୧.୫ Lakhs ଦରମାରୁ ୫୦ ହଜାର ତପସ୍ୱିନୀଙ୍କୁ ଦେବେ ସୁମିତ,କାହିଁକି ଏତେ ବଡ କଥା କହିଦେଲେ ତପସ୍ୱିନୀ ଙ୍କ ଓକିଲ..ଦେଖନ୍ତୁ Video

Spread the love

ସୁମିତଙ୍କ ଓକିଲ ଯିଏ ଆସିଥିଲେ ସେ କୋର୍ଟର ୨ ତାରିଖ ଅର୍ଡରକୁ ଚ୍ୟାଲେଞ୍ଜ କରିଥିଲେ।ଆମେ ୨୦ ତାରିଖ ଅର୍ଡରକୁ ଚ୍ୟାଲେଞ୍ଜ କରି ଆମେ ଅପିଲ କରିଥିଲୁ।ଆଜି ଉଭୟ ପକ୍ଷ ଉଭୟ ପକ୍ଷଙ୍କ ଅପିଲକୁ କ୍ଳବ କରି କୋର୍ଟରେ ଶୁଣାଣି ହୋଇଥିଲ।ଯେହେତୁ ୨ ତାରିଖରେ ମାନ୍ୟବର କୋର୍ଟ ଅର୍ଡର ଦେଇଥିଲେ କି ଆସ୍କା ପୋଲିସ ନେଇ ତାଙ୍କୁ ରଖିବ।

କିନ୍ତୁ ଆଜି ବିଚାର ବେଳେ ମାନ୍ୟବର ଜଜ ଜାଣିବାକୁ ଚାହିଁଲେ କି ୨ରୁ ୮ ତାରିଖ ପର୍ଯ୍ୟନ୍ତ ସେ କେଉଁଠି ଥିଲେ।ସେତେବେଳେ ସେ ଗୋଲାଇବା ପାଇଁ ଚେଷ୍ଟା କରିଥିଲେ।କିନ୍ତୁ ଆମେ ତା ବିପକ୍ଷରେ ପିଟିସନ ପଢ଼ିଥିଲୁ।ଯାହା କି ଆଇଆଇସି ଓ ପ୍ରୋଟେକସନ ଅଫିସର ଙ୍କ ରିପୋର୍ଟ ଅଛି।ସେ ତାଙ୍କ ରିପୋର୍ଟରେ ଲେଖିଥିଲେ କି ସୁଟ ନମ୍ୱର ୫ ରେ ସୁଗର ଫ୍ୟାକ୍ଟ୍ରି ଗେଷ୍ଟ ହାଉସରେ ଦୁଇ ଜଣ ଯାକ ଥିଲେ।

କେତେବେଳେ ବି ତପସ୍ୱିନୀ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ କିଛି କହି ନାହାନ୍ତି।ଏହା ସହ ସେ କହିଛନ୍ତି କି ସ୍ବାମୀଙ୍କର ଆଚରଣ ବିଚରଣ ସବୁ ଭଲ ଥିଲା।ଏହା ସହ ଆଇଆଇସି ମଧ୍ୟ ଫିଲ କରିଥିଲେ କି ଉଭୟଙ୍କ ମଧ୍ୟରେ ଖୁସିବାସ ଉନ୍ନତି କରିଥିଲା।ଯେତେବେଳେ ୯ ତାରିଖ ଦିନ ଅର୍ଡର ହେଲା କି ଯେ ସୁମିତ ଗୋଟିଏ ଅଲଗା ଘର ନେଇ ତପସ୍ୱିନୀଙ୍କୁ ରଖିବେ

ତା ପରେ ସେ ଯେତେବେଳେ ଚାଲିଗଲେ।ସେତେବେଳେ ଘର ଖୋଜା ବି ଚାଲିଥିଲା।ସେତେବେଳେ ଆସ୍କା ଆଇଆଇସି ଗୋଟିଏ ରିପୋର୍ଟ ଦେଇଛନ୍ତି ଓ ସେ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ସେମାନେ ୨୬ କି ୨୭ଟି ଘର ଦେଖିଥିଲେ।ସେଥିରୁ ୭ଟି ଘର ସେମାନେ ବାଛି ଥିଲେ।କିନ୍ତୁ ସୁମିତ ଯେଉଁ ଘରକୁ ତପସ୍ୱିନୀ ରାଜି ହେଇଥିଲେ

ତାହାକୁ ମନା କରି ଦେଉଥିଲେ।ଏହା ସେ କୋର୍ଟକୁ ଜଣାଇଛନ୍ତି।ତେଣୁ ଏଥିରେ ଆପଣ ଜାଣି ପାରିବେ କିଏ ରାଜି ଓ କିଏ ଅରାଜି।ଯେତେବେଳେ ତପସ୍ୱିନୀ ଚେଷ୍ଟା କରିଛନ୍ତି ତାଙ୍କ ସ୍ବାମୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି।ତା ପରେ କଣ ହୋଇଛି ଆମେ ଜାଣି ନାହୁଁ।କେବଳ ୨୦ ତାରିଖ ଦିନ କୋର୍ଟ ଆମ ଅର୍ଡରକୁ ଖାରଜ କଲେ।

ଯେହେତୁ ଆମେ ତାଙ୍କୁ ଅର୍ଡର କରିଛୁ ଆମେ ଜିଲ୍ଲା ଜଜ କୋର୍ଟରେ ଅପିଲ କରିଛୁ ଯେ ଆମକୁ ସୁମିତ ଯେଉଁ ଘରେ ରହୁଛନ୍ତି ସେହି ଘରେ ମଧ୍ୟ ଆମକୁ ରଖାଯାଉ।ଏହା ସହ ଆମକୁ ଚଳିବା ପାଇଁ ପଇସା ଦିଆ ଯାଉ।ଦୁଇଟି ଯାଙ୍କର ଶୁଣାଣି ହେଲା।ତାର ବିଭିନ୍ନ ନଜିର ମଧ୍ୟ ଆମେ ଦେଲୁ।ସୁପ୍ରିମ କୋର୍ଟର ନଜିର ଅଛି କି ଜଣେ ସ୍ବାମୀ ତା ସ୍ତ୍ରୀ କୁ ଘରୁ ବାହାର କରି ପାରିବ ନାହିଁ।୧.୫ ଲକ୍ଷ ଦରମାରୁ ୫୦ ହଜାର ତପସ୍ୱିନୀଙ୍କୁ ଦେବେ ସୁମିତ ବୋଲି କହିଛନ୍ତି ତପସ୍ୱିନୀ ଙ୍କ ଓକିଲ

Leave a Reply

Your email address will not be published. Required fields are marked *