ ଏଠାରେ ୨ ଟି ଉପାୟରେ ଏ ଚା ଛଣା ସଫା କରିବା ଶିଖିବା।ସର୍ଵ ପ୍ରଥମେ ଆମକୁ ନେବାର ଅଛି ଗୋଟେ ଗିନା ଆଉ ସେଥିରେ ଦୁଇଚାମୁଚ ବେକିଙ୍ଗସୋଢ଼ା ପକେଇବେ।ଆପଣ ଜାଣିଥିବେ ସୋଢ଼ାରେ ଖାଇବାକୁ ସ୍ୱାଦିଷ୍ଟ କରିବା ସହିତ ସଫା କରିବାରେ ମଧ୍ୟ ଭଲ କାମରେ ଆସିପାରେ।

ଆପଣ ଦୁଇ ଚାମୁଚ ସୋଢ଼ାରେ ଦୁଇଚାମୁଚ ପାଣି ମିଶେଇ ତାକୁ ଏକ ପୁରୁଣା ବ୍ରସ ସାହାଯ୍ୟରେ ଭଲ ଭାବରେ ଗୋଳେଇ ନେବା।ତାପରେ ଗୋଟେ ବଡ଼ ଗିନା ନେବେ ଆଉ ନିଜ ଛଣା ରଖିବେ,ଆଉ ସେ ସୋଢ଼ା ପାଣିର ମିଶ୍ରଣକୁ ସେ ବ୍ରସ ସାହାଯ୍ୟରେ ଲଗେଇ ଚା ଛଣା ଚାରି ପଟରେ ଭଲ ଭାବରେ ଘସି ନେବା।ଆମେ ତାର ଚାରିପାଖରେ ଓ ଆଗରେ ପଛରେ ଭଲ ଭାବରେ ସେ ସୋଢ଼ା ମିଶ୍ରିତ ପାଣିକୁ ସେଥିରେ ଘଷିବାକୁ ଲାଗିବେ।

ଆପଣ ଯେତବେଳେ ସେ ଚା ଛଣାର ଚାରି ପାଖରେ ଏହି ମିଶ୍ରଣ ଲଗେଇ ନେବେ ତାପରେ ସେ ସେମିତି ସେ ଗିନାରେ ଥିବ ଆଉ ଆମେ ତାଉପରେ ଧଳା ଭିନେଗର ପକେଇବା।ଆଉ ଭିନେଗାର ପକଉ ପକଉ ସେଠାରେ ଧଳା ଧଳା ଫେଣ ହୋଇ ରାସାୟନିକ ପ୍ରତିକ୍ରିୟା ହେବାରେ ଲାଗିବ।

ଆମକୁ ଭିନେଗାର ସେପର୍ଯ୍ୟନ୍ତ ଦେବାକୁ ହେବ ଯେପର୍ଯ୍ୟନ୍ତ ସେ ଛଣା ସମ୍ପୂର୍ଣ୍ଣ ଭାବରେ ବୁଡି ନଯାଇଛି।ଆପଣ ଦେଖିବେ ସେ ଚା ଛଣାରେ ଥିବା ସବୁ ଅସନା ଜିନିଷ ବା ଆବର୍ଜନା ବହୁତ ଶିଘ୍ର ଫୁଲି ବାହାରକୁ ଆସିବ।ତାପରେ ଆପଣ ସେ ପ୍ଲାଷ୍ଟିକ ଚା ଛଣାକୁ ବିନା କୌଣସି ପରିଶ୍ରମରେ ସେ ଭିନେଗାର ପାଣିରେ ଆପଣ ୧-୨ ଘଣ୍ଟା ପର୍ଯ୍ୟନ୍ତ ସେମିତି ଛାଡି ଦେବେ,ଯଦି ଆପଣ ଚାହିଁବେ ତାହେଲେ ଆପଣ ତାକୁ ସେମିତି ସମ୍ପୂର୍ଣ୍ଣ ରାତି ବୁଡି ରହିବା ପାଇଁ ଛାଡି ଦେବେ।

ଏବେ ଯେପର୍ଯ୍ୟନ୍ତ ଚା ଛଣା ଗୁଡିକ ବୁଡିକି ଅଛନ୍ତି ଚାଲନ୍ତୁ ଆମେ ଜାଣିବା ଯେ ଆମେ କିପରି ଷ୍ଟିଲ ଚା ଛଣାକୁ ସଫା କରିବା।ଆମକୁ କଣ କରିବାକୁ ହେବନା ଗ୍ୟାସ ଲଗେଇବାର ଅଛି ଆଉ ତାପରେ ସେଥିରେ ଚା ଛଣାକୁ ଗରମ କରିବାର ଅଛି।

ଆଉ ଆପଣ ଏଇଟା ଧ୍ୟାନ ରଖିବେକି ଆପଣ ଯେମିତି ଗ୍ୟାସର ଫ୍ଲେମକୁ ଲୋ ରଖିବା ନିହାତି ଜରୁରୀ ଅଟେ।ଆଉ ଯେତେ ସମୟ ଏହାକୁ ଗରମ କରିବେ ଏଥିରେ ଅଧିକରୁ ଅଧିକ ମାତ୍ରାରେ କଳା ଧୂଆଁ ବାହାରିବାକୁ ଲାଗିଲା।ଏହି ଷ୍ଟିଲ ଚା ଛଣାର ଜାଲିରେ ଫସିଥିବା ସବୁ ଚା ପତି ଗୁଡିକ ବହୁତ ସହଜରେ ଜଳିଯିବ।ନିଜର ମୁହଁକୁ ଏ ଧୂଆଁ ଠାରୁ ଦୁରରେ ରଖନ୍ତୁ ଏହାର ଧୂଆଁ ବହୁତ ହାନି କାରକ ଅଟେ।

