୧୪ ଜୁନ ୨୦୨୧ ଆଜିର ପହିଲି ରଜ ଦିନ ଓ ପଶୁମାନଙ୍କ ଦ୍ଵାରା ଦିଆ ଯାଉଥିବା ସଙ୍କେତ – ନିଶ୍ଚୟ ଜାଣିରଖନ୍ତୁ କଣ ଘଟିପାରେ ଜୀବନରେ

Spread the love

ଆଜି ପବିତ୍ର ପ୍ରଥମ ରଜ ବା ପହିଲି ରଜ | ବନ୍ଧୁମାନେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ।ସୁର୍ଯୋଦୟ ସମୟ ୫.୦୭ ସକାଳ, ସୂର୍ଯ୍ୟାସ୍ତ ସମୟ ୬.୨୫ ସନ୍ଧ୍ୟା।ଆଜିର ଶୁଭ ସମୟ ସକାଳ ୧୦.୦୭ରୁ ଦିନ୧୨.୧୨, ଅପରାହ୍ନ ୩.୦୪ରୁ ଅପରାହ୍ନ ୩.୪୩ ଓ ସନ୍ଧ୍ୟା ୭.୪୩ରୁ ସନ୍ଧ୍ୟା ୭.୪୮।ଆଜିର ରାହୁକାଳ ସକାଳ ୮.୨୮ରୁ ସକାଳ ୧୦.୦୭, କାଳବେଳା ସକାଳ ୫.୧୧ରୁ ସକାଳ ୬.୪୯ ଓ ବାରକାଳ ଅପରାହ୍ନ ୧.୨୫ରୁ ଅପରାହ୍ନ ୩.୦୪। ବେଳେ ବେଳେ ଆମ ଘରକୁ କିମ୍ବା ଅଫିସକୁ କିଛି ପଶୁ ପକ୍ଷୀ ପଶି ଆସନ୍ତି।ତେବେ ସେମାନେ ଆସିଲେ ଏହା ଭଗବାନଙ୍କର ସଙ୍କେତ ହେଇଥାଏ।ତେବେ ଆସନ୍ତୁ ଜାଣିବା କେଉଁ ପଶୁ ବା ପକ୍ଷୀ ଆସିଲେ କଣ ସଙ୍କେତ ମିଳିଥାଏ।

ବନ୍ଧୁମାନେ ମହୁମାଛି ଆସିବା କିମ୍ବା ଘରେ ମହୁଫେଣା ରହିବା ବହୁତ ଶୁଭ ହେଇଥାଏ।ବେଳେ ବେଳେ ମହୁମାଛି ମାନେ ଘର ଛାଡ଼ି ଅଳ୍ପ ଦିନରେ ପଳେଇଥାଆନ୍ତି।ତେବେ ଯଦି ଏମାନେ ଯାଉ ନାହାଁନ୍ତି ତେବେ ଜାଣନ୍ତୁ କିଛି ଶୁଭ ଖବର ମିଳିବାକୁ ଯାଉଛି।କିନ୍ତୁ ବିରୁଡ଼ି ବସା ଘରେ ହେଇଥିଲେ ତାହା ଅଶୁଭ ହେଇଥାଏ।

ଯଦି କିଛି ପକ୍ଷୀ ନିଜ ନିଜ ଭିତରେ ଝଗଡା କରି ଘରକୁ ପଶି ଆସନ୍ତି ତେବେ ଆପଣଙ୍କର ଜମି ଓ ଘରକୁ ନେଇକି ଅଳ୍ପ ଦିନରେ ଝଗଡ଼ା ହେଇଥାଏ।ତେବେ ଯଦି ଖାଲିରେ ଏକ ଧଳା ପେଚା ଆସି ଘରେ ବସେ ତେବେ ଏହା ମା ଲକ୍ଷ୍ମୀଙ୍କର କୃପା ଆସିବାର ସଙ୍କେତ ହେଇଥାଏ।

ଏଣ୍ଡୁଅଟିଏ ଘରକୁ ଆସିଲେ ଜାଣିବେ ଯେ ଏକ ଖଳ ପ୍ରକୃତିର ଲୋକ ଆପଣଙ୍କ ଜୀବନକୁ ପ୍ରବେଶ କରିବାକୁ ଯାଉଛି।ନେଉଳଟିଏ ଆସିଲେ ଏହା ବହୁତ ଶୁଭ ସଙ୍କେତ ହେଇଥାଏ।ଯଦି ପ୍ରଜାପତି ବହୁତ ଆପଣଙ୍କ ପାଖରେ ବୁଲିଥାଏ ତେବେ ଏହା ପ୍ରେମ ଓ ବିବାହ ପାଇଁ ଶୁଭ ସଙ୍କେତ ହେଇଥାଏ।

ଛୋଟ ଛୋଟ ଚଢ଼େଇ ଆସି ଘରେ ବସିଲେ ଶୁଭ ଖବର ମିଳିଥାଏ।ଯଦି ଚଢ଼େଇ ଆସି ବସା କରିଥାଏ ତେବେ ଆପଣ କୁଆଡେ ଯାତ୍ରା କରିବାକୁ ଯିବେ ଏହାର ସଙ୍କେତ ଦେଇଥାଏ।ଯଦି କୁକୁରଟିଏ ଘର ଆଗରେ ଆସି କାନ୍ଦିଥାଏ, ତେବେ ଘରେ କାହାର ଦେହ ଖରାପ କିମ୍ବା କାହା ଜୀବନ ଚାଲି ଯାଇଥାଏ।ଘର ଉପରେ ଚିଲ କିମ୍ବା ଶାଗୁଣା ବୁଲିବା ବି ଏକ ଅଶୁଭ ସଙ୍କେତ ହେଇଥାଏ।

ଯଦି ସାପଟିଏ ଘରକୁ ଆସିଥାଏ ତେବେ ଘରେ କାହାର ଗୋଟେ ସର୍ପଯୋଗ ଅଛି ଏବଂ ଏହାର ପ୍ରତିକାର ତୁରନ୍ତ କରିଦିଅନ୍ତୁ।ଗୋଟେ ଗାଈଟିଏ ଯଦି ବାଛୁରୀ ସହ ଆପଣଙ୍କ ଘର ଆଗରେ ଠିଆ ହୁଏ ତେବେ ଆପଣଙ୍କୁ ସନ୍ତାନ ସମ୍ବନ୍ଧୀୟ କିଛି ଖୁସି ଖବର ଶୁଣିବାକୁ ମିଳିବ।

କୁମ୍ଭାଟିଆଟିଏ ଘରକୁ ଆସିଥିଲେ ଆପଣଙ୍କର ଘରେ ଚୋରି ହେବାର ସମ୍ଭାବନା ରହିଛି,ସତର୍କ ହେଇଯାନ୍ତୁ।ନାଲି ପିମ୍ପୁଡ଼ି ଝଗଡାର ହେବାର ସଙ୍କେତ ଦେଇଥାନ୍ତି ଓ କଳା ପିମ୍ପୁଡ଼ି ଶୁଭ ସଙ୍କେତ ହେଇଥାଏ।

Leave a Reply

Your email address will not be published. Required fields are marked *