ଆୟୁଷ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କାଢ଼ା ଘରେ ବନାନ୍ତୁ।

Spread the love

ଏହି ସମୟରେ ଚାଲିଥିବା କୋଭିଡ-୧୯ ବା କରୋନା ପାଇଁ ସବୁ ଲୋକମାନେ ଏହି କାଢ଼ାର ମହତ୍ୱକୁ ବହୁତ ଭଲ ଭାବରେ ବୁଝି ପାରୁଥିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତିଯେ ଗରମ ପାଣି ଓ କାଢ଼ାର ପ୍ରୟୋଗ ସବୁଠାରୁ ଅଧିକ ମାତ୍ରାରେ କରିବା ପାଇଁ।ଆଜି ଆମେ ଏଠାରେ ଆୟୁଷମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କାଢ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ।ଆଉ ଏହି କାଢ଼ା ସେବନ କରିବା ଦ୍ୱାରା ଏହା ଆପଣଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ଏତେ ମାତ୍ରାରେ ବଢ଼େଇଦେବଯେ ଏହାଦ୍ୱାରା ଆପଣଙ୍କୁ କରୋନା ସଂକ୍ରମଣ ହେବାର ଡର ରହିବ ନାହିଁ।ତେବେ ଚାଲନ୍ତୁ ଜାଣିବା ଏହି କାଢ଼ାକୁ ଆମେ କିପରି ପ୍ରସ୍ତୁତ କରିବା।

ଆପଣଙ୍କୁ ପ୍ରଥମ ଗୋଟେ ପାତ୍ରକୁ ଭଲ ଭାବରେ ଧୋଇ ନେଇ ଗ୍ୟାସ ଉପରେ ରଖି ନେବେ,ଆଉ ତାପରେ ସେଥିରେ ଗୋଟେ ମଝି ଗିଲାସ ଆକାରର ୩ ଗିଲାସ ପାଣି ନେବେ।ତାପରେ ଆପଣ ସେଥିରେ ଗୋଟେ ବଡ଼ ଡାଲିଚିନ ଖଣ୍ଡକୁ ପକେଇ ନିଅନ୍ତୁ।ଏହା ଆପଣଙ୍କ ଥଣ୍ଡା କାଶକୁ ଦୁର କରିବା ସହିତ ଆପଣଙ୍କ ରୋଗପ୍ରତିରୋଧ ଶକ୍ତିକୁ ଏତେ ବଢେଇ ଦିଏ ଯେ ଆପଣଙ୍କୁ କେବେ ମଧ୍ୟ କୌଣସି ପ୍ରକାରର ରୋଗ କାଶ ହେବାର ସମ୍ଭାବନା ନଥାଏ।ଯଦି ଆପଣଙ୍କୁ ଆଗରୁ ଥଣ୍ଡା କାଶ ହୋଇଛି ତାହେଲେ ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ଥଣ୍ଡା କାଶ କୁଆଡେ ଦୁରେଇ ଜୀଵ ଆପଣ ଜାଣିପାରିବେ ନାହିଁ।ଏବେ ଆପଣ ସେଥିରେ ୪-୫ ଟି ଲବଙ୍ଗ ପକାନ୍ତୁ ଯାହା ଆପଣଙ୍କ ରୋଗପ୍ରତିରୋଧ ଶକ୍ତିକୁ ମଧ୍ୟ ବଢେ଼ଇବାରେ ସାହାଯ୍ୟ କରିଥାଏ।

ତାପରେ ଆମକୁ ଆଵଶ୍ୟକ ଦୁଇ ଖଣ୍ଡ ଗୁଜୁରାତି,ଆପଣ ତାକୁ ଖୋଲିକି ଖଣ୍ଡ ଖଣ୍ଡ ଭାଙ୍ଗି ପକେଇ ପାରିବେ।ଧ୍ୟାନ ରଖିବେ ଆପଣଙ୍କୁ ଏ ଗୁଜୁରାତିକୁ ଖୋଲିକରି ପକେଇବେ।ଏବେ ଆପଣଙ୍କୁ ଆଵଶ୍ୟକ ଗୋଲ ମରିଚର ଜେହେତୁ ପାଣି ଆମର ଅଧିକ ଅଛି ତେଣୁ ଆପଣ ଏଠି ୫-୭ ଟି ଗୋଲମରିଚ ନେବେ ଆଉ ତାକୁ ହେମଦସ୍ତା ସାହାଯ୍ୟରେ ଗୁଣ୍ଡ କରି ପକେଇ ନେବେ।ତାପରେ ଆପଣ ସେଥିରେ ଗୋଟେ ତେଜପତ୍ର ପକାନ୍ତୁ।ତାପରେ ତେଜପତ୍ର ପକେଇ ସାରିବା ପରେ ସେଥିରେ ଅଳ୍ପ ସ୍ୱାଦ ଦେବାପାଇଁ ଆପଣ ଅଳ୍ପ ଗୁଡ଼ ପକାନ୍ତୁ।ଯଦି ଆପଣ ଚାହୁଁଛନ୍ତି ତାହେଲେ ଆପଣ ଗୁଡ଼ ବଦଳରେ କଳାଲୁଣର ବ୍ୟବହାର କରି ପାରିବେ।ତାପରେ ଆପଣ ଗୋଟେ ଛୋଟ ଅଦାକୁ ଛେଚି ସେଥିରେ ପକେଇ ପାରିବେ।ଯାହା ଆପଣଙ୍କ ରୋଗପ୍ରତିରୋଧ ଶକ୍ତି ବଢେ଼ଇବାରେ ସାହାଯ୍ୟ କରିବ ଓ ଆପଣଙ୍କୁ ଭିନ୍ନ ଭିନ୍ନ ରୋଗରୁ ରକ୍ଷା କରିବ।

