ଏହାକୁ ବ୍ୟବହାର କରନ୍ତୁ ମାତ୍ର ଅଳ୍ପ ସମୟରେ ସବୁ ଧଳା ଚୁଟି କଳା ହୋଇଯିବ – ଆଜି ଘରେ ତିଆରି କରନ୍ତୁ

Spread the love

ଆପଣମାନେ ଜାଣିଥିବେ ଆଜିକାଲିର ଖରାପ ଖାଦ୍ୟପେୟ ଓ ଖରାପ ଜୀବନ ଶୈଳୀ ଯୋଗୁ ଲୋକମାନଙ୍କର ଚୁଟି ଉପୁଡିବାରେ ଲାଗିଛି।ବାୟୁମଣ୍ଡଳରେ ଆଜିକାଲି ପ୍ରଦୂସଣ ଏତେ ବଢିଯାଇଛି ଯାହାର ଖରାପ ପ୍ରଭାବ ଆମ ଚୁଟି ଉପରେ ପଡୁଛି ଆଉ ଯାହାର କାରଣ ସ୍ୱରୂପ ଆମ ଚୁଟି ପାଚି ଧଳା ହେବାରେ ଲାଗିଛି।ଆମ ଚୁଟି ଧଳା ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି,ଆଉ ଏହାଠାରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚୁଟିକୁ କଳା କରିବା ପାଇଁ ଏକ ଚମତ୍କାରି ଘରୋଇ ଉପାୟ।ଆଉ ଏହାକୁ ଆପଣ ନିଜ ଚୁଟିରେ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଚୁଟି ସୁନ୍ଦର ଲମ୍ବା ଓ କଳା ହେବାରେ ଲାଗିଥାଏ।ଆଉ ଯଦି ଆପଣଙ୍କ ଚୁଟି ପତଳା ଅଟେ ଏହା ବହୁତ ଶିଘ୍ର ମୋଟା ହୋଇଯିବ।

ସାଧାରଣତଃ ଆମ ଚୁଟି ପ୍ରୋଟିନରେ ତିଆରି ହୋଇଥାଏ ଆଉ ଯାହା ପ୍ରଚୁର ମାତ୍ରା ଆମ ଚୁଟିକୁ ଦରକାର ଆମେ ତାକୁ ପ୍ରଚୁର ମାତ୍ରାରେ ଦେଇପାରି ନଥାଉ।ଆଉ ଯେତେବେଳେ ଆମ ଚୁଟି ସେସବୁ ପ୍ରୋଟିନକୁ ପାଇ ନଥାଏ ଏହା ପତଳା ହେବାକୁ ଲାଗିଥାଏ ଓ ଚୁଟି ଝଡ଼ିବାକୁ ଲାଗିଥାଏ ଆଉ ଧିରେ ଧିରେ ପାଚିବାକୁ ଲାଗିଥାଏ।

ଏହି ସବୁ ସମସ୍ୟାରୁ ଆପଣ ମାନେ ଉପଶମ ପାଇବା ପାଇଁ ଆମେ ଆପଣ ମାନଙ୍କ ପାଇଁ ଏକ ବଢିଆ ଘରୋଇ ଔଷଧିର ବ୍ୟବସ୍ତା କରିଛୁ।ଯାହାକୁ ଲଗେଇବା ମାତ୍ରକେ ଚୁଟି ପୂର୍ବଭଳି ମୋଟା ଓ ଗହଳିଆ ହେବାକୁ ଲାଗିବ ଓ କଳା ହେବାକୁ ଲାଗିବ।ତେବେ ଚାଲନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ଉପାୟ ବିଷୟରେ।

ଏହି ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ। ଆମକୁ ପ୍ରଥମ ଜିନିଷ ଯାହା ଆମକୁ ଆଵଶ୍ୟକ ସେ ହେଉଛି ମେଥିଦାନା।ଏହି ମେଥି ଆମ କେଶ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।ଆଉ ଏହାର ସାହାଯ୍ୟରେ ଆମ ଧଳା କେଶ କଳା ହୋଇପାରେ।ଏହା ପୂର୍ବରୁ ଆପଣଙ୍କୁ ଏହି ମେଥିଦାନାର ପ୍ରଯୋଗ କିପରି କରାଯାଏ ସେ ବିଷୟରେ ନିହାତି ଭାବରେ ଜାଣିବା ଆଵଶ୍ୟକ।ଆପଣ ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣ ମେଥି ଦାନାକୁ ଭଲ ଭାବରେ ପେଶୀ ଦିଅନ୍ତୁ।

