ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ୱାରା ଶରୀରରେ କଣ ଲାଭ ହୋଇଥାଏ ହୋଇଥାଏ, ଜାଣନ୍ତୁ ୫ ଟି ବିଶେଷ କଥା।

Spread the love

ଆଜି ଆମେ ଆପଣଙ୍କ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ନେଇକି ଆସିଛୁ। ଆଜି ଜାଣିବା ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ୱାରା ଶରୀରରେ କଣ ଲାଭ ହୋଇଥାଏ ହୋଇଥାଏ।ଆପଣମାନେ ଜାଣିଥିବେ ପାଣି ଆମପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ କିନ୍ତୁ କଣ ଆପଣ ଜାଣିଛନ୍ତି ସକାଳେ ବାସି ମୁହଁରେ ପାଣି ପିଇବା ବହୁତ ଲାଭ ଦାୟକ। କାରଣ ସକାଳେ ବାସୀ ମୁହଁରେ ପାଣି ପିଇବା ଦ୍ୱାରା ଆମ ମୁହଁର ଲାଳ ପେଟକୁ ଯାଇ ଆମକୁ ଅନେକ ରୋଗରୁ ବଞ୍ଚାଇଥାଏ।ମୁହଁର ଲାଳ ଏକ ଏପରି ତରଳ ପଦାର୍ଥ ଯାହା ଆଣ୍ଟିସେପ୍ଟିକ ଭଳି କାମ କରିଥାଏ ଓ ଆମକୁ ବହୁ ରୋଗରୁ ରକ୍ଷାକରିଥାଏ ।ଏହା ସହିତ ପାଣି ମଧ୍ୟ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ କାରଣ ଆମ ଶରୀରର ୭୦% ପାଣି ଅଟେ।ଏହା ଦ୍ଵାରା ଆମ ତ୍ବଚା ସୁନ୍ଦର ରହିଥାଏ। ଏବେ ଆପଣ ପାଣିର ଉପକାରୀତା ଜାଣିପାରିଥିବେ କିନ୍ତୁ ଏବେ ଜାଣିବା ପାଣିକୁ କେତେ ପରିମାଣର ଓ କେଉଁ ସମୟରେ ପିଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ। ଆମ ଆପଣଙ୍କୁ ଏପରି ୫ ଟି ଉପାୟ କହିବୁ ପାଣି ପିଇବା ପାଇଁ।

୧- ସକାଳୁ ବାସି ମୁହଁରେ ପାଣି ପିଇବା- ସକାଳୁ ବାସି ମୁହଁରେ ଦୁଇ ଗ୍ଲାସ ପାଣି ପିଇବା ଦ୍ଵାରା ଶରୀରର ପ୍ରତ୍ୟେକ ଅଙ୍ଗ ଆକ୍ଟିଭ ରହିଥାଏ ଓ ଆମ ଚର୍ମ ସୁନ୍ଦର ରହିଥାଏ।ତା ସହିତ ବାସି ମୁହଁରେ ପାଣି ପିଇବା ଦ୍ୱାରା ଆମ ଶରୀରରେ ଯେଉଁ ଖରାପ ପଦାର୍ଥ ରହିଥାଏ ତାହା ବାହାରିଯାଇଥାଏ ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ।

୨-ଶୋଇବା ପୂର୍ବରୁ ପାଣି ପିଇବା- ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ହାର୍ଟ ଜନିତ ସମସ୍ୟା ହୋଇନଥାଏ।ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଆମ ଓଠ ନରମ ରହିଥାଏ।ଏହା ଆମକୁ ହାର୍ଟ ଆଟାକ ରୁ ମଧ୍ୟ ବଞ୍ଚାଇଥାଏ।

୩-ଗାଧୋଇବା ପୂର୍ବରୁ ପାଣି ପିଇବା- ମନେ ରଖନ୍ତୁ ସମସ୍ତେ ଗାଧୋଇବା ପୂର୍ବରୁ ନିଶ୍ଚିତ ଏକ ଗ୍ଲାସ ପାଣି ପିଇବା ଉଚିତ ଏହା ଦ୍ଵାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ରେ ରହିଥାଏ।

୪-ସନ୍ଧ୍ୟା ସମୟରେ ଖାଇବା ପୂର୍ବରୁ ପାଣି ପିଇବା- ସନ୍ଧ୍ୟାରେ ଖାଇବା ପୂର୍ବରୁ ଯଦି ଆପଣ ଏକ ଗ୍ଲାସ ପାଣି ପିଉଛନ୍ତି ଏହା ଦ୍ଵାରା ଆପଣଙ୍କ ଭୋକ କିଛି ମାତ୍ରାରେ କମିଯାଇଥାଏ ଯାହା ଦ୍ୱାରା ଆପଣ କମ ଖାଦ୍ୟ ଖାଇଥାନ୍ତି ଓ ମୋଟା ପଣ ରୁ ରକ୍ଷା ପାଇଯାଇଥାନ୍ତି।

୫-ଚିନ୍ତିତ ଥିବା ବେଳେ ପାଣି ପିଇବା- ଯଦି ଆପଣ ଅଫିସ ବା ଘରେ କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି ତେବେ ସେହି ସମୟରେ ଏକ ଗ୍ଲାସ ପାଣି ପିଅନ୍ତୁ ଏହା ଦ୍ଵାରା ଆପଣଙ୍କ ମୁଣ୍ଡ ଶାନ୍ତ ରହିବ।

ଏହା ସହିତ ଦିନକୁ ୪-୫ ଲିଟର ପାଣି ପିଇବା ଆବଶ୍ୟକ ଓ ଖାଇବାର ୪୫ ମିନିଟ ପୂର୍ବରୁ ଓ ୪୫ ମିନିଟ ପରେ ହିଁ ପାଣି ପିଅନ୍ତୁ ଯଦି ଆପଣ ଏହି ସବୁ କଥା ମାନିବେ ଆପଣ ନିଶ୍ଚିତ ସୁସ୍ଥ ରହିବେ।

Leave a Reply

Your email address will not be published. Required fields are marked *