ଯେତେବେଳେ ଭାଇ ଜଗା ବଳିଆ ୧୨ ବର୍ଷ ଭୋକ ଉପାସରେ ରହିଥିଲେ ସେତେବେଳେ ଭଉଣୀ ସୁଭଦ୍ରା କେଉଁଠି ରହିଥିଲେ ?ଏହି ଉତ୍ତର ପ୍ରଥମ ଥର ଶୁଣି ନିୟନ୍ତୁ

Spread the love

ପୁରାଣ ହେଉଛି ଅତୀତର କଥା,ବର୍ତ୍ତମାନର ସମସ୍ୟା ଓ ଭବିଷ୍ୟତର ପଥ ପ୍ରଦର୍ଶକ ମୂଳକ ରଚନା।ଆମେ ସମସ୍ତେ ପୂରଣ ଶୁଣିବାକୁ ଭଳପାଉ।ଏହାର କାରଣ ଆମେ ଏହି ପୁରାଣ ଆମ ଜୀବନ ଗଠନ ଉପରେ ଅନେକ ପ୍ରଭାବ ପକାଇ ଥାଏ।ତେବେ ବର୍ତ୍ତମାନ ଆମେ ଆଲୋଚନା କରିବା କି ଯେତେବେଳେ ମହାପ୍ରଭୁ ଲକ୍ଷ୍ମୀଛଡ଼ା ହୋଇ ବାରବର୍ଷ ଭୋକ ଉପାସରେ ବୁଲିଲେ ସେତେବେଳେ ମାତା ସୁଭଦ୍ରା କେଉଁଠାରେ ଥିଲେ।ସେ କିପରି ଭାବରେ ଏତେ ବର୍ଷ ରହିଥିଲେ ଆମେ ସେହି ବିଷୟରେ ଆଲୋଚନା କରିବା।

ଭକ୍ତ ବଳରାମ ଦାସ ହେଉଛନ୍ତି ପଞ୍ଚ ସଖା ଯୁଗ ଅନନ୍ୟ ସାଧକ।ସେ ହେଉଛନ୍ତି ଚୈତନ୍ୟଙ୍କ ଶିଷ୍ୟ।ନାରୀମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଓ ଜାତି ପ୍ରଥାର ଉଛେଦ ପାଇଁ ସେ ରଚନା କଲେ ଲକ୍ଷ୍ମୀ ପୁରାଣ।ଏହି ପୁରାଣରେ ରହିଛି ଏଭଳି ଅନେକ କଥା ଯେଉଁଥିରେ ଅନେକ ଲୋକ ସମାଜ ବିଷୟରେ ଅନେକ କିଛି ଶିକ୍ଷା କରି ପାରିବେ।ଯୁଗେଜୁଗେ ଜାତି ପ୍ରଥାକୁ ନେଇ ଅନେକ ବିବାଦ ରହିଛି ସିଏ କର୍ଣ୍ଣଙ୍କର ଶିକ୍ଷା ଗ୍ରହଣ ହେଉ, ସବରୀର କଥାବସ୍ତୁ ହେଉ ବା ଏକଲବ୍ୟଙ୍କର ଆଙ୍ଗୁଳି ଦାନ।

ତେବେ ଏହିଭଳି ଏକ କଥାବସ୍ତୁ ହେଉଛି ମହାପ୍ରଭୂ ଜଗନ୍ନାଥ ଓ ମାତା ଲକ୍ଷ୍ମୀଙ୍କର କଳି।ଭଗବାନ ଜଗନ୍ନାଥ ଆଜି ସମସ୍ତଙ୍କୁ ଏକ ଜାତି ଓ ଏକ ମନୁଷ୍ୟର ବାର୍ତ୍ତା ଦେଇ ଆସୁଛନ୍ତି।କିନ୍ତୁ ଥରେ ଭାଇ ବଳିଆଙ୍କ କଥାରେ ମାତି ସେ ମା ଲକ୍ଷ୍ମୀଙ୍କୁ ଶ୍ରୀ ମନ୍ଦିରରୁ ଘଉଡାଇ ଦେଲେ।ଏହାପରେ ମା ଲକ୍ଷ୍ମୀ ସେମାନଙ୍କୁ ଅଭିଶାପ ଦେଇଥିଲେ କି ବାରବର୍ଷ ବାର ଦୁଆର ବୁଲିବ। ଯେବେ ପର୍ଯ୍ୟନ୍ତ ମୁଁ ଚଣ୍ଡାଳୁଣୀ ତୁମକୁ ଅର୍ଣ୍ଣ ନ ଦେଇଛି ସେତେବେଳେ ଯାଏ ତୁମେମାନେ ଉପବାସରେ ଥିବ ବୋଲି ଅଭିଶାପ ଦେଇଥିଲେ।