ଆଉ ଆପଣଙ୍କୁ ଏ ମେଥି ଦାନା ଯେକୌଣସି ତେଜରାତି ଦୋକାନରୁ ବହୁତ ସହଜରେ ମିଳିଯିବ।ଆମେ ଯେତେବେଳେ ଏ ମେଥିଦାନାକୁ ନିଜ କେଶରେ ପ୍ରୟୋଗ କରିଥାଉ ଆମ ଚୁଟିରେ ଚମକ ଆସିଥାଏ।ଆଉ ଆମ ଚୁଟି ଲମ୍ବା ହୋଇଥାଏ।ଆଉ ତାସହିତ ଆମ ଧଳା କେଶକୁ କଳା କରିବାରେ ଆମକୁ ବହୁତ ସାହାଯ୍ୟ କରିଥାଏ।

ତାପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଯାହା ଆପଣଙ୍କୁ ଆଵଶ୍ୟକ ସେ ହେଉଛି ପିଆଜ।ଏହି ପିଆଜ ଆମ ଧଳା କେଶକୁ କଳା କରିବା ପାଇଁ ବହୁତ ଲାଭ ଦାୟକ ଅଟେ।ପିଆଜରେ କିଛି ଏମିତି ପ୍ରାକୃତିକ ତତ୍ୱ ଓ ପ୍ରାକୃତିକ ଭିଟାମିନ ମିଳିଥାଏ ଯାହା ଆମ ଧଳା କେଶକୁ କଳା କରିବାରେ ସାହାଯ୍ୟ କରିଥାଏ।ଆଉ ଏହି ପିଆଜର ବ୍ୟବହାର କରିବା ଦ୍ୱାରା ଆମ କେଶର ମୂଳ ମଜବୁତ ହୋଇଥାଏ,ଆଉ ଆମର ଏହି ପତଳା କେଶ ବହୁତ ଶିଘ୍ର ଘନ ହୋଇଥାଏ।

ଆପଣ ଗୋଗେ ପିଆଜର ଚୋପା ଛଡେଇ ଏହାକୁ ଭଲ ଭାବରେ ଗ୍ରୱାଇଣ୍ଡିଙ୍ଗ କରି ଏହାର ରସ ବାହାର କରି ନିଅନ୍ତୁ।ଆଉ ଦେଖିବେ ପ୍ରାୟ ଗୋଟେ ପିଆଜରୁ ୪-୫ ବଡ଼ ଚାମୁଚ ରସ ବାହାରିବଆଉ ଏହି ଘରୋଇ ଉପାୟକୁ ବନେଇବା ପାଇଁ ଆପଣ ସର୍ଵ ପ୍ରଥମେ ଗୋଟେ ଗିନାରେ ୪-୫ ଚାମୁଚ ପିଆଜ ରସ ନିଅନ୍ତୁ।ଆଉ ଏହା ପରେ ଆପଣ ଗୁଣ୍ଡ କରିଥିବା ମେଥିରୁ ଗୋଟେ ଚାମୁଚ ସେଥିରେ ମିଶାନ୍ତୁ।ତାପରେ ଆପଣଙ୍କୁ ଏଠାରେ ନଡ଼ିଆ ଟେଲର ଆଵଶ୍ୟକତା ପଡିବ।ଆଉ ଏହି ନଡ଼ିଆ ତେଲ ଆମ କେଶ ପାଇଁ ବହୁତ ଲାଭ ଦାୟକ ଅଟେ।ଆଉ ଏହା ଆମ କେଶକୁ ଲମ୍ବା ଓ ଘନ କରିଥାଏ।ତାସହିତ ଏହା ଆମ ଧଳା କେଶକୁ କଳା କରିଥାଏ।

ଆପଣ ଏହି ମିଶ୍ରଣରେ ୩-୪ ଚାମୁଚ ନଡ଼ିଆ ତେଲ ମିଶାନ୍ତୁ।ଆଉ ସେ ସବୁକୁ ଚାମୁଚ ସାହାଯ୍ୟରେ ଭଲ ଭାବରେ ମିଶାଇ ନିଅନ୍ତୁ ଆଉ ଯେତେବେଳେ ମଧ୍ୟ ଏ ତେଲର ବ୍ୟବହାର କରିବେ ତାକୁ ୨-୩ ମିନିଟ ଖରାରେ ରଖିବେ ଓ ତାପରେ ଏହାକୁ ଆପଣ ନିଜ କେଶରେ ଲଗେଇବେ।ଆପଣ ସପ୍ତାହରେ ଅତି କମରେ ୨ରୁ ତିନି ଥର ଏହାର ବ୍ୟବହାର କରନ୍ତୁ।ଏହାକୁ ଲଗେଇ ଘଣ୍ଟାଏ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ କୌଣସି ଆୟୁର୍ବେଦିକ ସାମ୍ପୁ ସାହାଯ୍ୟରେ ଏହାକୁ ଧୋଇ ନିଅନ୍ତୁ।ଆପଣ ଏହାକୁ ଯଦି ୨-୩ ମାସ ପର୍ଯ୍ୟନ୍ତ ନିୟମିତ ବ୍ୟବହାର କରିବେ ତାହେଲେ ଆପଣ ଏହାର ଲାଭ ଦେଖି ପାରିବେ।

Leave a Reply

Your email address will not be published. Required fields are marked *