ଓଡ଼ିଆ ଭୁ-ତ କାହାଣୀ – ଏଭଳି ଘଟଣା ଯାହା ଶୁଣିଲେ ଆପଣ ମଧ୍ୟ ଡରିଯିବେ – ଏଭଳି ଭୁ-ତ ଥିବା କଥା ଆପଣ କେବେ ଭାବି ନଥିବେ ଆପଣ..

Spread the love

ଆଜିର ଏହି ଆର୍ଟିକିଲରେ ଆମେ ଏକ ଘଟିଥିବା ସତ ଭୁତ ଘଟଣା ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଅସନ୍ତୁ ଏହି କାହାଣୀଟି ବିସ୍ତାର ଭାବରେ ଜାଣିବା।ସେଦିନ ରାତିରେ ଆମେ ଦୁହେଁ ସାଙ୍ଗ ରାଜୁ ଏବଂ ମୁଁ କୋଇଲା ଅନଲୋଡ଼ କରିସାରି ଘରକୁ ଫେରୁଥିଲୁ।ସେତେବେଳେ ରାଜୁ ଗାଡି ଚଳାଉଥିଲେ କାରଣ ମୁଁ ତାକୁ ଟ୍ରକ ଚଳାଇବା ଶିଖାଉଥିଲି।ଏପରି ଦେଖିବାକୁ ଗଲେ ରାଜୁ ପ୍ରାୟତଃ ଭଲ ଭାବରେ ଟ୍ରକ ଚଳାଇବା ଶିଖି ସାରିଥିଲା।କିନ୍ତୁ ତଥାପି ତାର ଆଉ କିଛି କିଛି ଭୁଲ ରହିଯାଉଥାଏ।

ଜାହାକୁ ଲଗାତାର ଗାଡି ଚଳାଇବା ଦ୍ୱାରା ସୁଧାର ଯାଇପାରିବ।ରାଜୁ ଏବେବି ଟ୍ରକକୁ ଧୀରେ ଧୀରେ ଡରି ଡରି ଚଲାଉଥାଏ।କିନ୍ତୁ ରାସ୍ତା ପୁରାପୁରି ଫାଙ୍କା ଥାଏ।ମୁଁ ଏହା ଦେଖି କହିଲି ରାଜୁ ଟ୍ରକର ସ୍ପୀଡ଼ ବଢାଅ।ଏହା କହିବା ମାତ୍ରେ ସେ ସ୍ପୀଡ଼ ବଢାଇବା ଜାଗାରେ ବ୍ରେକ ମାରିଦେଲା।ଏହାପରେ ଟ୍ରକ ବନ୍ଦ ହୋଇଗଲା ଏବଂ ମୁ ରାଜୁଙ୍କୁ ପାଟି କରି କହିଲି ମୁଁ ଟ୍ରକ ଅଟକେଇବା ପାଇଁ ନୁହଁ ସ୍ପୀଡ଼ ବଢାଇବାକୁ କହିଥିଲି।

ଏହାପରେ ରାଜୁ କହିଲା ହଁ ହଁ ମୁ ତମ କଥା ଶୁଣିଲି କିନ୍ତୁ ରାସ୍ତା ମଝିରେ ଯେଉଁ ଛୋଟ ଛୁଆ ଠିଆ ହୋଇଛି ତାକୁ କିଏ ବୁଝାଇବ।ଏହା ଶୁଣିବାପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି।ଯେତେବେଳେ ସାମ୍ନାକୁ ଦେଖେ କେହି ବି ନାହାନ୍ତି।ମୁଁ ରାଜୁ କୁ କହିଲି ଏହି କଥା।ସେ କହିଲ ମତେ ତ ଭଲରେ ଦେଖା ଯାଉଚି।ଏହାପରେ ରାଜୁ ତିନି ଚାରି ଥର ହର୍ଣ୍ଣ ମାରିବା ପରେ ଟ୍ରକ ଷ୍ଟାର୍ଟ କଲା।ଏହାପରେ କିଛି ବାଟ ଗଲା ପରେ ପୁଣି ରାଜୁ ଟ୍ରକ ବନ୍ଦ କଲା।

ମୁଁ ପଚାରିଲି କଣ ହେଲା ସେ କହିଲା ପୁଣି ଥରେ ଏକ ଛୋଟ ଛୁଆ ସମ୍ନାକୁ ଅସିଛି।ମୁଁ ଆଶ୍ଚର୍ଯ୍ୟ ହୋଇଗଲି।ଏହାପରେ ରାଜୁ ଟ୍ରକ ରୁ ତଳକୁ ଓହ୍ଲାଇ ସମ୍ନାକୁ ଯାଇ କାହାକୁ ରାଗ ତମ ତମରେ କିଛି କହିବାକୁ ଲାଗିଲା।ମତେ ଆଉ କେହି ଦେଖାଯାଉନଥିଲେ।ତେଣୁ ମତେ ଚିନ୍ତା କରିବାକୁ ପଡୁଥାଏ।ଏହାପରେ ରାଜୁ ଆସିଲା ଏବଂ ମୁଁ ତାକୁ କହିଲି ଏବେ ମୁଁ ଟ୍ରକ ଚଳାଉଛି କାରଣ ମତେ ଏହା ଠିକ ଲାଗୁ ନଥିଲା ଯେ ରାଜୁ ଟ୍ରକ ଚଳାଉ।