ଏହାପରେ ମାତା ଲକ୍ଷ୍ମୀ ଅଷ୍ଟବେତାଳଙ୍କୁ ଲଗାଇ ସମସ୍ତ ଅର୍ଣ୍ଣ ବୋହିନେଲେ ଓ ମହାପ୍ରଭୁଙ୍କୁ ଦଉଡ଼ିଆ ଖଟରେ ଗଡ଼ାଇ ଦେଇଥିଲେ।ଏହାପରେ ମହାପ୍ରଭୁ ଓ ଭାଇ ବଳିଆ ବାରବର୍ଷ ବାର ଦୁଆର ବୁଲୁଥିଲେ।କିନ୍ତୁ ଏହି ସମୟ ମଧ୍ୟରେ ଭଉଣୀ ସୁଭଦ୍ରା କେଉଁଠାରେ ଥିଲେ ସେହି ସମ୍ପର୍କରେ କିଛି ବର୍ଣ୍ଣନା ହୋଇନାହିଁ।

ଯେତେବେଳେ ମହାପ୍ରଭୁ ଲକ୍ଷ୍ମୀଛଡ଼ା ହୋଇ ବାର ଦୁଆର ବୁଲୁଥିଲେ ସେହି ସମୟରେ ସେ ଭଉଣୀ ସୁଭଦ୍ରାଙ୍କୁ ମାଉସୀ ଘରେ ଛାଡ଼ି ଦେଇଥିଲେ।ନାରୀ ଅପବାଦ ବା ନାରୀ ନିନ୍ଦା କଲେ କଣ ହୋଇଥାଏ ଏହି ଲକ୍ଷ୍ମୀ ପୁରାଣରେ ସବୁକିଛି ବର୍ଣ୍ଣିତ ହୋଇଛି।

ସେଥିପାଇଁ ତ ଜାତି ଆଯାତିରୁ ଆଜି ଉର୍ଦ୍ଧରେ ମହାବାହୁ।ସେଥିପାଇଁ ସେ ରଥ ଯାତ୍ରା ଆରମ୍ଭ କରିଛନ୍ତି।ଯେଉଁଥିରେ ସେ ସମସ୍ତ ଜାତିର ଲୋକଙ୍କ ନିକଟକୁ ଆସି ପାରିବେ।ଏହା ସହିତ ଯେତେବେଳେ ଶ୍ରୀ ମନ୍ଦିର ବୁଡି ଯାଉଥିଲା ସେତେବେଳେ ମାଉସୀ ମାଆ ସମୁଦ୍ରର ଅଧା ଜଳ ଶୋଷି ଶ୍ରୀ ମନ୍ଦିରକୁ ରକ୍ଷା କରିଥିଲେ।ସେଥିପାଇଁ ଯେତେବେଳେ ମହାବାହୁ ରାଣୀ ଗୁଣ୍ଡିଚାଙ୍କ ମନ୍ଦିରକୁ ବୁଲି ଯାଆନ୍ତି ସେତେବେଳେ ଫେରିବା ବାଟରେ ମାଉସୀ ମାଆ ମନ୍ଦିର ପାଖରେ ଅଟକିଯାଇ ନିଜ ମନ ପସନ୍ଦର ପୋଡ଼ ପିଠା ଖାଇଥାନ୍ତି।ମାଉସୀ ମାଆ ଦେବୀ ସୁଭଦ୍ରାଙ୍କୁ ବାର ବର୍ଷ ସୁରକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *