କଣ ଆପଣଙ୍କ କିମ୍ବା ଆପଣଙ୍କ ପିଲାଙ୍କ ଦାନ୍ତ ପୋକ ଖାଇଛି କି ? ତେବେ ଏହି କଥା ଗୁଡିକ ଜାଣିରଖନ୍ତୁ ଆପଣଙ୍କ ଦାନ୍ତ ଆଉ କେବେ ପୋକ ଖାଇବ ନାହିଁ..

Spread the love

ତେବେ ଆମ ଦାନ୍ତରେ ଅନେକ ଛୋଟ ଛୋଟ ଚିଦ୍ର ଥାଏ ଯାହାକୁ ଆମେ ଦେଖି ପାରୀ ନଥାଉ।ତେବେ ଏହି ଛିଦ୍ରରେ ଯେତେବେଳେ ଆମେ ଖାଉଥିବା ଖାଦ୍ୟ ଲାଗି ରହି ଯାଇଥାଏ।ସେତେବେଳେ ଏହି ଖାଦ୍ୟ କିଛି ଜୀବାଣୁ ମାନଙ୍କ ଦ୍ଵାରା ନଷ୍ଟ ହେବାକୁ ଲାଗିଥାଏ।ଫଳରେ ଏଥିରୁ ଲାକଟିକ ଏସିଡ ବାହାରିଥାଏ।ଯାହା ଆମ ଦାନ୍ତ ପାଇଁ ଅଧିକ କ୍ଷତିକାରକ ହୋଇପାରେ ଓ ଏହା ଆମ ଦାନ୍ତକୁ ନଷ୍ଟ କରିବାରେ ବିନିଯୋଗ ହୋଇଥାଏ।

ସେଥିପାଇଁ ଆମକୁ ପ୍ରଥମେ ନିଜର ଦାନ୍ତରେ କୌଣସି ଖାଦ୍ୟକୁ ଲାଗି ରହିବାକୁ ଦେବା ନାହିଁ।ଖାଦ୍ୟ ଖାଇବା ପରେ ଭଲଭାବରେ ପାଟିକୁ ଧୋଇବା ଆବଶ୍ୟକ।ଏହା ସହିତ ଖାଦ୍ୟ ଖାଇବା ପରେ ଯେପରି ଦାନ୍ତରେ କିଛି ଯେପରି ନ ଲାଗିଥାଏ ଏହାର ଧ୍ୟାନ ରଖିବା ଆବଶ୍ୟକ।ସାଧାରଣତଃ ଛୋଟ ଛୁଆ ମାନେ ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି।

ଏହା ସହିତ ଛୋଟ ପିଲାମାନେ ଭଲ ଭାବରେ ନିଜର ପାଟିକୁ ଧୁଅନ୍ତି ନାହିଁ।ସେମାନେ କୌଣସି ଖାଦ୍ୟ ଖାଇବା ପରେ ନିଜର ପାଟିକୁ ଧୋଇବାକୁ ଭୁଲି ଯାଇଥାନ୍ତି।ସେଥିପାଇଁ ସେମାନଙ୍କର ଦାନ୍ତରେ ଅଧିକ ସମସ୍ୟା ଦେଖା ଯାଇଥାଏ।ତେବେ ଦାନ୍ତ ମସ୍ତ ହେବାର ପ୍ରଥମ ଚିହ୍ନ ଏହାର ରଙ୍ଗ ପରିବର୍ତ୍ତନରୁ ମିଳିଥାଏ।ଯେପରିକି ଯଦି ଦାନ୍ତର ରଙ୍ଗ ଅଚାନକ ବଦଳିବାକୁ ଲାଗେ ତେବେ ନିଜେ ସତର୍କ ହେବା ଆବଶ୍ୟକ କି ଏହା ଦାନ୍ତ ନଷ୍ଟ ହେବାର ସୂଚନା ଦେଉଛି।

ଏହି ଅବସ୍ଥା ପରେ ଦାନ୍ତର ନଷ୍ଟ ହେବାର ଦିତୀୟ ଅବସ୍ଥା ହେଉଛି ଆମେ ଯଦି କିଛି ଥଣ୍ଡା ବା ଗରମ ଖାଇ ଥାଉ ତେବେ ଆମ ଦାନ୍ତରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ।ଏହା ସହିତ ଦାନ୍ତ କ୍ଷୟ ହେବା ଆରମ୍ଭ ହୋଇଥାଏ ସେଥିପାଇଁ ଦାନ୍ତର ନଷ୍ଟ ହେବାର ପ୍ରଥମ ଅବସ୍ଥାରୁ ହିଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।ତେବେ ଦାନ୍ତର ଉପଯୁକ୍ତ ଯତ୍ନ ନେବା ପାଇଁ ପ୍ରଥମ ଉପାୟ ହେଉଛି ଦାନ୍ତକୁ ଭଲଭାବରେ ସଫା ରଖିବା।

ତେବେ ଦାନ୍ତର ମୂଳରେ ବିଭିନ୍ନ ପ୍ରକାରର ଖାଦ୍ୟ ଲାଗି ରହିଥାଏ ଯାହା ଫଳରେ ଆମ ଦାନ୍ତ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ।ସେଥିପାଇଁ ଦାନ୍ତକୁ ବଞ୍ଚାଇବା ପାଇଁ ପ୍ରଥମ ଉପାୟ ହେଉଛି ଦାନ୍ତକୁ ଭଲ ଭାବରେ ସଫା କରିବା।ଆମେ ପ୍ରତିଦିନ ସକାଳୁ ଉଠି ଦାନ୍ତ ଘଷିଥାଉ।ତେବେ ଧ୍ୟାନ ରଖିବା ଆବଶ୍ୟକ ଯେପରି ଆମେ ପ୍ରତିଦିନ ଦାନ୍ତକୁ ଭଲ ଭାବରେ ଘଷିବା ଆବଶ୍ୟକ।

ଅନେକ ଛୋଟ ପିଲାମାନେ ନିଜର ଦାନ୍ତକୁ ଭଲଭାବରେ ସଫା କରନ୍ତି ନାହିଁ ଫଳରେ ସେମାନଙ୍କର ଦାନ୍ତ କମ ବୟସରୁ ଖରାପ ହେବାକୁ ଲାଗେ।ସେଥିପାଇଁ ସେମାନେ ସତର୍କ ହେବା ଆବଶ୍ୟକ।ଏହା ସହିତ ସେମାନଙ୍କର ପିତା ଓ ମାତାଙ୍କୁ ସେମାନଙ୍କର ଦାନ୍ତର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ।ଯାହା ଫଳରେ ସେମାନେ ନିଜର ଦାନ୍ତକୁ ଠିକ ରଖି ପାରିବେ।

ତେବେ ଆମେ ଆମ ଦୈନଦିନ ଜୀବନରେ ବ୍ୟବହାର କରୁଥିବା ଲବଙ୍ଗ ଆମ ଦାନ୍ତର ଯତ୍ନ ପାଇଁ ଏକ ପ୍ରଧାନ ଉପଚାର।ଆମେ ଲବଙ୍ଗର ତେଲକୁ ଆମ ଦାନ୍ତର ରକ୍ଷା ପାଇଁ ବ୍ୟବହାର କରି ପାରିବା।ଏହାକୁ ଦାନ୍ତ ଉପରେ ଲଗାଇବା ଫଳରେ ଏହା ଆମ ଦାନ୍ତକୁ ନଷ୍ଟ ହେବାକୁ ଦିଏ ନାହିଁ।

Leave a Reply

Your email address will not be published. Required fields are marked *