ମୁଁ କିଛି ସମୟ ଟ୍ରକ ଚଳାଇବା ପରେ ହଠାତ ବ୍ରେକ ମାରିଦେଲି।ରାଜୁ ପଚାରିଲା କଣ ହେଲା।ମୁଁ କହିଲି ଛୋଟ ଛୁଆଟେ ଟ୍ରକ ତଳେ ପଶିଗଲା।ରାଜୁ ଟ୍ରକରୁ ଓଲ୍ହାଇ ଦେଖିଲା କିଛି ନାହିଁ।ମୁଁ ଭୟଭୀତ ହୋଇଗଲି।କିନ୍ତୁ ମୁଁ ଛୁଆଟିକୁ ଦେଖିଥିଲି।ଏବଂ କର୍ତ୍ତବ୍ୟ ଦୃଷ୍ଟିରୁ ଟ୍ରକ ତଳକୁ ଯାଇ ଦେଖିଲି।ମୁଁ ଦେଖିଲି ସେଠାରେ କେହି ନଥିଲେ।ମୁଁ ଟ୍ରକରେ ଚଢ଼ିବାକୁ ଯାଉଥିଲି ମତେ ରାସ୍ତାର ଆର ପାଖରେ ଛୋଟ ଛୁଆଟି ଆଉ ଥରେ ଦେଖା ଗଲା।ତାର ଶରୀର ରକ୍ତାକ୍ତ ହୋଇଯାଇଥିଲା।

ମୁଁ ଭାବିଲି ମତେ ସେହି ପିଲାକୁ ସାହାଯ୍ୟ କରିବାକୁ ପଡିବ।ମୁଁ ତାକୁ ଡାକିଲି।ଏହାପରେ ସେ ଦୌଡ଼ି ଲାଗିଲା।ଏବଂ ମୁ ମଧ୍ୟ ତା ପଛରେ ଦୌଡ଼ିବାକୁ ଲାଗିଲି।ଏହା ମଧ୍ୟରେ ଏକ ଜାଗାରେ ମୋ ପାଦ ମୋଡିହୋଇଗଲା ଏବଂ ମୁଁ ପଡ଼ିଗଲି।ମୁଁ ମୁଣ୍ଡ ଉଠାଇ ଦେଖିଲି ଠିକ ମୋ ସାମ୍ନାରେ ସେହି ଛୋଟିଆ ଛୁଆଟି ବସିଥିଲା।ହଠାତ ମତେ ଏପରି ଲାଗିଲା ଯେପରି କିଏ ଜଣେ ମୋ ପଛ ପାଖରେ ଠିଆ ହୋଇଛନ୍ତି।

ମୁଁ ଦେଖିଲି ଏକ ସ୍ତ୍ରୀ ଲୋକ ଯିଏକି ପବନରେ ଝୁଲୁଚି ଏବଂ ମୋ ଆଡ଼କୁ ବଡ଼ ବଡ଼ ଆଖି କରି ଦେଖିବାରେ ଲାଗିଛି।ସେତେବେଳକୁ ମୁଁ ଭୟରେ ଛାନିଆ।ମୁଁ ସେଠାରୁ ଦୌଡିଯିବା ପାଇଁ ଚେଷ୍ଟା କଲା ବେଳକୁ ସେହି ଡାହାଣୀଟି ମୋ ଗୋଡ଼ ଦୁଇଟା ଧରି ଘୋଷଡି ଆଣିଲା।ଓ ରାସ୍ତାରେ ଫୋପାଡି ଦେଲା।ମୋ ଶରୀର ସେହି ଛୁଆର ଶରୀର ପରି ହୋଇଯାଇଥିଲା।

ଏହାପରେ ରାଜୁ ମୋ ପାଖକୁ ଦୌଡ଼ି କରି ଆସିବାର ଦେଖିଲି।ସେ ମୋର ଏହି ଅବସ୍ଥା ଦେଖି ମତେ ନେଇ ଟ୍ରକରେ ବସାଇ ଦେଲା ଏବଂ ସଂଗେ ସଂଗେ ମେଡିକାଲରେ ଭର୍ତ୍ତି କଲା।ରାଜୁ ଏହି କଥା ଯେତେବେଳେ ଅନ୍ୟକୁ କହିଲା ସେମାନେ ମଧ୍ୟ କହିଲେ ସେ ଛୁଆକୁ ଅନେକ ଲୋକ ଦେଖିଛନ୍ତି ଏବଂ ଏଥିପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି।

Leave a Reply

Your email address will not be published. Required fields are marked *