ଯାତ୍ରା ଖଳନାୟକ ଦୈତାରି ପଣ୍ଡା ଙ୍କ ଅକୁହା କଥା – ଦୈତାରୀ ପଣ୍ଡା ଙ୍କ ବଡ ପୁଅ ମଧ୍ୟ ଓଡ଼ିଆ ଫିଲ୍ମ ର ସୁପରଷ୍ଟାର – ଯାହା ଆପଣ କେବେ ଜାଣି ନଥିବେ – ଏବେ ଦେଖନ୍ତୁ କିଏ ସେ

Spread the love

ଓଡ଼ିଆ ଯାତ୍ରା ଅନେକ ଲୋକପ୍ରିୟତା ହାସଲ କରିଛି।ଅନେକ ଓଡ଼ିଆ ଯାତ୍ରା ଅଭିନେତା ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନକୁ ନିଜ ଅଭିନୟ ଦ୍ଵାରା ଛୁଇଁ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଦୈତାରୀ ପଣ୍ଡା ଅନ୍ୟତମ।ଶ୍ରୀଯୁକ୍ତ ଦୈତାରୀ ପଣ୍ଡା ଓଡିଆ ଯାତ୍ରା ଜଗତର ଜଣେ ଅତି ଜଣାଶୁଣା ଖ୍ୟାତିସମ୍ପନ୍ନ ଅଭିନେତା କହିଲେ ଅତ୍ୟୁକ୍ତି ହେବନାହିଁ।ସେ ୧୯୫୮ ମସିହାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ସ୍ଥିତ ଦୁଖଣ୍ଡ ତାଙ୍କ ଗ୍ରାମ ଅଟେ।ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାବେଳୁ ହିଁ ସେ ନିଜ ଅଭିନୟରେ ଅନ୍ୟକୁ ଆକର୍ଷିତ କରି ପାରୁଥିଲେ।

ଗାଆଁରେ ଛୋଟ ଛୋଟ ନାଟକରେ ଅଭିନୟ କରି ସେ ଜୀବନରେ ଜଣେ ବଡ଼ ଅଭିନେତା ହେବାର ପ୍ରେରଣା ପାଇଥିଲେ।ତାଙ୍କ ପରିବାର ରେ ସାତ ଭାଇ ଥିଲେ। ଶ୍ରୀଯୁକ୍ତ ପଣ୍ଡାଙ୍କ ଦୁଇ ପୁତ୍ର ମଧ୍ୟରୁ ଜଗବନ୍ଧୁ ପଣ୍ଡା ବଡ଼ ଓ ବଳଭଦ୍ର ପଣ୍ଡା ସାନ।ପିତାଙ୍କ ଗୁଣରେ ଅନୁପ୍ରାଣିତ ଜ୍ୟେଷ୍ଠ ପୁତ୍ର ଜଗବନ୍ଧୁ ମଧ୍ୟ ଜଣେ ଲୋକପ୍ରିୟ ଟିଭି ଧାରାବାହିକ ଅଭିନେତା ଅଟନ୍ତି।ସେ ଅନେକ ଓଡିଆ ଧାରାବାହିକ ରେ ଦର୍ଶକଙ୍କ ସମ୍ମୁଖରେ ନିଜର ଅଭିନୟର ଯାଦୁ ଦେଖାଇ ସାରିଆସିଛନ୍ତି।ଦୀର୍ଘ ୪୩ ବର୍ଷ ଧରି ଦୈତାରି ପଣ୍ଡା ଯାତ୍ରାର ରଙ୍ଗମଞ୍ଚରେ ସେ ଅଭିନୟ କରି ଆସୁଛନ୍ତି।

