Cuttack ରୁ ଗାଁକୁ ଫେରିବା Road ରେ ସେହି ଭୟାନକ ଘଟଣା,ଘଟିଲା ଏପରି ଯେ ଜାଣିଲେ ଆପଣ ଡ଼ରିକି ଛାନିଆ ହେଇଯିବେ,ଛୋଟ ପିଲା ଦୁରେଇ ରୁହନ୍ତୁ

Spread the love

ଭୁତ ପ୍ରେତରେ ଅନେକ ଲୋକ ବିଶ୍ୱାସ କରିଥାନ୍ତି ଏହା ସହିତ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ବିଶ୍ୱାସ ମଧ୍ୟ କରନ୍ତି ନାହିଁ।ତେବେ ଆମେ ବର୍ତ୍ତମାନ ସେହିପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା।ତେବେ ଦୀପକ ନାମକ ଜଣେ ବ୍ୟକ୍ତି ନିଜର ଗ୍ରାମରୁ ଟ୍ରେନ ଯୋଗେ କଟକ ଯାଇଥିଲେ।ସେ କଟକ ଆସିଥିଲେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଥିବା ଖେଳ ଦେଖିବା ପାଇଁ।ଯାହା ବାରବାଟୀରେ ଖେଳା ଯାଇଥିଲା।ତେବେ ଖେଳ ସରୁସରୁ ସେଦିନ ଟିକେ ଡେରି ହୋଇଗଲା ଯାହା ରାତି ୧୧.୩୦ ରେ ଶେଷ ହୋଇଥିଲା।

ତେବେ ଡେରି ହେବା ଜାଣି ସେ ତୁରନ୍ତ ଷ୍ଟେସନ ଆଡ଼କୁ ଚାଲିବାକୁ ଲାଗିଲେ।ତେବେ କିଛି ବାଟ ଯିବାପରେ ସେ ଭାବିଲେ ଡେରି ହେଲାଣି ତେଣୁ ସେ ଦୌଡ଼ିବାକୁ ଆରମ୍ଭ କଲେ।କିନ୍ତୁ ସେ ଯେତେବେଳେ ଯାଇ ଷ୍ଟେସନରେ ପହଞ୍ଚିଲେ ସେଠାରେ ସେ ଜାଣିବାକୁ ପାଇଲେ କି ତାଙ୍କର ଗ୍ରାମକୁ ଯିବାକୁ ଥିବା ଟ୍ରେନ କିଛି ସମୟ ପୂର୍ବରୁ ଷ୍ଟେସନ ଛାଡ଼ି ଦେଇଛି।ଏହି ସମୟରେ ସେ କଣ କରିବେ କିଛି ଭାବି ପାରୁ ନଥିଲେ।

ଏହି ସମୟରେ ସେ ଭାବିଲେ କି ବସ ଯୋଗେ ସେ ଘରକୁ ଯିବେ।ତେବେ ଏହାପରେ ସେ ବସ ଷ୍ଟାଣ୍ଡ ଆଡ଼କୁ ଯିବାକୁ ଲାଗିଲେ।ସେଠାରେ ଯାଇ ସେ ଦେଖିଲେ କି ଗୋଟିଏ ବସ ତାଙ୍କ ଗ୍ରାମକୁ ଯିବା ପାଇଁ ବାହାରୁଛି।ସେ ସାଙ୍ଗେ ସାଙ୍ଗେ ଯାଇ ସେହି ବସରେ ଚଢ଼ିଗଲି।କିନ୍ତୁ ଶୀତ ଦିନ ହୋଇଥିବାରୁ ସେହି ବସରେ ଅଧିକ ଲୋକ ନଥିଲେ।ଏହାପରେ ବସ ଚାଲିବା ଆରମ୍ଭ କଲା।

