ଦାନ୍ତ ଘଷିବାର ସବୁଠୁ ଭଲ ଉପାୟ ଜାଣିଛନ୍ତି କି ଆପଣ ? ଏହି ଭୁଲ କେବେ କରନ୍ତୁ ନାହିଁ ଦାନ୍ତ Brush କରିବା ବେଳ – DIBYALOCHAN SWAIN

Spread the love

ସାଙ୍ଗମାନେ ଦାନ୍ତ ପରିଷ୍କାର କରିବା ଆମର ପ୍ରତିଦିନର କାମ।ସମସ୍ତେ ପ୍ରାୟ ଦିନକୁ ଏକ ରୁ ଦୁଇଥର ସବୁ ଦିନ ଦାନ୍ତ ସଫା କରନ୍ତି।ଆଜି ଆମେ ଜାଣିବା କେଉଁ ଭଳି ଭାବେ ଆମେ ଆମ ଦାନ୍ତକୁ ଠିକ ଭାବେ ଘଷିବା।ଆସନ୍ତୁ ଜାଣିବା ଏହି ବିଷୟରେ।ଭାବନ୍ତୁ ଏହା ହେଉଛି ଆମର ଦାନ୍ତ।ପ୍ରଥମେ ଆପଣ ଆଇନା ସାମ୍ନାରେ ନିଜକୁ ୨ ରୁ ୩ ମିନିଟ ସମୟ ଦିଅନ୍ତୁ।ଯେତେବେଳେ ଦାନ୍ତ ସଫା କରୁଛନ୍ତି ଆଇନା ସାମ୍ନାରେ କରନ୍ତୁ।

ୟାଡେ ସ୍ୟାଡେ ବୁଲି ବୁଲି କରନ୍ତୁ ନାହିଁ।ଯେତେବେଳେ ଆପଣ ଆଇନା ସାମ୍ନାରେ ଠିଆ ହେଉଛନ୍ତି ପ୍ରଥମେ ଆପଣ ଡାହାଣ ପଟରୁ ବାମ ପଟକୁ ଯିବେ ବ୍ରଶ କରି କରି।ପଛ ପାଖରେ ଆପଣ ୪୫ ଡିଗ୍ରୀ ଅଙ୍ଗେଲରେ ବ୍ରଶ କୁ ଏହି ଭଳି ଧରି ଘଷନ୍ତୁ।ସିଧା ଘଷନ୍ତୁ ନାହିଁ।ସିଧା ଘଷିବା ଦ୍ଵାରା ଆପଣଙ୍କ ମାଢିରେ ଖଣ୍ଡିଆ ହୋଇପାରେ।ନହେଲେ ଉପର ପାର୍ଶ୍ଵରେ ଦାନ୍ତ ସବୁ ଘୋରି ହୋଇଯିବ।

ଯଦି ଆପଣ ୪୫ ଡିଗ୍ରୀରେ କରୁଛନ୍ତି ତେବେ ଆପଣ ଦାନ୍ତ ଉପରେ ବେଶି ଚାପ ପଡ଼ିବନି ଓ ମଝିରେ ଯେଉଁ ସବୁ ମଳି ଥିବ ତାହା ସବୁ ବାହାରି ଯିବ।ଆଉ ଏହାକୁ ସର୍କୁଲାର ୱେରେ କରିବେ।ଏବେ ଆପଣ ଯିବେ ସାମ୍ନା ଦାନ୍ତକୁ।ଏହାକୁ ଥରେ ଭରଟିକାଲରେ ଥରେ ଦୁଇଥର କରିବେ ଓ ହରାଇଜୋଣ୍ଟଲରେ ମଧ୍ୟ ଥରେ ଦୁଇଥର କରିବେ।କିନ୍ତୁ ବେଶୀ ସମୟ କରିବେ ନାହିଁ।

ଠିକ ସେହି ପରି ବାମ ପଟରେ କରିବେ।ଏହା ଥିଲା ଆପଣଙ୍କର ବାହାର ପାର୍ଶ୍ୱର।ଏହା ପରେ ଆପଣ ଭିତର ଅଂଶକୁ ସାଧାରଣ ଭାବେ ବ୍ରଶ କରିବେ।ତାର ଉପର ଦାନ୍ତରେ ଠିକ ସେହି ପରି ବ୍ରଶ କରିବେ।ଏହା ପରେ ତଳ ଦାନ୍ତର ଜିଭ ପଟୁ ଓ ଉପର ଦାନ୍ତର ତାଳୁକା ପଟୁ ତାକୁ ଧୀରେ ଧୀରେ ସଫା କରିବେ।କାରଣ ଏଠାରେ ଆପଣଙ୍କର ସଫ୍ଟ ଟିଶୁ ଯେମିତି କି ଜିଭ ମାଂସ ଅଛି।

ଆପଣ ପ୍ରାୟତଃ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ବ୍ରଶ କରିବେ।ବେଶି ସମୟ ଯାଏ ବ୍ରଶ କରିବେ ନାହିଁ।କାରଣ ଦାନ୍ତ ରିଫର୍ମେଶନ କେବେବି ହୁଏ ନାହିଁ ଆପେ ଆପେ।ଆମର ଚର୍ମ କିମ୍ୱା ହାଡ଼ ଏହି ସବୁ ରିଫର୍ମେସନ ହୋଇଯାଏ କିନ୍ତୁ ଦାନ୍ତ ହୁଏ ନାହିଁ।ସେଥି ପାଇଁ ଦାନ୍ତ ଥରେ ନଷ୍ଟ ହେଲେ ଆପଣଙ୍କୁ ସେହି ଦାନ୍ତ ପାଇବା ସମ୍ଭବ ନୁହେଁ।ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ।

ଆପଣ ୨୪ ଘଣ୍ଟା ମଧ୍ୟରେ ଥରେ ରୁ ଦୁଇ ଥର ବ୍ରଶ କରନ୍ତୁ।ଏହା ସହ ଯେତେବେଳେ ଖାଇ ସାରୁଛନ୍ତି ଭଲ ଭାବେ କୁଳି କରନ୍ତୁ।ଯଦି ହେଉଛି ଗରମ ପାଣିରେ ଲୁଣ ପକାଇ କୁଳି କଲେ ବହୁତ ଭଲ।ଆପଣ ମଧ୍ୟ ମାଉଥ ୱାସ ବ୍ୟବହାର କରିପାରିବେ।ବୟସ୍କ ଲୋକ ବା ଯେଉଁ ମାନଙ୍କର ମଧୁମେହ ଅଛି ସେମାନେ ଖାସ କରିକି ଏହି ଲୁଣ ପାଣିରେ କୁଳି କରନ୍ତୁ।

Leave a Reply

Your email address will not be published. Required fields are marked *