ସୋମ୍ୟ କୁ ନ୍ୟାୟ ଦେବାକୁ Join ହେଲେ Gaan ଲୋକ,ସେପ୍ଟେମ୍ବର ୯ ରେ ଏହି ଓଡ଼ିଶାର ଏହି ଜାଗାରେ ବନ୍ଦ ଡାକରା ଦେଲେ,କହିଲେ ଆଗକୁ ଭୟଙ୍କର ହେବ ପ୍ରତିବାଦ

Spread the love

ସାଙ୍ଗମାନେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଂଜନଙ୍କ ମୃତ୍ୟୁ ଘଟଣାକୁ ୫୫ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଇଥିବାରୁ ଖଇରା ଗ୍ରାମ ତରଫରୁ ଆନ୍ଦୋଳନର ଡାକରା ଦିଆ ଯାଇଛି।ତେବେ ଦୁର୍ଗା ମଣ୍ଡପ ସାମ୍ନାରେ ପ୍ରାୟ ୨୦ଟି ବିଭିନ୍ନ ଦଳର ବୈଠକ ବସିଥିଲା। ବୈଠକରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏ ନେଇ ଯେତେବେଳେ ଗ୍ରାମବାସୀ ମାନଙ୍କୁ ପ୍ରଶ୍ନ ପଚରା ଗଲା ତ ସେ କହିଲେ କି ସୌମ୍ୟ ହେଉଛି ଖଇରା ଅଞ୍ଚଳର ପୁଅ।ତେବେ ସେ ବହୁତ ଗରିବ ପରିବାରର ଥିଲେ।ସେ ବହୁତ କଷ୍ଟ ସହି ବନ ବିଭାଗର ପ୍ରଶାସନିକ ଅଧିକାରୀ ଭାବେ ନିଜକୁ ପରିଚିତ କରାଇ ପାରିଥିଲା ଏହା ଆମ ପାଇଁ ଅତି ଗୌରବର ବିଷୟ।

ତାର ଅକାଳ ମୃତ୍ୟୁକୁ ନେଇ କେବଳ ଆମ ଖଇରା ଅଞ୍ଚଳର ଲୋକେ ନୁହେଁ ବରଂ ସାରା ଓଡ଼ିଶାର ଲୋକ ମାନେ ଚାହୁଁଛନ୍ତି କି ତାକୁ ନ୍ୟାୟ ମିଳୁ।ତେବେ ସରକାରଙ୍କ ପକ୍ଷରୁ ଯାହା ବି ପଦକ୍ଷେପ ନିଆଯାଇଛି ସେ ସବୁ ସମଲୋଚିତ ହୋଇଛି।ଖଇରା ବାସୀ ଓ ସୌମ୍ୟଙ୍କ ପରିବାର ଲୋକ ଚାହିଁଛନ୍ତି କି ସରକାରଙ୍କ ଆଖି ଖୋଲୁ ଓ ଏହି ବାର୍ତ୍ତା ନବୀନ ନିବାସରେ ଯାଇ ପହଞ୍ଚୁ।

ସର୍ବସାଧାରଣଙ୍କ ସାମ୍ନାରେ ଏହି ଘଟଣାକୁ ନେଇ ଯେଉଁ ପ୍ରହେଳିକା ସୃଷ୍ଟି ହେଉଛି ତାହା ହଟିଯାଉ। ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳୁ।ଏହି ପ୍ରତିବାଦରେ ସମସ୍ତ ଖଇରା ବାସୀ, ବୁଦ୍ଧିଜୀବି,ଛାତ୍ର ଛାତ୍ରୀ ମାନେ ନିଷ୍ପତି ନେଲୁ କି ଆମେ ସୌହାଦ୍ୟପୂର୍ଣ୍ଣ ଭାବେ ଏକ ଦାବି ପତ୍ର ନେଇ ବିଡ଼ିଓଙ୍କୁ ଦେବୁ ଯାହାକି କଲେକ୍ଟର, ଏସପି ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ପହଞ୍ଚିବ।

ଆସନ୍ତା ୯ ତାରିଖ ଗୁରୁବାର ଖଇରାରେ ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ।ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଓ ଅନ୍ୟ ମାନଙ୍କୁ ଦାବି ପତ୍ର ପ୍ରଦାନ କରାଯିବ।ପ୍ରଶାସନ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନ ନେଲେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର ହେବ ବୋଲି କୁହାଯାଇଛି।ଏନେଇ ଯେତେବେଳେ ସେମାନଙ୍କୁ ପଚରା ଗଲା ସେମାନେ କହିଲେ କି ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ଦୀର୍ଘ ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ତଦନ୍ତରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳି ପାରୁନାହିଁ।

ଆମେ ଦେଖୁଛୁ ଯେ ଆମେ କୌଣସି ପ୍ରକାର ନ୍ୟାୟ ପାଇ ପାରୁନାହୁଁ।ସେ କହିଛନ୍ତି କି ଆମେ ବିଡ଼ିଓଙ୍କ ଜରିଆରେ ଦାବି ପତ୍ର ସମସ୍ତଙ୍କ ପାଖକୁ ପଠେଇଚୁ।ଆଗାମୀ ଦିନରେ ଏହା ଏକ ଜୋରଦାର ଆନ୍ଦୋଳନର ରୂପ ନେବ।ଯଦି କିଛି ନ ହେଲା ତ ଆମେ ଆଗାମୀ ନିର୍ବାଚନରେ ଏହି ପ୍ରସଙ୍ଗକୁ ଉଠାଇବୁ।ସେ କହିଲେ କି ଆମେ ଗୋଟେ ଦିନ ଛ ଘଣ୍ଟା ଧରି ଚକ ଅଖ ବନ୍ଦ କରିବୁ।

Leave a Reply

Your email address will not be published. Required fields are marked *