ଦାନା ବାନ୍ଧିଲାଣି ବାତ୍ୟା Asani,ଏହି ଦିନରୁ ଓଡ଼ିଶାର ଉପକୂଳବର୍ତୀ ଅଞ୍ଚଳରେ ପାଣିପାଗ ବଦଳିବାରେ ଆସିଲା ସୂଚନା,ହେବ ପ୍ରବଳ ବର୍ଷା…ଦେଖନ୍ତୁ Video

Spread the love

ଓଡ଼ିଶାର ଉପକୂଳବର୍ତୀ ଅଞ୍ଚଳରେ ପ୍ରତି ବର୍ଷ ବାତ୍ୟାର ଉପଦ୍ରବ ଦେଖା ଯାଇଥାଏ। ବର୍ତ୍ତମାନ କିଛି ଦିନ ମଧ୍ୟରେ ଉପକୂଳ ଓଡିଶାରେ ପାଣିପାଗ ବଦଳି ପାରେ। ଗ୍ରୀଷ୍ମର ପ୍ରବାହ ଆରମ୍ଭ ହୋଇ ଯାଇଥିବା ବେଳେ ବାତ୍ୟାର ପ୍ରକୋପ ଆରମ୍ଭ ହେବାକୁ ଯାଉଛି। ଅନୁମାନ କରାଯାଉଛି ଯେ, ପରବର୍ତ୍ତୀ ସମୟରେ ବାତ୍ୟାର ସମ୍ଭାବନା ରହିଛି। ତେଣୁ ବାତ୍ୟା ଦାନା ବାନ୍ଧିବାକୁ ଯାଉଛି। ଏ ପର୍ଯ୍ୟନ୍ତ ଏହା ଲଘୁଚାପର ରୂପ ନେଇ ନାହିଁ। ତେଣୁ ଏହାର ଗତିପଥ ନେଇ କୌଣସି ଆକଳନ କରି ହେବ ନାହିଁ।

ଏହା ଲଘୁଚାପର ରୂପ ନେବା ପରେ ଏହାର ଦିଗ ଏବଂ ଗତିପଥ, ତୀବ୍ରତା ସମ୍ପର୍କରେ ଜଣା ପଡିବ।ମାର୍ଚ୍ଚ ମାସରେ ବାତ୍ୟା କ୍ଵଚିତ ସୃଷ୍ଟି ହୋଇଥାଏ। ତେଣୁ ଏହି ଲଘୁଚାପ ସୃଷ୍ଟି ହେଲେ, ଏହାର ପ୍ରଭାବରେ ଉପକୂଳବର୍ତୀ ଅଞ୍ଚଳରେ ଏବେ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ମାର୍ଚ୍ଚ ମାସରେ ୬ ଟି ବାତ୍ୟା ସୃଷ୍ଟି ହୋଇ ସାରିଛି।

ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଉପକୂଳବର୍ତୀ ଅଞ୍ଚଳ ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହାର ଭବିଷ୍ୟତ ନେଇ କୌଣସି ଆକଳନ କରି ନ ହେଲେ ମଧ୍ୟ

ଏହା ଭାରତୀୟ ଉପକୂଳକୁ ଛୁଇଁ ନ ପାରେ ବୋଲି ଆଶା ପ୍ରକାଶ କରିଛନ୍ତି।ମାତ୍ର ପାଣିପାଗ ଯୋଗୁଁ ଏହାର ଗତି ବିଧି ଏବଂ ତୀବ୍ରତା ସଠିକ ଭାବରେ ଆକଳନ କରାଯାଇ ନ ଥାଏ । ପାଣିପାଗ ଗବେଷକଙ୍କ ମାତରେ ଏହି ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରାଯାଇ ନ ପାରେ। ଜି.ଏଫ.ଏସ.ଏନ. ସି.ପି. ର ମଡେଲ ହିସାବରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ।

ମାତ୍ର ଏହା ବଙ୍ଗୋପସାଗରରେ ପହଁଞ୍ଚିବା ପରେ ଦୁର୍ବଳ ହୋଇଯିବ ଏବଂ ଏହା ବାଂଲାଦେଶ ଆଡକୁ ମୋଡି ହୋଇ ଯିବ। ଆସନ୍ତା ୨୦ ତାରିଖ ବେଳକୁ ଏହି ବାତ୍ୟାର ଗତିବିଧିର ସମ୍ପୂର୍ଣ୍ଣ ଚିତ୍ର ଜଣା ପଡିବ। ମାର୍ଚ୍ଚ ମାସରେ ସୃଷ୍ଟି ହୋଇଥିବା ବାତ୍ୟା ଉପକୂଳ ଛୁଇଁବା କଷ୍ଟ ହୋଇଥାଏ। ଏହା କେବଳ ଅସହ୍ୟ ପାଣିପାଗର କାରଣ ଅଟେ। ପରବର୍ତ୍ତୀ ତିନି ଦିନ ପର୍ଯ୍ୟନ୍ତ ଅସହ୍ୟ ଭାବରେ ତାପମାତ୍ରା ବଢିବ ଏବଂ ଗରମ ବଢିବ।

Leave a Reply

Your email address will not be published. Required fields are marked *