ଜୁଲାଇ ୧୫ ତାରିଖରେ ହେବ ଭୟଙ୍କର ଓଡ଼ିଶା ବନ୍ଦ – ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ଏ ବିଷୟରେ ଓ କେତେ ସମୟ ଓଡିଶା ବନ୍ଦ ରହିବ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଏବେ ଏବେ ଆସିଲା ବଡ ଖବର।ଆସନ୍ତା ୧୫ ତାରିଖରେ ହେବାକୁ ଯାଉଛି ଓଡ଼ିଶା ବନ୍ଦ।ରାଜ୍ୟରେ ଜୁଲାଇ ୧୫ ତାରିଖରେ ହେବାକୁ ଯାଉଛି ଏହି ଘଟଣା।ଏହାର କାରଣ ହେଉଛି କି ରାଜ୍ୟରେ ବଢୁଥିବା ପେଟ୍ରୋଲ ଓ ଡିଜେଲର ଦର ପାଇଁ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଏହି ଦିନରେ କଣ ସବୁ ବନ୍ଦ ରହିବ ଓ କଣ ସବୁ ଖୋଲା ରହିବ।ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ବୁଧବାର ଦିନ କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ବାମ ଦଳ ମଧ୍ୟ ଏଥିପାଇଁ ପଡିଆକୁ ଓହ୍ଲାଇବ।

ପେଟ୍ରୋଲ ଓ ଡିଜେଲ ଓ ଏହା ସହିତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମାନଙ୍କରେ ଦର ବୃଦ୍ଧିକୁ ନେଇ ବାମଦଳ ପକ୍ଷରୁ ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।ଜୁଲାଇ ପନ୍ଦରରେ ୬ ଘଣ୍ଟିଆ ବନ୍ଦ ପାଳନ କରିବ ବାମଦଳ।ସକାଳ ଛଅଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ।କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ,ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ବଢାଇଥିବା ଟିକସ ହ୍ରାସ କରିବାକୁ ଦାବି କରିବେ।

ଏହାସହିତ ଏଭଳି ପରିସ୍ଥିତିରେ କଳା ବଜାରି କରୁଥିବା ବ୍ୟବସାୟୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି ହେବ।ପରିବାର ମୁଣ୍ଡ ପିଛା ୧୦ କିଲୋଗ୍ରାମ ଚାଉଳ ଅଥବା ଗହମ ଓ ଅନ୍ୟାନ୍ୟ ଦାବି ପାଇଁ ଏହି ବନ୍ଦ ଡାକରା ଦେଇଛି ବାମଦଳ।

ସେପଟେ ବାମଦଳ ନେତା ମାନଙ୍କର ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ ଦଳ।ଏହି ବନ୍ଦକୁ ସମର୍ଥନ କରୁଥିଲେ ସୁଧା ଏଥିପାଇଁ ରାସ୍ତାରୋକ କରାଯିବ ନାହିଁ।ଏକଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।

ତେବେ ୧୫ ତାରିଖ ଦିନ ଜନସାଧାରଣ ପେଟ୍ରୋଲ,ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପାଇଁ ପ୍ରତିବାଦ କରିବାକୁ ଡାକରା ଦେଇଛି ପ୍ରଦେଶ କଂଗ୍ରେସ କମିଟି।ସେପଟେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଏହି ବନ୍ଦ ଡାକରାକୁ ସେ ପୁରା ସମର୍ଥନ ଜଣାଇଛନ୍ତି।

ଆସନ୍ତା ୧୫ ତାରିଖ ଦିନ କୌଣସି ରାସ୍ତାରୋକ କରାଯିବ ନାହିଁ ବୋଲି ନିଜେ ସ୍ପଷ୍ଟ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।ଅପରପକ୍ଷେ ସାଧାରଣ ଜନତା ମଧ୍ୟ ଏହାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଜଣାଇଛନ୍ତି।କାରଣ ତେଲ ଦର ଏବେ ଆକାଶ ଛୁଆଁ ହୋଇଗଲାଣି।

ଏହା ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମାନଙ୍କ ଉପରେ ମଧ୍ୟ ସରକାର ଅତ୍ୟଧିକ ଟିକସ ଲଗାଉଛନ୍ତି।ଏହାକୁ ବିରୋଧ କରି ବାମଦଳ ସହିତ କଂଗ୍ରେସ ଦଳ ଜୁଲାଇ ୧୫ ତାରିଖରେ ଏକ ବନ୍ଦ ଡାକରା କରିଛନ୍ତି।

Leave a Reply

Your email address will not be published. Required fields are marked *