ଦାନ୍ତ କାହିଁକି ହଳଦିଆ ପଡେ?ଡାକ୍ତର କଣ କୁହନ୍ତି ଏ ବିଷୟରେ – କିଭଳି ଦାନ୍ତ କୁ ଚିକଚିକ ଧଳା କରିବେ..

ଅଧିକ ଜୋରରେ ଏବଂ ଅଧିକ ସମୟ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ଅଧିକ ସଫା ଦେଖାଯିବ ଏହା ଏକ ଅତ୍ୟନ୍ତ ଭୁଲ ଧାରଣା।ଏହା କରିବା ଦ୍ୱାରା ଦାନ୍ତ ସଫା ନ ହୋଇ ଅଧିକ ଘୋରିହୋଇଯାଇଥାଏ।ଓ ଏହା ଦ୍ୱାରା ଦାନ୍ତ ସମ୍ବେଦନଶୀଳ ହୋଇଜାଇଥାଏ।ଏଥିପାଇଁ ଦାନ୍ତକୁ ସଫା କରିବାର ଉପାୟ ହଉଛି ଏକ ମୂଲ୍ୟବାନ ଜିନିଷ।ଏହାକୁ କରିବାର ଉପାୟ ହେଉଛି ଆପଣ ବ୍ରସକୁ ୪୫ ଡିଗ୍ରୀରେ ଧରି ବ୍ରସ କରନ୍ତୁ।ଯଦି ଆପଣଙ୍କ ଦାନ୍ତ ଘଷିବା ସମୟରେ ରକ୍ତ ବାହାରିଥାଏ ତେବେ କଣ କରିବା ଉଚିତ।

ଅନେକ ଲୋକଙ୍କ ଏହି ପ୍ରଶ୍ନ ଥାଏଯେ ଦାନ୍ତ ଘଷିବା ସମୟରେ ସେଥିରୁ ରକ୍ତ ପଡିବା ଏକ ସାଧାରଣ କଥା ନା ସାଧାରଣ କଥା ନୁହେଁ।ବାସ୍ତବରେ ଏହା ସାଧାରଣ ନୂହେଁ।ଦାନ୍ତ ମାଢି କେବେହେଲେ ବ୍ରସ କରିବା ସମୟରେ ରକ୍ତ ବାହାରିବା କଥା ନୁହେଁ।ମାଢିରେ ଏକ ପ୍ରକାର ଇଂଫେକ୍ସନ ହୋଇଥିଲେ ଆପଣ ଯଦି କୌଣସି ଶକ୍ତ ଜିନିଷ ଖାଆନ୍ତି ତେବେ ଆପଣଙ୍କ ମାଢ଼ିରୁ ରକ୍ତ ବାହାରି ଥାଏ।ଏଥିପାଇଁ ଆପଣ ଡେଣ୍ଟିଷ୍ଟ ପାଖକୁ ଯାଇ ଚେକ କରାନ୍ତୁ।ଏବେ ଆସନ୍ତୁ ଜାଣିବା ଦାନ୍ତ କାହିଁକି ହଳଦିଆ ପଡେ?

ଏହା ଏକ ଭୁଲ ଧାରଣାଯେ ଦାନ୍ତ ହଳଦିଆ ପଡିବାର ମୁଖ୍ୟ କାରଣ ହେଉଛି ସଫା ଦାନ୍ତ ବା ଧଳା ଦାନ୍ତ ଦ୍ୱାରା ଦାନ୍ତ ସୁନ୍ଦର ରହିଥାଏ।ଯଦି ଦାନ୍ତର ଏନାମେଲ ରଙ୍ଗ ଦ୍ୱାରା ଦାନ୍ତର ପ୍ରାକୃତିକ ରଙ୍ଗ ନିର୍ଭର କରିଥାଏ।ପ୍ରାୟତଃ ଦେଖାଯାଇଥାଏ ଯେଉଁମାନେ ସଫା ବ୍ୟକ୍ତି ଥାନ୍ତି ସେମାନଙ୍କ ଦାନ୍ତ ହଳଦିଆ ଦେଖାଯାଇଥାଏ।କିନ୍ତୁ ଯେଉଁ ମାନଙ୍କ ଚର୍ମର ରଙ୍ଗ ଡାର୍କ ଥାଏ ସେମନଙ୍କ ଏନାମେଲ ବେସି ଥାଏ ଏବଂ ସେଥିପାଇଁ ତାଙ୍କ ଦାନ୍ତ ବେସି ଧଳା ଦେହଯାଏ।ଏହାପରେ ଆସନ୍ତୁ ଜାଣିବା ସ୍କେଲିଙ୍ଗ କରିବା ଦ୍ୱାରା ଦଣ୍ତପାଇଁ ଉପଯୋଗୀ କି ନୁହଁ।

ଅନେକ ଲୋକଙ୍କ ଏହା ପ୍ରଶ୍ନ ଥାଏ ସ୍କେଲିଙ୍ଗ କରିବା ଦ୍ୱାରା ଦାନ୍ତ ହଲିଯାଇଥାଏ କି?ଏହା ସେତେବେଳେ କରାଯାଇଥାଏ ଯେବେ ମାଢିର କୌଣସି ଅସୁବିଧା ଥାଏ କିମ୍ବା ପାଇରିଆ ଥାଏ।ସ୍କେଲିଙ୍ଗ କରିବା ଦ୍ୱାରା କୌଣସି ପରିସ୍ଥିତିରେ ଦାନ୍ତ ହଲି ଥାଏ ଏବଂ ଅନ୍ୟ ଏକ ପରିସ୍ଥିତିରେ ଦାନ୍ତ ହଲି ନଥାଏ।ବର୍ତ୍ତମାନ ସମୟରେ ଅଲ୍ଟ୍ରାସାଉଣ୍ଡ ସ୍କେଲିଙ୍ଗ ବ୍ୟବହାର ହେବା କାରଣରୁ ଦାନ୍ତର ଲେୟର ଛାଡି ନଥାଏ।ଏବେ ଆସନ୍ତୁ ଜାଣିବା ଦାନ୍ତ ଓପାଡିଲେ ଆଖି ଉପରେ କୌଣସି ପ୍ରଭାବ ପଡେ କି ନାହିଁ।ଏହା ମଧ୍ୟ ଅନେକ ଲୋକଙ୍କ ପ୍ରଶ୍ନ ରହିଛି।

ଏହାର ଉତ୍ତର ହେଉଛି ଦାନ୍ତ ଓପାଡିବା ଦ୍ୱାରା ଆଖିରେ କୌଣସି ପ୍ରଭାବ ପଡି ନଥାଏ।ଏହା ଏକ ଭୁଲ ଧାରଣା ଅଟେ।ଏବଂ ସେହିପରି ଭାବରେ ଜ୍ଞାନ ଦାନ୍ତ ଓପାଡିବା ଦ୍ୱାରା ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡି ନଥାଏ।ଏହି ଦାନ୍ତ ମୁଖ୍ୟତଃ ମନୁଷ୍ୟର ୧୮ରୁ ୨୫ ବର୍ଷ ମଧ୍ୟରେ ଉଠିଥାଏ।ଏହି କାରଣରୁ ଏହାକୁ ଜ୍ଞାନ ଦାନ୍ତ କୁହାଯାଇଥାଏ।କିନ୍ତୁ ଏହି ଦାନ୍ତର ମନୁଷ୍ୟର ଜ୍ଞାନ ସହିତ କୌଣସି ସମ୍ବନ୍ଧ ନଥାଏ।

Leave a Reply

Your email address will not be published. Required fields are marked *