ମା କାଳିଜାଇଙ୍କ ପାଖକୁ ଗଲାବେଳେ,Chilika ମଝିରେ ଆଉ ଘୁଞ୍ଚିଲାନି ଡଙ୍ଗା ତାପରେ ଯାହା ଘଟିଲା…

Spread the love

ଚିଲିକା ମଝିରେ ଆଜି ଅଚଳ ହେଇଗଲା ଡଙ୍ଗା।ମାଆଙ୍କ ନାମ ନେଇ ସମସ୍ତେ ଚିତ୍କାର କଲେ। ସମସ୍ତଙ୍କ ପାଟିରେ ଗୋଟିଏ କଥା ଆମକୁ ବଞ୍ଚାଅ ବଞ୍ଚାଅ। ଡ଼ଙ୍ଗା ଚାଳକଙ୍କ ପାଖରେ ଖବର ପହଂଚି ଗଲା। ସେପଟୁ ଆଉ ଏକ ଡଙ୍ଗା ଧରି ଆସିଲେ ଚାଳକ।କିନ୍ତୁ ଏତେ ଜଳ ରାଶି ଭିତରେ ଡଙ୍ଗା ହଲି ଯାଉଚି।

ଡଙ୍ଗାରେ ଏପଟେ ବସିଛନ୍ତି ୧୦ ଜଣ ଯାତ୍ରୀ। କାହାରି ଦେହରେ ଲାଇଫ ଜ୍ୟାକେଟ ନାହିଁ। ଏଭଳି ଡଙ୍ଗାଟି ଯାଉ ଯାଉ ଚିଲିକା ମଝିରେ ଅଟକି ଗଲା। ହାତ ବଢ଼େଇ ତାର ସାହାଯ୍ୟ ମାଗୁଥିଲା।ଡଙ୍ଗାରେ ଯେହେତୁ ଆମର ଗାଡି ଭଳି ବ୍ରେକ ନାହିଁ ତ ବାଡେଇ ଥିଲୁ ସେକେଣ୍ଡରେ ଦଉଡ଼ି ପକେଇଲୁ ଛିଡିଗଲା।

ସେକେଣ୍ଡ ରାଉଣ୍ଡରେ ପୁଣି ହାତ ବଢ଼େଇ ଥିଲୁ କିନ୍ତୁ ପାଇଲା ନାହିଁ।ଯେତେ ବେଳେ କୁଳରୁ ଡଙ୍ଗା ଛାଡିଥିଲା ସେତେ ବେଳେ କେହି ବି ଲାଇଫ ଜ୍ୟାକେଟ ପିନ୍ଧି ନଥିଲେ।ଏଭଳି ଭାବରେ ଚିଲିକା ମଝିରେ ଅଚଳ ହୋଇଗଲା ଡ଼ଙ୍ଗା।ଆଉ ସେପଟେ ଯେମିତି ସମସ୍ତଙ୍କ ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇ ଗଲାଣି।

ସମସ୍ତଙ୍କ ମନରେ ଡର କଣ ହେବ କେମିତି ଏଠାରୁ ଉଦ୍ଧାର ପାଇବୁ।ଆଉ ସେପଟୁ ବାହାରି ପଡ଼ିଥାଏ ଆଉ ଏକ ଡ଼ଙ୍ଗା।କିନ୍ତୁ ଚିଲିକା ମଝିରେ ଜଳ ରାଶି ଲହଡ଼ି ଖେଳୁଥାଏ।ଏସବୁକୁ ଦେଖି ସମସ୍ତେ ଚିନ୍ତାରେ ଆଉ ସମସ୍ତେ ଡରି ଯାଆନ୍ତି।କାହାରି ଦେହରେ ଲାଇଫ ଜ୍ୟାକେଟ ନାହିଁ ଯଦି ଡଙ୍ଗା ଓଲଟି ତେବେ କ୍ଷଣକ

ମଧ୍ୟରେ ଜୀବନ ଚାଲିଯିବ।ହଁ ଆଜ୍ଞା ଏଠି କହି ରଖିବା ପାଇଁ ଚାହେଁ ଯେ ଡଙ୍ଗା ଧୀରେ ଧୀରେ ଚାଲୁଥିଲା ହେଲେ ହଠାତ ଚିଲିକା ମଧ୍ୟରେ ଅଟକି ଗଲା।ଆଉ ସମସ୍ତେ ପାଗଳ ପରି ହୋଇଗଲେ।ସମସ୍ତଙ୍କ ମନରେ ଏକ ଛନକା ପଶିଗଲା।ଡଙ୍ଗାରେ ଲାଗିଥିବା ମୋଟର ହଠାତ ଖରାପ ହୋଇଗଲା।

ଏହି ୧୦ ଜଣ ଯାତ୍ରୀ ଚିନ୍ତାରେ ପଡିଗଲେ।ସୂଚନା ଅନୁସାରେ ବାଲୁଗାଁ ଠାରୁ ଏକ ବୋଟ ଯାତ୍ରୀ ନେଇ ମାଆଙ୍କ ଦର୍ଶନ ପାଇଁ ବାହାରି ଥିଲା।ସେଠାରୁ ମାଆଙ୍କୁ ଦର୍ଶନ କରି ସାରି ବାଲୁଗାଁ ଫେରିବା ବେଳେ ଚିଲିକା ମଧ୍ୟରେ ଡ଼ଙ୍ଗା ଖରାପ ହୋଇ ଯାଇଥିଲା।ଡ଼ଙ୍ଗାର ମୋଟର ମଧ୍ୟ ଖରାପ ହୋଇ ଯାଇଥିଲା।

ଡଙ୍ଗାରେ ପାଣି ମଧ୍ୟ ପଶିବା ପାଇଁ ଲାଗିଥିଲା।ଯାତ୍ରୀ ମାନେ ତ୍ରାହି ତ୍ରାହି ଡାକୁଥିଲେ ଆଉ ଏହି ସମୟରେ ଆଉ ଏକ ଡଙ୍ଗା ପାଖକୁ ଆସିଥିଲା।ଏପରି ଅବସ୍ଥା ଦେଖି ସାହାଯ୍ୟ କରିଥିଲେ ଆଉ ଏକ ଡଙ୍ଗା ଚାଳକ।ଶେଷରେ ତୁଳସୀ ପୂରର ପ୍ରଶାନ୍ତ ନାମକ ଏକ ଯୁବକ ଦଉଡ଼ି ଧରି ଅଚଳ ଡଙ୍ଗାରେ ବାନ୍ଧି ଦେଇଥିଲେ।

ଏହାପରେ ଟାଣି ଟାଣି ଡଙ୍ଗା କୂଳରେ ଲଗାଇ ଦେଇଥିଲେ।ମାଆଙ୍କ ଦୟାରୁ ଏହା ସମ୍ଭବ ହେଲା।

Leave a Reply

Your email address will not be published. Required fields are marked *