ତାଙ୍କ ଜୀବନ୍ତ ଅଭିନୟ ଦ୍ୱାରା ଦୀର୍ଘ ଚାରି ଦଶନ୍ଧି ଧରି ସେ ଯାତ୍ରା ଦୁନିଆରେ ରାଜ କରିଆସିଛନ୍ତି ଏବଂ ଦର୍ଶକଙ୍କୁ ନିଜର ସୁନ୍ଦର ଅଭିନୟ ରେ ମତୁଆଲା କରି ସେମାନଙ୍କ ତାଳି ହାସଲ କରି ଆସିଛନ୍ତି। ଯାତ୍ରା ଜଗତରେ ସେ “ନୀଳଚକ୍ର” ଅପେରା ମାଧ୍ୟମ ରେ ପାଦ ଥାପିଥିଲେ। ତା ପରେ ସେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି।ଯାତ୍ରା “ଜିଅନ୍ତା ଶବ” ଓ “କଉଡ଼ି ଖେଳ” ତାଙ୍କ ଯାତ୍ରା ଜୀବନର ଦୁଇଟି ପ୍ରଧାନ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।ଏହି ଦୁଇଟି ଯାତ୍ରା ତାଙ୍କୁ ଲୋକଲୋଚନକୁ ଆଣି ପାରିଥିଲା।ଏହା ଦ୍ଵାରା ସେ ଅନେକ ଲୋକପ୍ରିୟତା ହାସଲ କରିଥିଲେ।

ଏବେ ପର୍ଯ୍ୟନ୍ତ ସେ ୨୦୦ରୁ ଅଧିକ ଯାତ୍ରା ରେ ଅଭିନୟ କରି ସାରିଲେଣି।ତାଙ୍କ ଯାତ୍ରା ଅଭିନୟ ର ପ୍ରଥମ ପାରିଶ୍ରମିକ ମାତ୍ର ୫୦୦ ଟଙ୍କାରୁ ଆରମ୍ଭ ହୋଇଥିଲା।କିନ୍ତୁ ନିଜର ପ୍ରଚେଷ୍ଟା ଓ କଠିନ ପରିଶ୍ରମ ଦ୍ୱାରା ସେ ଆଜି ଓଡିଶାର ଘରେ ଘରେ ଜଣେ ସୁନାମଧନ୍ୟ ଯାତ୍ର କଳାକାର ଭାବେ ପରିଚିତ ହୋଇ ପାରିଛନ୍ତି।ସେ କୋଣାର୍କ ଗଣନାଟ୍ୟର ସେ ଜଣେ ଅତି ପରିଚିତ ଅଭିନେତା।କେବଳ ଯେ ଖଳନାୟକ ଚରିତ୍ର ତାହା ନୁହେଁ ସେ ନିଜ ଯାତ୍ରା ଜୀବନରେ ବିଭିନ୍ନ ପ୍ରକାର ଚରିତ୍ର ନିଭେଇଛନ୍ତି ଓ ସବୁ ଚରିତ୍ର ଗୁଡ଼ିକୁ ଅତି ନିଖୁଣ ଭାବରେ ଉପସ୍ଥାପନ କରୁଛନ୍ତି।

ଜୀବନରେ ଗୁରୁଙ୍କ ମର୍ଯ୍ୟାଦା କୁ ଉପଲବ୍ଧ କରିଥିବା ଶ୍ରୀଯୁକ୍ତ ପଣ୍ଡା ଗୁରୁ “ରଘୁନାଥ ପଣ୍ଡା” ଙ୍କୁ ନିଜର ଆଦର୍ଶ ଭାବେ ବିଚାର କରି ନିଜ କର୍ମ ପଥରେ ଆଗେଇ ଚାଲିଛନ୍ତି।ଯାତ୍ରା ବ୍ୟତୀତ ଓଡ଼ିଆ ସିନେମା ଓ ଧାରାବାହିକ ରେ ମଧ୍ୟ ଦର୍ଶକ ତାଙ୍କ ଅଭିନୟର ଯାଦୁ ଦେଖିଛନ୍ତି।ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ବିବାହ କରିବା ପରେ ସେ ଯାତ୍ରା ଜଗତରେ ପାଦ ଥାପି ଥିଲେ। ତାଙ୍କର ପ୍ରଥମ ଓଡ଼ିଆ ଧାରାବାହିକ “ସିଂହଦ୍ବାର” ଓଡ଼ିଶା ର ଘରେ ଘରେ ଲୋକପ୍ରୟତା ସାଉଁଟି ପାରିଛି।ସେ “ନନା” ନାମରେ ସମସ୍ତଙ୍କ ପ୍ରିୟ।ଓଡ଼ିଆ ଯାତ୍ରା ଇତିହାସରେ ନନା ଦୈତାରି ପଣ୍ଡା ଙ୍କ ନାମ ସ୍ୱର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇରହିବ ନିଶ୍ଚିତ।

Leave a Reply

Your email address will not be published. Required fields are marked *