ଏହା ଏକ ଶସ୍ତା ଆଉ ସୁନ୍ଦର ଉପାୟ ଅଟେ ଆପଣ ବିନା କୌଣସି ଟଙ୍କା ଖର୍ଚ୍ଚରେ ଓ ବିନା କୌଣସି ପରିଶ୍ରମରେ ବହୁତ ସହଜରେ ଆପଣଙ୍କ ଷ୍ଟିଲ ଚା ଛଣା ସଫା ହୋଇଯିବ।ଆପଣ ଏ ଉପାୟ ଭୁଲରେ ବି ପ୍ଲାଷ୍ଟିକ ଛଣା ସହିତ କରନ୍ତୁ ନାହିଁ କାରଣ ଏହା ନିଆଁରେ ସମ୍ପୂର୍ଣ୍ଣ ଭାବରେ ତରଳି ଯିବାର ସମ୍ଭାବନା ଅଛି।

ଆପଣ ପ୍ରାୟ ୧-୨ ମିନିଟ ପର୍ଯ୍ୟନ୍ତ ନିଆଁରେ ଦେଖେଇ ଏହାକୁ ସଫା କରିନେବେ।ଆଉ ତାପରେ ଆପଣ ଦେଖିବେ ଏହା ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ।ଆପଣ ଯେକୌଣସି ଵାସନ ଧୁଆ ଜେଲ ନେବେ ଓ ତାଦେହରେ ଅଳ୍ପ ମାତ୍ରାରେ ପାଣି ମିଶେଇବେ।

ଆଉ ତାପରେ ଯେକୌଣସି ପୁରୁଣା ବ୍ରସନେଇ ସେ ଚା ଛଣାର ଚାରିପାଖକୁ ଭଲ ଭବାରେ ରଗଡି ସଫା କରିନେବେ।ତାପରେ ପୁଣି ଏକ ଵାସନ ଧୁଆ ସ୍କ୍ରବ ନେବେ ଓ ସେ ଚା ଛଣାକୁ ଭଲ ଭାବରେ ରଗଡି ରଗଡି ସଫା କରିବାକୁ ଲାଗିବେ।ତାପରେ ସଫା ପାଣିରେ ସେ ଚା ଛଣାକୁ ଭଲ ଭାବରେ ଧୋଇନେବେ ଏବେ ଆପଣ ଅନ୍ତର ଦେଖୀ ପାରୁଥିବେ ଏବେ ଆପଣଙ୍କ ଚା ଛଣା ସମ୍ପୂର୍ଣ୍ଣ ଭାବରେ ନୂଆ ଭଳି ଚିକ ଚିକ କରିବାକୁ ଲାଗିବ।

ଠିକ ଗୋଟେ ଘଣ୍ଟା ପରେ ସେ ପ୍ଲାଷ୍ଟିକ ଚା ଛଣାକୁ ନେବେ ଆଉ ତାକୁ ଭଲ ଭବାରେ ରଗଡି ରଗଡି ସ୍କ୍ରବ ସାହାଯ୍ୟ ରେ ଏହାକୁ ସଫା କରିନେବେ।ଆଉ ତାପରେ ସଫା ପାଣିରେ ସେ ପ୍ଲାଷ୍ଟିକ ଚା ଛଣାକୁ ଧୋଇନେବେ ଆଉ ଦେଖିବେ ଏ ଚା ଛଣା ମଧ୍ୟ ନୂଆ ଭଳି ଚିକ ଚିକ କରିବାକୁ ଲାଗିବ।ଆପଣ ଏହି ଭଳି ଗୋଟେ ସପ୍ତାହରେ ଥରେ ଏ ଦୁଇଟି ଛଣାକୁ ସଫା କରି ପାରିବେ।ତାପରେ ବଳି ପଡିଥିବା ଭିନେଗାର ପାଣିରେ ଅଧା ଛୋଟ ଚାମୁଚ ଜେଲ ପକେଇ ନେବେ ଆଉ ତାକୁ ଭଲ ଭାବରେ ଗୋଳେଇ ନେବେ।ଆପଣ ସେ ପାଣି ସାହାଯ୍ୟରେ ଘରେ ଥିବା ଯେକୌଣସି ଟେବୁଲ ଓ ଗ୍ରାଇଣ୍ଡର,ଗ୍ୟାସ ଵର୍ଣ୍ଣର,ଗ୍ୟାସ ଚୁଲା,ଘରର ମାର୍ବଲ,ଟାଇଲ ଓ ବେସୀନ ଆଦିକୁ ଏ ପାଣି ଦ୍ୱାରା ଭଲ ଭାବରେ ଆପଣ ସଫା କରି ପାରିବେ।

Leave a Reply

Your email address will not be published. Required fields are marked *