କୋଣାର୍କ ମନ୍ଦିରର ଚୁମ୍ବକ ରହସ୍ୟ – କଣ ସତରେ ଲାଗିଛି ଚୁମ୍ବକ ? କିପରି ଜାହାଜ ନିଜ ଆଡକୁ ଟାଣିଆଣେ ଜାଣି ରଖନ୍ତୁ ଏବେ

Spread the love

ସୂର୍ଯ୍ୟ ଦେବ ଜଣେ ଏମିତି ଦେବତା ଯାହାର ପ୍ରତ୍ୟେକ ଦିନର ଆଗମନକୁ ଗୋଟିଏ ଦେବତାଙ୍କର ଦର୍ଶନ ମନାଯାଏ।ସେହି ସୂର୍ଯ୍ୟ ଦେବଙ୍କ ଉପରେ ଅସ୍ଥା ରଖୁଥିବା ଜଣେ ରାଜା ସୂର୍ଯ୍ୟ ଦେବଙ୍କ ପାଇଁ ଏପରି ଏକ ମନ୍ଦିର ନିର୍ମାଣ କରିଦେଇଥିଲେ ଯାହା ସୂର୍ଯ୍ୟଦେବଙ୍କ କାଳ୍ପନିକ ରଥର ଆକାର ସହ ବିଲକୁଲ ସମାନ।ଯେଉଁ ରଥ ଆକୃତି ମନ୍ଦିରର ସମ୍ମୁଖରେ ସାତ ରଙ୍ଗ ପରି ସାତଟି ଘୋଡ଼ା ଲାଗିଛନ୍ତି।ସମୟ ଘଣ୍ଟାର ୨୪ ଘଣ୍ଟା ପରି ୨୪ ଟି ଚକ ଲଗାଯାଇଛି।ଏହି ମନ୍ଦିରଟି ଗଢି ଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ମିଳନ ସ୍ଥଳରେ।ସେହି ସମୟରେ ଏହା ଏକ ପୋତାଶୟ ଥିଲା।

ଏହି ମନ୍ଦିରର ମୁଖ୍ୟ ମନ୍ଦିରଟି ପ୍ରାୟ ୨୨୯ ଫୁଟ ଉଚ୍ଚତା ବିଶିଷ୍ଟ ଥିଲା।ଏହାର ମୁଖଶାଳା ୧୨୮ ଫୁଟ ଉଚ୍ଚ ଥିଲା।ଏହାର ପୁରା ପରିସର ୮୫୭ ଫୁଟ ଲମ୍ବା ଓ ୫୭୫ ଫୁଟ ଚଉଡ଼ା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତ୍ୟେକ ଦୁଇଟି ପଥର ମଧ୍ୟରେ ଗୋଟିଏ ଲୁହା ପ୍ଲେଟ ଲଗା ଯାଇଥିଲା।ମନ୍ଦିରର ଚୁଡାରେ ୫୨ ମେଟ୍ରିକ ଟନର ଏକ ଚୁମ୍ବକ ଲଗାଯାଇଥିଲା। ସୁର୍ଯ୍ୟ ଦେବଙ୍କ ଭବ୍ୟ ପ୍ରତିମା ତାହା କୌଣସି ସିହାଂଶନ ଉପରେ ସ୍ଥାପିତ ହୋଇନଥିଲା।ତାହା ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ପବନରେ ଭାସମାନ ଅବସ୍ଥାରେ ଥିଲା।

