ବନ୍ଧୁଗଣ ଆପଣ ଭଗବାନଙ୍କୁ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ଭଗବାନ ସବୁବେଳେ ନିଜ ଭକ୍ତଙ୍କୁ ବିପଦ ମୁହଁରୁ ରକ୍ଷା କରନ୍ତି।ତେଣିକି ପଛେ ଆମକୁ ତାଙ୍କର ଆକାର ବିଷୟରେ ଜଣା ଥାଉ କିମ୍ବା ନ ଥାଉ କିନ୍ତୁ ତାଙ୍କ ଶକ୍ତିର ଅନୁଭବ ଆମ ମାନଙ୍କୁ ଚାରିଆଡ଼େ ଦେଖାଦେଇଥାଏ।ଯେଉଁ କାରଣରୁ କୋଟି କୋଟି ଲୋକଙ୍କ ମୁଣ୍ଡ ଆସି ଏକ ସାମାନ୍ୟ ମୂର୍ତ୍ତି ପାଖରେ ଅଟକି ଯାଇଥାଏ।ଆସନ୍ତୁ ଆଜି ମୁଁ ଆପଣ ମାନଙ୍କୁ ଭଗବାନଙ୍କର ଏମିତି ଏକ ଘଟଣା ବିଷୟରେ କହିବି ଯାହାକୁ ଶୁଣି ଆପଣଙ୍କ ରୋମ ଟାଙ୍କୁରି ଉଠିବ।
ସୁନ୍ଦରଗଡ ରେ ଏକ ଛୋଟ ଗାଁରେ ୨୨ ବର୍ଷର ସରିତା ନାମକ ଏକ ଝିଅ ରହୁଥିଲା।ସେ ପ୍ରତିଦିନ ସକାଳୁ ଉଠି ନିଜ ହାତ ତିଆରି ଖାଦ୍ୟ ଧରି କୋଏଲ ନଦୀ ପାର ହୋଇ ସୁନ୍ଦରଗଡ କୁ ଯାଇ ଗରିବ ଲୋକମାନଙ୍କୁ ଆଉ ସାଧୁ ସନ୍ଥ ମାନଙ୍କୁ ଖାଇବାକୁ ଦେଉଥିଲା।ଗୋଟେ ଦିନ ଏମିତି ସେ ଖାଦ୍ୟ ନେଇ ଡେରିରେ ପହଞ୍ଚିଲା।ଡେରି ହେବାରୁ ସାଧୁ ସନ୍ଥ ମାନେ ତାକୁ ଡେରି ହେବାର କାରଣ ପଚାରିଲେ।
ତାପରେ ସେ ଝିଅ କହିଲା ମୁ ଆଜି ନଦୀ ପାଖରେ ପହଞ୍ଚିଲା ବେଳକୁ ଡଙ୍ଗା ପାଇଲି ନାହିଁ ସେଥିପାଇଁ ମୋର ଡେରି ହେଲା।ସାଧୁ ଜଣକ ତାକୁ ଭଗବାନଙ୍କ ମହିମା ଜଣେଇ କହିବାକୁ ଲାଗିଲେ ଭଗବାନଙ୍କ ନାମ ନେଇ ସବୁ କିଛି କରିପାରିବ।ତାପରେ ସେ ଝିଅ ସେଠାରୁ ଘରକୁ ଫେରି ଆସିଲା।ସେ ରାତିରେ ଏହା ବିଷୟରେ ବହୁତ ଭାବିଲା। ତା ପରଦିନ ସେ ଠିକ ସମୟର ସାଧୁ ମାନଙ୍କ ପାଖରେ ପହଞ୍ଚିଲା।ସାଧୁ ପଚାରିଲେ ଆଜି କଣ ଡଙ୍ଗା ମିଳିଗଲା।ସେ କହିଲ ଆଜି ବି ଡଙ୍ଗା ନଥିଲା।
ସାଧୁ କହିଲେ ତାହାଲେ ତୁ କେମିତି ଆସିଲୁ।ସରିତା କହିଲା କାଲି ଆପଣ ଯେଉଁ ମହିମା ବିଷୟରେ କହିଥିଲେ ମୁଁ ଠାକୁରଙ୍କ ନାମ ନେଇ ନଦୀ ପାର ହେଇଗଲି।ସାଧୁ ସନ୍ଥ ମାନେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ।ସେ ତାକୁ ସେହି ମହିମା ବିଷୟରେ କହିଥିଲେ କିନ୍ତୁ ଏହାପରେ ମଧ୍ୟ ସେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ପରଦିନ ସାଧୁ ଯମୁନା ନଦୀ ନିକଟକୁ ନିଜେ ଗଲେ।
ଆଉ ଦେଖିଲେ ନଦୀ ତଟରେ କୌଣସି ଡଙ୍ଗା ନାହିଁ।ସରିତା ଭଗବାନଙ୍କ ନାମ ନେଇ ମାଡ଼ି ଉପରେ ଚାଲିବାକୁ ଲାଗିଲା। ଆଉ ସେ ନଦୀ ପାର ହେଇଗଲା।ଏହା ଦେଖି ସାଧୁ ସନ୍ଥ ମାନେ ଆଶ୍ଚର୍ଯ୍ୟ ହୋଇଗଲେ।ସେମାନେ ସରିତାକୁ କହିଲେ ତୁ ବହୁତ ଭାଗ୍ୟବାନ ଆମେ ଏତେ ବର୍ଷ ଭଗବାନଙ୍କୁ ପୂଜା କରି ମଧ୍ୟ ଏମିତି ଚମତ୍କାର ଆମ ସହିତ କେବେ ହେଇନି।
ତେବେ ସେହିଦିନ ଠାରୁ ଭଗବାନ ଙ୍କ ପ୍ରତି ପ୍ରେମ ଓ ଭଲ ପାଇବା ସେହି ଅଂଚଳ ରେ ଆହୁରି ଅଧିକ ବଢି ଯାଇଛି,ଏହା କେବଳ ଭଗବାନ ଙ୍କ ଲୀଳା ଓ ଏହାକୁ ସେ କରୁଛନ୍ତି ବୋଲି ଲୋକମାନେ ଆଜି ମଧ୍ୟ ବିଶ୍ୱାସ କରନ୍ତି ,ତେବେ ଆପଣଙ୍କ ମତାମତ କଣ ନିଶ୍ଚୟ କମେନ୍ଟ କରିବେ ,କିନ୍ତୁ ଏହାକୁ କେବେ କରିବା ପାଇଁ ଦୟାକରି ଚେଷ୍ଟା କରନ୍ତୁ ନାହିଁ