ଚାଣକ୍ୟ ନୀତି- ଚରିତ୍ରହିନ ପୁରୁଷଙ୍କୁ ଚିହ୍ନିବେ କିପରି ? ଏହି ଲକ୍ଷଣ ଥିଲେ ଏବେ ଜାଣିରଖନ୍ତୁ..

Spread the love

ଆମେ ବର୍ତ୍ତମାନ ଆଚାର୍ଯ୍ୟ ଚାଣକ୍ୟଙ୍କର ଏପରି କିଛି ନୀତି ବିଷୟରେ ଆଲୋଚନା କରିବା ଯାହା ପ୍ରାୟତଃ ଅନେକଙ୍କୁ ଅଜଣା ଥାଏ ଆମ ପରିବେଶ ଅନେକ ପ୍ରକାର ଜୀବଜନ୍ତୁ, ପଶୁପକ୍ଷୀ ମାନଙ୍କୁ ନେଇ ଗଠିତ।ସେମାନଙ୍କ ମଧ୍ୟରୁ ମଣିଷ ସମ୍ପୂର୍ଣ୍ଣ ଅଲଗା।ସମାଜରେ ମଣିଷଙ୍କ ମଧ୍ୟରେ ଅନେକ ଭଲ ଗୁଣ ତଥା ଅନେକ ଖରାପ ଗୁଣ ଲୁକ୍କାୟତ ଅବସ୍ଥାରେ ଥାଏ।ସମାଜ ଏହି ଗୁଣ ଗୁଡ଼ିକ ଅନୁସାରେ ମଣିଷର ବିଭାଜିକରଣ କରିଥାଏ।ଯେପରି ସଜ୍ଜନ ବ୍ୟକ୍ତି ଓ ଦୁର୍ଜନ ବ୍ୟକ୍ତି।

ବଦଗୁଣ ଥିବା ନାରୀମାନଙ୍କୁ ଯେପରି ସମାଜରେ ଚରିତ୍ରହିନ ନାରୀ ବୋଲି କୁହାଯାଇଥାଏ ସେହିପରି କିଛି ପୁରୁଷ ମଧ୍ୟ ଅଛନ୍ତି ଯେଉଁମାନେ ଚରିତ୍ରହିନ।ଏମାନଙ୍କୁ ଚିହ୍ନିବା କାଠିକର ପାଠ କିନ୍ତୁ ଚାଣକ୍ୟଙ୍କର ଏହି ନୀତି ଦ୍ଵାରା ଏମାନଙ୍କୁ ସହଜରେ ଚିହ୍ନି ହୋଇଯିବ।ଯେପରି ନାରୀମାନଙ୍କର କିଛି ଗୁଣକୁ ଦେଖି ଚରିତ୍ରହିନ ହେବାର ପ୍ରମାଣ ମିଳିଥାଏ ସେହିପରି ପୁରୁଷ ମାନଙ୍କର କିଛି ଗୁଣକୁ ଦେଖି ଚରିତ୍ରହିନ ହେବାର ପ୍ରମାଣ ମିଳିଥାଏ।ଚାଣକ୍ୟ ନିଜ ନୀତିରେ କହିଛନ୍ତି ଚରିତ୍ରହିନ ପୁରୁଷଙ୍କ ବ୍ୟବହାର ଅତ୍ୟନ୍ତ ନିଷ୍ଠୁର ଓ ଲଜ୍ୟାଜନକ ହୋଇଥାଏ।ଏହି ପୁରୁଷମାନେ ନିଜ ପତ୍ନୀଙ୍କୁ କିପରି ସମ୍ମାନ ଦିଆଯାଏ ତାହା ମଧ୍ୟ ଜାଣନ୍ତି ନାହିଁ।