ଏହି ମନ୍ଦିରଟି ଏପରି ତିଆରି କରାଯାଇଥିଲା ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ସୂର୍ଯ୍ୟଙ୍କର ପ୍ରତିମାର ନାଭିରେ ସଂଯୁକ୍ତ ଏକ ହିରାରେ ପ୍ରତିଫଳିତ ହେଉଥିଲା।ଏହା ସକାଳୁ ସକାଳୁ ଅଳ୍ପ କିଛି ସମୟ ପାଇଁ ଦେଖିବାକୁ ମିଳୁଥିଲା।ଏହାର କିଛି ବର୍ଷ ପରେ ବଙ୍ଗଳାର ସୁଲତାନ ସୁଲେମାନ ଓଡ଼ିଶା ଉପରେ ଆକ୍ରମଣ କରିଥିଲେ।ସେ ଓଡ଼ିଶାର ଅନେକ ମନ୍ଦିର ସହିତ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ କ୍ଷତି ପହଞ୍ଚାଇ ଥିଲେ।ସୁଲେମଣଙ୍କ ସେନା ଅଧକ୍ଷ ଯିଏକି କଳାପାହାଡ଼ ନାମରେ କୁଖ୍ୟାତ ସେ ସେହି ବୃହତ ଚୁମ୍ବକକୁ ଏକା ଭାଙ୍ଗି ଦେଇଥିଲେ।ଫଳରେ ମୁଖ୍ୟ ମନ୍ଦିରଟି ଭୁଶୁଡ଼ି ପଡ଼ିଲା।

ଏହାର ଅନେକ ବର୍ଷ ପରେ ଯେତେବେଳେ ସେହି ଅଧା ଭଙ୍ଗା ଚୁମ୍ବକକୁ ପୁଣିଥରେ ମନ୍ଦିରର ଚୁଳିରେ ରଖାଗଲା ଏହା ଫଳରେ ସମୁଦ୍ରରେ ଯାଉଥିବା ଅନେକ ଜାହାଜର ଦିଗ ଯନ୍ତ୍ର କାମ କରିବା ବନ୍ଦ କରିଦେଉଥିଲା ଫଳରେ ଜାହାଜ ଭୁଲ ଦିଗରେ ଚାଲିଯାଉଥିଲା ଓ ଜାହାଜଟି ବୁଡିଯାଉଥିଲା।ଏହି ଭଳି ଭାବରେ ଅନେକ ଜାହାଜ ସମୁଦ୍ରରେ ବୁଡ଼ିବାକୁ ଲାଗିଲା।ଏହା ଫଳରେ ସେହି ପର୍ତ୍ତୁଗାଲର ବେପାରୀ ମାନେ ସେହି ମନ୍ଦିରର ଚୁମ୍ବକକୁ କାଢି ନେଇଥିଲେ ଫଳରେ ମନ୍ଦିରଟି ସମ୍ପୂର୍ଣ ଭାଙ୍ଗିଗଲା।

ଏହାପରେ ପଣ୍ଡିତ ମାନେ ସୂର୍ଯ୍ୟଙ୍କର ସେହି ଭବ୍ୟ ପ୍ରତିମାକୁ ସୁରକ୍ଷିତ ରଖିବାପାଇଁ ପୁରୀ ନେଇଗଲେ।ଏହାପରେ ଓଡ଼ିଶା ଆସିଥିବା ଇଂରେଜ ଲର୍ଡ କର୍ଜନ ସେହି କୋଣାର୍କ ମନ୍ଦିରକୁ ବାଲି ତଳୁ ଖୋଜି ବାହାର କରିଥିଲେ।ଏହାପରେ ଜୀବିତ ହେବାକୁ ଲାଗିଲା ସେହି ସହ ସହ ବର୍ଷ ତଳର ଇତିହାସ।ଏହି ମନ୍ଦିରଟି ନିଜ ନିର୍ମାଣ ପରଠାରୁ ଆଜି ପର୍ଯ୍ୟନ୍ତ ଏତେ କଥା ଦେଖି ଆସିଛି ଯାହା ଇତିହାସ ପୃଷ୍ଠାରେ ଜାଗା ହେବ ନାହିଁ।ଆଜି ପୁରୀ ମନ୍ଦିରରେ ଲାଗିଥିବା ଅରୁଣ ସ୍ତମ୍ବ ଦିନେ କୋଣାର୍କ ମନ୍ଦିରର ଅଂଶ ଥିଲା।ଏହା ପଛରେ ମଧ୍ୟ ଅନେକ କାହାଣୀ ରହିଛି।

Leave a Reply

Your email address will not be published. Required fields are marked *