କିଛି ସମୟ ପରେ ଯେତେବେଳେ ବସ ଆଗକୁ ଆଗକୁ ଗଲା ଲୋକ ଧୀରେ ଧୀରେ ଓହ୍ଲାଇବାକୁ ଲାଗିଲେ।ଫଳରେ ବସରେ ଲୋକ କମିବାକୁ ଲାଗିଲେ।ଏହାପରେ ସେହି ବସଟି ଅଚାନକ ଏକ ଶୁନଶାନ ଜଙ୍ଗଲ ମଧ୍ୟରେ ବନ୍ଦ ହୋଇଗଲା।ଏହାପରେ ବସ ଚାଳକ ସେହି ବସ ଠିକ କରିବା ପାଇଁ ତଳକୁ ଆସିଲେ।ଏହାପରେ ଦୀପକଙ୍କୁ ପରିସ୍ରା ଲାଗିବାରୁ ସେ ବସରୁ ତଳକୁ ଆସିଲେ।

ଯେହେତୁ ରାସ୍ତାଟି ଶୁନଶାନ ଥିଲ ତ ବସ ଚାଳକ ତାଙ୍କୁ ଅଧିକ ଆଗକୁ ଯିବା ପାଇଁ ମନାକଲେ।ଏହାପରେ ଆଗକୁ ଯାଇ ଦୀପକ ସେଠାରେ ପରିସ୍ରା କଲେ।ସେ ଦେଖିଲେ ସେଠାରେ ଏକ କୂଅ ଅଛି।ତାଙ୍କୁ ବହୁତ ଶୋଷ ବି ଲାଗୁଥିଲା।ସେଥିପାଇଁ ସେ ସେହି କୂଅରୁ ପାଣି ଆଣି ପିଇବା ପାଇଁ ଯେତେବେଳେ ମୁହଁ ପାଖକୁ ନେଇଛନ୍ତି ସେହି ସମୟରେ ତାଙ୍କୁ ଗନ୍ଧ ଆସିଲା।

ସେ ଯେତେବେଳେ ଆଲୁଅ ମାରି ଦେଖିଲେ ସେହି କୂଅରେ କେବଳ ରକ୍ତ ଥିଲା ପାଣି ନଥିଲା।ଏହାପରେ ସେ କୁଅ ଭିତରକୁ ପଡ଼ିବାକୁ ଯାଉଥାନ୍ତି ସେହି ସମୟରେ ବସ ଚାଳକ ଆସି ତାଙ୍କୁ ବଞ୍ଚାଇ ଦେଇଥିଲେ।ଏହାପରେ ସେହି ବସ ଚାଳକ କହିଥିଲେ ଅନେକ ଦିନ ପୂର୍ବରୁ ଏଠାରେ ଏକ ତାନ୍ତ୍ରିକ ଆସି ପିଲାମାନଙ୍କୁ ଚୋରି କରି ନିଜର ତନ୍ତ୍ର ସାଧନା ପାଇଁ ବଳି ଦେଉଥିଲା।

ଯାହା ଫଳରେ ଲୋକମାନେ ତାକୁ ପିଟି ପିଟି ଏହି କୂଅରେ ପକାଇ ଦେଇଥିଲେ।ସେହିଦିନ ଠାରୁ ସେ ସେହି କୂପରେ ରହିଛି ଓ ଲୋକମାନଙ୍କୁ ସେହି କୁଅ ଭିତରକୁ ଟାଣି ନେଇ ହତ୍ୟା କରୁଛି।ଏହାପରେ ବସ ମଧ୍ୟ ଠିକ ହୋଇ ଯାଇଥିଲା।ସେଥିପାଇଁ ସେମାନେ ସେହି ସ୍ଥାନରୁ ପଳାଇ ଆସିଲେ।ତେବେ ସ୍ପଷ୍ଟ କରିଦଉ ଏହି ଲେଖା ଟି ଆମେ ସଂଗ୍ରହ କରିଛୁ ଓ ଆମେ ବ୍ୟକ୍ତିଗତ ଭୁତ ପ୍ରେତ ରେ କୌଣସି ପ୍ରକାର ବିଶ୍ୱାସ କରୁନାହିଁ

Leave a Reply

Your email address will not be published. Required fields are marked *