ଚାଣକ୍ୟନୀତି ଅନୁସାରେ ସର୍ବପ୍ରଥମେ ହେଉଛନ୍ତି ଅନ୍ୟ ଜଣଙ୍କ ସ୍ତ୍ରୀ କୁ ଖରାପ ନଜରରେ ଦେଖୁଥିବା ବ୍ୟକ୍ତି।ଚାଣକ୍ୟ କହିଛନ୍ତି ଯଦି କୌଣସି ପୁରୁଷ ନିଜର ସ୍ତ୍ରୀ କୁ ତ୍ୟାଗ କରି ଅନ୍ୟ ଜଣ ସ୍ତ୍ରୀଙ୍କ ପଛରେ ଧାଇଁଥାଏ ନିଜର ଶାରିରୀକ ଲାଳସା ମେଣ୍ଟାଇବା ପାଇଁ ଅନ୍ୟ ସ୍ତ୍ରୀ ଉପରେ ଖରାପ ନଜର ପକାଇଥାଇ ସେହି ସବୁ ପୁରୁଷମାନେ ଚରିତ୍ର ହିନ ପୁରୁଷ ହୋଇଥାନ୍ତି।ଏହି ସବୁ ପୁରୁଷମାନେ କେବେ ମଧ୍ୟ ଗୋଟେ ଜାଗାରେ ସ୍ଥିର ହୋଇ ରୁହନ୍ତି ନାହିଁ ଏମାନଙ୍କ କାମ ବାସନା କେବେ ମଧ୍ୟ ଶେଷ ହୁଏନାହିଁ।ଏମାନେ ବିବାହ ପରେ କିମ୍ବା ପୂର୍ବରୁ ନିଜର ପ୍ରକୃତି ପରିବର୍ତ୍ତନ କରିପାରନ୍ତି ନାହିଁ।

ଦ୍ଵିତୀୟରେ ହେଉଛନ୍ତି ଯେଉଁ ପୁରୁଷ ମାନେ ନାରୀଙ୍କୁ ସମ୍ମାନ ଦିଅନ୍ତି ନାହିଁ।ଏହି ସମାଜରେ ନାରୀ ଓ ପୁରୁଷ ମୁଦ୍ରାର ଦୁଇଟି ପାର୍ଶ୍ବ ପରି।ସମାଜରେ ପୁରୁଷଙ୍କୁ ଯେତିକି ସମ୍ମାନ ମିଳୁଛି ନାରୀ ମାନଙ୍କୁ ମଧ୍ୟ ସେତିକି ସମ୍ମାନ ମିଳିବା ଆବଶ୍ୟକ।ତେଣୁ ଯେଉଁ ପୁରୁଷ ନାରୀକୁ ସମ୍ମାନ ଦେଇ ଜାଣିନି ସେହି ପୁରୁଷ ଜଣେ ଚରିତ୍ରହୀନ ପୁରୁଷ ହୋଇଥାଏ।ଯେଉଁ ପୁରୁଷ ଗୋଟେ ନାରୀକୁ ସମ୍ମାନ ଦିଏନାହିଁ ତା ଉପରେ ନିଜର ବଳର ପ୍ରୟୋଗ କରିଥାଏ,ନିଜର ପତ୍ନୀକୁ ସର୍ବଦା କଟୁ ବଚନ କହିଥାଏ,ସର୍ବଦା ନିଜ ପତ୍ନୀକୁ ଦବାଇ ରଖିଥାଏ ସେହି ସବୁ ପୁରୁଷ ଚରିତ୍ରହିନ ହୋଇଥାନ୍ତି।

ତୃତୀୟରେ ହେଉଛନ୍ତି ସେହି ସବୁ ପୁରୁଷ ଯେଉଁମାନେ ଶାରିରୀକ ସୁଖକୁ ସବୁକିଛି ଭାବୁଥାନ୍ତି।ଏହିସବୁ ପୁରୁଷମାନେ ଚରିତ୍ରହିନ ହୋଇଥାନ୍ତି।ଯେଉଁ ପୁରୁଷର କାମ ବାସନା ଏତେ ବଢିଯାଇଥାଏ ଯେ ସେ ନିଜର ଆଖପାଖ ସମ୍ଭନ୍ଧକୁ ଦେଖିପାରେ ନାହିଁ ସେହି ସବୁ ପୁରୁଷମାନେ ଚରିତ୍ରହୀନ ପୁରୁଷ ହୋଇଥାନ୍ତି। ଚତୁର୍ଥରେ ଯେଉଁ ବ୍ୟକ୍ତି ନିଜର ପତ୍ନୀଙ୍କୁ ସୁରକ୍ଷା ପ୍ରଦାନ କରିପାରନ୍ତି ନାହିଁ ସେହି ସବୁ ବ୍ୟକ୍ତି ଚରିତ୍ରହୀନ ହୋଇଥାନ୍ତି।ଯେଉଁ ପୁରୁଷ ନାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ପଛଘୁଂଚା ଦେଇଥାନ୍ତି ସେହିସବୁ ପୁରୁଷ ମାନେ ଚରିତ୍ରହିନ ପୁରୁଷ ବା କାପୁରୁଷ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *