ଛୋଟ ପିଲାଙ୍କ ପାଇଁ ବିପଦ। ସ୍ମାର୍ଟଫୋନ ନିଶା – ବାପା ମା ଏପରି ଭାବେ ପିଲାଙ୍କ ମୋବାଇଲ ନିଶା ଛଡାନ୍ତୁ..

Spread the love

ଆଜି ଗାଁ ଗହଳି ତଥା ସହର ମାନଙ୍କରେ ସମସ୍ତ ଶିକ୍ଷିତ ବାପା ମା ମାନଙ୍କର ପିଲାମାନେ ଯେଉଁ ମୋବାଇଲ ଫୋନ ଅଥବା ଇଲେକ୍ଟ୍ରୋନିକ ସ୍କ୍ରିନିଂରେ ଅଭ୍ୟସ୍ତ ହେଇ ଯାଇଛନ୍ତି ତାହା ସମାଜ ଉପରେ ବହୁତ ବଡ଼ କୁପ୍ରଭାଵ ପକାଉଛି। ଆଜି ଆପଣ ଯେଉଁ ଆଡେ ବି ଦେଖିବେ ଆପଣ ଦେଖିବେ କି ପିଲାମାନେ ମୋବାଇଲ ଫୋନ ରେ ପୁରା ପୁରି ଅଭ୍ୟସ୍ତ। ଏହା ପାଇଁ ଆମେ ତାଙ୍କ ବାପା ମା ମାନଙ୍କୁ ହି ଦାୟୀ ମାନି ପାରିବା।କାରଣ ଛୋଟ ଛୋଟ ପିଲା ମାନଙ୍କ ପାଖରେ ମୋବାଇଲ କେବଳ ସେମାନଙ୍କ ବାପା ମା ହି ଦେଇଥାନ୍ତି।

ଏହା କହିପାରିବାନି କି ମୋବାଇଲର କେବଳ ଖରାପ ପ୍ରଭାବ ହି ଅଛି ମାତ୍ର ତାହାର ବହୁତ ଭଲ ପ୍ରଭାବ ବି ଅଛି। ଯେପରିକି ଆଜି ଲକଡାଉନର ସମୟ ଅଛି ଆଉ ସମସ୍ତେ ଚାରି ଆଡ଼େ ଘର ଭିତରେ ହିଁ ରହିଛନ୍ତି ସେହି ସମୟରେ ମଧ୍ୟମ ବୟସ୍କ ପିଲା ମାନେ ଯେପରି ମୋବାଇଲ ଦ୍ୱାରା ଅନ ଲାଇନ କ୍ଳାସ କରୁଛନ୍ତି ତାହା ଦେଖି ଆମେ ମୋବାଇଲର ଭଲ ପ୍ରଭାବ ବାବଦରେ ଜାଣି ପାରିବା।ମାତ୍ର ଯେଉଁ କୁନି କୁନି ପିଲା ଯିଏ ଏଯାଏ ଖାଇବା ଶିଖି ନାହାନ୍ତି ସେମାନଙ୍କର ମୋବାଇଲ କଣ ଆବଶ୍ୟକ?ସେମାନଙ୍କ ପାଖରେ ମୋବାଇଲ କେବଳ ତାଙ୍କ ବାପା ମା ମାନେ ହି ଦେଉଛନ୍ତି ଯାହା ସେମାନଙ୍କୁ ନଷ୍ଟ କରୁଛି।

ପିଲା ଖାଇପାରୁ ନାହିଁ ଆଉ ତାର ମା ତାକୁ ମୋବାଇଲ ଦେଖେଇ ଖାଇବା ଦେଉଛି।ପିଲା ଯଦି ଅଳି କରୁଛି ତାହେଲେ ମା ତାକୁ ମୋବାଇଲ ଦେଉଛି ଆଉ ତାକୁ ଶାନ୍ତ କରୁଛି।ପିଲା ଯେଉଁ ସମୟରେ ଖେଳିବା ବୁଲିବା କଥା ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ବାବଦରେ ଜାଣିବା କଥା ସେହି ସମୟରେ ପିଲାର ଧ୍ୟାନ ସମ୍ପୂର୍ଣ ଭାବେ ସେହି ଛୋଟ ସ୍କ୍ରିନ ଉପରେ ରହି ଯାଉଛି ଯାହାର କୁପ୍ରଭାଵ ତା ଉପରେ ପଡୁଛି। ଏହା ହୁଏତ ଆଜିର ବ୍ୟସ୍ତ ବହୁଳ ଜୀବନ ଯାପନ ଶୈଳୀର ଏକ ଅଂଶ ଅଟେ ମାତ୍ର ତାହା ସମାଜକୁ ନଷ୍ଟ କରୁଛି।

ଏହା ପିଲାର ଶାରୀରିକ , ମାନସିକ ତଥା ବୌଦ୍ଧିକ ବିକାଶ ଉପରେ ବାଧା ସୃଷ୍ଟି କରୁଛି ଯାହାକୁ ଆମକୁ ଅଣଦେଖା କରିବା କଥା ନୁହଁ।ଏହାକୁ କେବଳ ସେମାନଙ୍କ ବାପା ମା ହି ସମାଧାନ କରିପାରିବେ।

ବାପା ମା ଙ୍କର କଣ କର୍ତ୍ତବ୍ୟ ରହିଛି:-

ଏହି ଆଦତ ଛଡେଇବାରେ ବାପା ମାଙ୍କର ସବୁଠୁ ବଡ଼ କର୍ତ୍ତବ୍ୟ ରହିଛି।ଆପଣଙ୍କୁ କିଛି ପଦକ୍ଷେପ ନେବାକୁ ହେବ,ଯେପରିକି ବାପା ଯେତେ ଡେରିରେ ଆସିଲେ ବି ନିଜର ପିଲା ପାଇଁ ସମୟ ବାହାର କରନ୍ତୁ।ଆପଣ ଯେତେ ଥକି ଯାଇଥିଲେ ବି ଆପଣ ନିଜ ପିଲା ସହ ଖେଳନ୍ତୁ, କଥା ହୁଅନ୍ତୁ ଆଉ ଦେଖନ୍ତୁ।

ପିଲା ସହ ସର୍ବଦା ଖେଳିବା ବୁଲିବା ଆରମ୍ଭ କରନ୍ତୁ ଆଉ ପିଲା ଉପରେ କିଛି କଟକଣା ରଖନ୍ତୁ ନାହିଁ।ଯଦି ପିଲା ପଡୋଶୀ ଘରକୁ ଖେଳିବାକୁ ଯାଉଛି ତ ତାକୁ ଅଟକାନ୍ତୁ ନାହିଁ ଆଉ ଯଦି ବି ପିଲା ପଡିଯାଇ ତାର ଗୋଡ଼ ହାତ ଛିଣ୍ଡି ଯାଉଛି ତାହେଲେ ଆପଣ ତାକୁ ଅଟକାନ୍ତୁ ନାହିଁ।ଏହା ପିଲାର ସମସ୍ତ ଗୁଣ ବଢ଼େଇବାରେ ସହାୟକ ହେବ ଆଉ ତାହା ଆପଣଙ୍କ ପାଇଁ ତଥା ଆପଣଙ୍କ ପରିବାର ପାଇଁ ଏବଂ ଏହି ସନଗର ସମାଜ ପାଇଁ ବହୁତ ଲାଭଦାୟକ ଅଟେ।

Leave a Reply

Your email address will not be published. Required fields are marked *