ଚନ୍ଦନଙ୍କ ବିବାହ ପରେ ବଡ଼ ଖୁଲାସା କଲେ ଲିସା -କହିଲେ ଚନ୍ଦନ ଓ ମୋ ଭିତରେ ଯାହା ଥିଲେ ସେ ଆଜି ଆଉ ଜଣକ ପାଇଁ..

ତେବେ ଆମେ ତୋ ଅଗଣାର ତୁଳସୀ ମୁଁ ଚଳଚ୍ଚିତ୍ର ସମ୍ପର୍କରେ ନିଶ୍ଚିତ ଭାବରେ ଶୁଣିଥିବା।ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିବା ଚନ୍ଦନ ଯାହାଙ୍କର ପ୍ରକୃତ ନାମ ହେଉଛି ତୁଷାର ତାଙ୍କର ଏହି କିଛି ଦିନ ତଳେ ବିବାହ ହୋଇଥିଲା।ତେବେ ସେ ନିଜର ଅଭିନୟ କରିବାର ଦକ୍ଷତା ଫଳରେ ନିଜର ଏକ ଅଦ୍ଭୁତ ପରିଚୟ ସୃଷ୍ଟି କରି ପାରିଛନ୍ତି ସମଗ୍ର ଓଡ଼ିଶାର ଦର୍ଶକଙ୍କ ନିକଟରେ।ଏହା ସହିତ ସେ ବର୍ତ୍ତମାନ ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ତେବେ ଆମେ ସମସ୍ତେ ଏହା ମଧ୍ୟ ଜାଣୁ ତୁଷାର ଓ ଛନ୍ଦିତା ପରସ୍ପରକୁ ଭଲ ପାଉଥିଲେ।ଏହା ସହିତ ସେମାନଙ୍କର ବିବାହ ମଧ୍ୟ ହେବାର ଥିଲା ଓ ସେମାନେ ଖୁବ ଶୀଘ୍ର ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ।ତେବେ ସେମାନଙ୍କ ମଧ୍ୟରେ ଏପରି କଣ ହେଲା ଯାହା ଫଳରେ ତୁଷାର ଛନ୍ଦିତାଙ୍କ ପରିବର୍ତ୍ତେ ମାହିଙ୍କୁ ବିବାହ କରିଥିଲେ।ତେବେ ସେ ଯାହାବି ହେଉ ନା କାହିଁକି ତୁଷାରଙ୍କର ବିବାହ ଖୁବ ଧୁମ ଧାମରେ ଅନୁଷ୍ଠିତ ହୋଇ ଯାଇଛି।ଏହା ସହିତ ସେ ଏହି ବିବାହରେ ଅନେକ କଳାକାର ମାନଙ୍କୁ ଆମନ୍ତ୍ରଣ କରିଥିଲେ।

ଏହା ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲେ କି ସେ ନିଜର ପୁରୁଣା ପ୍ରେମିକା ଛନ୍ଦିତାଙ୍କୁ ଏହି ବିବାହକୁ ନିମନ୍ତ୍ରଣ କରିନଥିଲେ।ତେବେ ଆମେ ସମସ୍ତେ ଏହା ଜାଣୁ କି ଚନ୍ଦନ ଓ ଛନ୍ଦିତାଙ୍କ ବିବାହ ହେବାର ଥିଲା ଏହା ସହିତ ସେମାନଙ୍କର ପ୍ରେମ ସମ୍ପର୍କରେ ଓଡ଼ିଶାର ପ୍ରାୟ ସମସ୍ତ ଲୋକ ଜାଣିଥିଲେ।କିନ୍ତୁ ତୁଷାରଙ୍କ ମନୋଭାବରେ ଅଚାନକ ପରିବର୍ତ୍ତନ ଆସିଥିଲା ଯାହା ଫଳରେ ସେ ଛନ୍ଦିତାଙ୍କ ସହିତ ନିଜର ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ ଓ ଏହା ପରେ ପରେ ସେ ମାହିଙ୍କୁ ବିବାହ କରିଥିଲେ।

ତେବେ ତୁଷାରଙ୍କୁ ଯେତେବେଳେ ଏହି ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ କି ଛନ୍ଦିତା ହେଉଛନ୍ତି କେବଳ ତାଙ୍କର ଏକ ଭଲ ସାଙ୍ଗ ଓ ସେ ତାଙ୍କ ସହିତ କେବେ ମଧ୍ୟ ପ୍ରେମ ସମ୍ପର୍କରେ ନଥିଲେ ବୋଲି ଗଣମାଧ୍ୟମକୁ ନିଜର ମତ ଦେଇଛନ୍ତି।କିନ୍ତୁ ଛନ୍ଦିତା ତାଙ୍କର ଏହି ମତକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଏହା ସହିତ ସେ କହିଛନ୍ତି କି ସେମାନେ କବଳ ଏକ ଭଲ ସାଙ୍ଗ ନଥିଲେ ସେମାନେ ପରସ୍ପର ସହିତ ପ୍ରେମ ସମ୍ପର୍କରେ ମଧ୍ୟ ରହିଥିଲେ ଓ ସେମାନେ ବିବାହ ମଧ୍ୟ ଖୁବ ଶୀଘ୍ର କରିଥାନ୍ତେ ବୋଲି ସେ କହିଛନ୍ତି।

ସେ ଯେତେବେଳେ ଜାଣିଲେ କି ତୁଷାର ଆଉ କୋଉ ଝିଅକୁ ଭଲ ପାଉଛନ୍ତି ତେବେ ସେ ସେହି ମୁହୂର୍ତ୍ତରେ ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତି ନେଇଥିଲେ ଓ ତାଙ୍କ ପାଖରୁ ସବୁଦିନ ପାଇଁ ଅଲଗା ହୋଇ ଯାଇଥିଲେ।ଏହାପରେ ତୁଷାର ଅଚାନକ ନିଜର ବିବାହ ମାହିଙ୍କ ସହିତ ହେବ ବୋଲି ଘୋଷଣା କରିଥିଲେ ଓ ସେ ମାହିଙ୍କୁ ବିବାହ କରିଥିଲେ।ଏହାପରେ ସେମାନେ ଏବେ ପତି ପତ୍ନୀ ହୋଇ ସାରିଛନ୍ତି।ତେବେ ଛନ୍ଦିତା ତୁଷାରଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ସାରିଛନ୍ତି।

Leave a Reply

Your email address will not be published. Required fields are marked *