ଓଡ଼ିଆ ଅଭିନେତ୍ରୀ ପ୍ରିୟା CHOUDHURY ଙ୍କ ପୁଅ ଅଟନ୍ତି Rajkumar ଭଳି ସୁନ୍ଦର,ସୁନ୍ଦରତା ଦେଖିଲେ ଆପଣଙ୍କ ମନ ମଧ୍ୟ ହେଇଯିବ ଚୋରୀ କହିବେ ବାପ ରେ ଏତେ ସୁନ୍ଦର ପିଲା

Spread the love

ଓଡିଆ ଚଳଚିତ୍ର ନାୟିକା ପ୍ରିୟା ଚୌଧୁରୀଙ୍କୁ ତ ଆପଣ ଭଲ ଭାବେ ଜାଣିଥିବେ।ପ୍ରଫେଶନରେ ଜଣେ ମଡେଲ ଓ ଅଭିନେତ୍ରୀ ମଧ୍ୟ।ତାଙ୍କ ଜନ୍ମ ୧୯୮୯ ମସିହା ନଭେମ୍ବର ୧୫ ତାରିଖରେ ହୋଇଥିଲା।ସେ ଓଡ଼ିଶାର ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ଓ ସେ ହେଉଛନ୍ତି ଜଣେ ହିନ୍ଦୁ ନାରୀ।ତାଙ୍କ ବାପାଙ୍କ ନାମ ପ୍ରତାପ ଚୌଧୁରୀ ଓ ମାତାଙ୍କ ନାମ ଗୀତାଞ୍ଜଳି ଚୌଧୁରୀ।ପ୍ରୀୟାଙ୍କର ମଧ୍ୟ କଟକରେ ପିତୃକ ଘର ଅଛି।ପ୍ରିୟା ୨୦୧୩ ମସିହାରେ ବିବାହ କରିଥିଲେ।

ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଆପଣ ମାନେ ତାଙ୍କ ସ୍ବାମୀଙ୍କୁ ଦେଖିଥିବେ।ସେ ତାଙ୍କ ସ୍ବାମୀଙ୍କ ସହ ବହୁତ ଫଟୋ ପୋଷ୍ଟ କରିଛନ୍ତି।ତାଙ୍କ ସ୍ଵାମୀ ଜଣେ ଜଣ ଶୁଣା ବିଜନେସମ୍ୟାନ।ପ୍ରିୟା ଏବେ ମା ହୋଇଛନ୍ତି।ତାଙ୍କର ଏକ କୁନି ପୁଅ ଜନ୍ମ ନେଇଛି।ତାଙ୍କ ପୁଅର ନାମ ସେ କନିସ୍କ ରଖିଛନ୍ତି।ଆପଣ ତାଙ୍କ ପୁଅର ଫଟୋ ମଧ୍ୟ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଦେଖି ପାରିବେ।

ପ୍ରିୟା ପ୍ରଥମେ ଜଣେ ଆଙ୍କର ବା ଉପସ୍ଥାପିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ।ତାଙ୍କର ପ୍ରଥମ ଫିଲ୍ମ ୨୦୦୮ ମସିହାରେ ରିଲିଜ ହୋଇଥିଲା ଓ ଏହାର ନାମ ଥିଲା ଡ୍ରିମ ଗାର୍ଲ।ସେଥିରେ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ।ସେ ମଧ୍ୟ ୨୦୦୯ ମସିହାରେ ଅନୁଭବଙ୍କ ସହ ଅଭିମନ୍ୟୁ ଫିଲ୍ମରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିଲେ।

୨୦୧୩ ରେ ସେ ରୁମକୁ ଝୁମାନା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।୨୦୧୪ ରେ ସେ ତୋ ବାଟ ଚାହିଁଛି ରାତି ସାରା ଚଳଚିତ୍ରରେ ଅଭିନୟ କରିଥିଲେ।ଯାହା ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା।ଏହା ସହ ସେ ଅରିନ୍ଦମଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି।ସେ ଗୁଡ ବଏ,ଚାନ୍ଦିନୀ,ଆଇ ମିସ ୟୁ,ମେଘ ସବାରୀରେ ଆସିବ ଫେରି,ଦିଲ ତତେ ଦେଇଛି,ଆଲୋ ମୋର କଣ୍ଢେଇ ଭଳି ବହୁତ ସାରା ଚଳଚ୍ଚିତ୍ରରେ ଅଭିନୟ କରି ବହୁତ ଚର୍ଚ୍ଚାରେ ଥିଲେ।

ସେ ୧୦ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମ କରି ସାରିଲେଣି।ପ୍ରିୟ ଅନେକ ଟିଭି ସୋରେ ଉପସ୍ଥାପିକା ଭାବେ କାର୍ଯ୍ୟ କରୁଛନ୍ତି।ତାଙ୍କର ଉଚ୍ଚତା ହେଉଛି ୫ ଫୁଟ ୬ ଇଞ୍ଚ ଏବଂ ଓଜନ ରହିଛି ୬୦ କେଜି।ପ୍ରିୟ ଉତ୍କଳ ୟୁନିଭରସିଟିରେ ନିଜର ଗ୍ରାଜୁଏସନ ସାରିଥିଲେ। ପ୍ରିୟା ସାଧା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।ସେ ଆମିଷ ଖାଆନ୍ତି ନାହିଁ।

ତାଙ୍କର ପ୍ରିୟ ସାଧା ଖାଦ୍ୟ ହେଉଛି ସନ୍ତୁଳା।ତାଙ୍କର ବହୁତ ଗୁଡିଏ ହବି ମଧ୍ୟ ରହିଛି।ଯେମିତି କି ଖାଦ୍ୟ ପ୍ରସ୍ତୁତ କରିବା, ଟ୍ରାଭେଲିଂ,ଫ୍ୟାସନ ଇତ୍ୟାଦି।ତାଙ୍କୁ ବେଶୀ କରି ଭାରତୀୟ ପୋଷାକ ପିନ୍ଧିବାକୁ ଭଲ ଲାଗେ।ସେ ଓଡ଼ିଆ ଫିଲ୍ମ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

Leave a Reply

Your email address will not be published. Required fields are marked *