ତାପରେ ଆପଣ ସେଥିରେ ଗୋଟେ କଞ୍ଚା ହଲଦୀକୁ ଛେଚି ସେଥିରେ ପକେଇ ପାରିବେ ଓ ଯଦି ଆପଣଙ୍କୁ କଞ୍ଚା ହଳଦୀ ନମିଳୁଛି ଆପଣ ଅଧା ଚାମୁଚ ଗୁଣ୍ଡ ହଳଦୀର ପ୍ରୟୋଗ କରି ପାରିବେ।ହଳଦୀ ଓ ଅଦା ଆଣ୍ଟି ଅକ୍ସୀଡେଣ୍ଟରେ ପରିପୂର୍ଣ୍ଣ ହୋଇଥିବାରୁ ଆପଣ ମାନେ ଏହାର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ।ଆପଣ ଏହି କାଢ଼ାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଥଣ୍ଡା,ଜ୍ଵର,ମୁଣ୍ଡବିନ୍ଧା ଆଦିସବୁ ଭଲ ହୋଇଯିବ।ଆଉ ଆପଣ ସମ୍ପୂର୍ଣ୍ଣ ଭାବରେ ଠିକ ହେବାରେ ଲାଗିବେ।ଆପଣ ଏହାର ପ୍ରତିଦିନ ସେବନ କରି ପାରିବେ ଆଉ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ।ଆଉ ଆମେ କହୁଥିବା ସାମଗ୍ରୀ ସବୁକୁ ଆପଣ ମାନଙ୍କୁ ପକେଇବା ନିହାତି ଆଵଶ୍ୟକ ହୋଇଥାଏ।ତାପରେ ଆପଣ ଏଥିରେ ୪-୫ ଟି ତୁଳସି ପତ୍ର ପକେଇ ନେବେ ଓ ଏହାକୁ ପକେଇବାକୁ ଆପଣ ଭୁଲରେ ମଧ୍ୟ ଭୁଲନ୍ତୁ ନାହଁ।

ଯଦି ଆପଣଙ୍କର ବହୁତ ଅଧିକ କାଶ ହେଉଛି ତାହେଲେ ଆପଣ ଏଥିରେ ଜୁଆଣିର ପ୍ରୟୋଗ କରି ପାରିବେ।ବହୁତ ଲୋକ ଭାଵନ୍ତି ଏହାକୁ ପ୍ରୟୋଗ କରିବା ଦ୍ୱାରା ସେମାନଙ୍କ ଶରୀର ଅଧିକ ଗରମ ହୋଇଯିବ ଓ ଏହା ଭାବି ସେମାନେ ଡରିଯାଆନ୍ତି।ଆପଣ ଡ଼ରନ୍ତୁ ନାହିଁ ଏହା ଆପଣଙ୍କ ଶରୀରକୁ କୌଣସି ଉପାୟରେ ମଧ୍ୟ କ୍ଷତି କରି ନଥାଏ ଓଲଟା ଆପଣଙ୍କୁ ଥଣ୍ଡା ଜ୍ଵର ଆଦି ରୋଗରୁ ରକ୍ଷା କରିଥାଏ।ଆପଣ ଚାହଁଇଲେ ଏହାର ବାମ୍ଫ ନେଇ ପାରିବେ।ଯଦି ଆପଣଙ୍କୁ ଅଳ୍ପ ଥଣ୍ଡା ଜ୍ଵର ଅଛି କି ଗଳା ଦରଜ ଲାଗୁଚି ତାହେଲେ ଆପଣ ସେ କାଢାର ଧୂଆଁକୁ ଚଦର ଘୋଡେଇ ହୋଇ ବାମ୍ଫ ନେଇ ପାରିବେ।ଆପଣ ତାକୁ ଘୋଡେଇ ଦେଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଲୋ ଫ୍ଲେମରେ ପକେଇ ନିଅନ୍ତୁ।ତାପରେ ଆପଣ ତାକୁ ଗ୍ୟାସରୁ ଓଲ୍ହାଇ ଛଣା ସାହାଯ୍ୟରେ ଛାଣି ନିଅନ୍ତୁ।ସକାଳୁ ଖାଲି ପେଟରେ ଆପଣ ଏହାର ପ୍ରୟୋଗ କରିବେ ଆଉ ଛୋଟ ଛୁଆନ୍ତୁ ଏହାକୁ ଦିଅନ୍ତୁ ନାହିଁ।ଏହାକୁ ସେବନ କରିବା ଦ୍ୱାରା ଆମ ଶରୀରର ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *