ସତ ହେଲା ମାଲିକା ବଚନ – ଏହି ଜାଗାରେ ପାହାଡ଼ରେ ଫୁଟିଲା ପଦ୍ମ – ଦେଖନ୍ତୁ କଣ ହେବ ଆଗକୁ ମାଳିକା ହିସାବରେ..

Spread the love

ଏହି ଆର୍ଟିକିଲରେ ଆମେ ଏକ ବିଶେଷ ସ୍ଥାନ ବିଷୟରେ ଜାଣିବା।ଏହି ସ୍ଥାନରେ ଆପଣ ଈଶ୍ୱରୀକତା ଏବଂ ଆଧ୍ୟାତ୍ମିକତା ଓ ଏହା ସହିତ ଅଲୋକୀକତାର ଆଭାସ କରିପାରିବେ।ଏହା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ ବିଷୟରେ।ଏହି ପର୍ବତ ଉପରେ।ଏହି ପାହାଡ଼ ଗଞ୍ଜାମ ଜିଲ୍ଲାର ଚମ୍ପେଇତପୁର ଗ୍ରାମ ନିକଟସ୍ଥ ପର୍ବତ ଶିଖର ଅଟେ।ସେହି ପର୍ବତ ମାଳାର ପାହାଡ଼ ଉପରେ ଦୁଇଟି ଗୁମ୍ଫା ରହିଛି।ଏବଂ ଏହି ଗୁମ୍ଫା ଦେହରେ ବଡ଼ ବଡ଼ ପଥର ଉପରେ ବାବା ଭୋଳାନାଥ, ପ୍ରଭୁ ଜଗନ୍ନାଥ, କଇଁଛ, ଭୋଳନାଥଙ୍କ ପଦ ଚିହ୍ନ ଏବଂ ପର୍ବତ ଶିଖରରେ ପଦ୍ମ ମଧ୍ୟ ଫୁଟିଥିବାର ଦେଖିବାକୁ ମିଳିଛି।ଏହି ଦୃଶ୍ୟ ଦେଖିଲେ ମନେପଡେ ମହାପୁରୁଷ ଅଚ୍ୟୁତଙ୍କର ମାଳିକାର ଏକ ଲେଖା।

ପର୍ବତ ଶିଖରେ ଫୁଟିଲା କଇଁ ମସ୍ତକେ ମୋହର ଲଗାଇ ଦିଅ ହେ ସାଇଁ।ଏହି ପାହାଡ଼ର ପଥରରେ ରହିଛି ଦୈବୀ ଚିହ୍ନ।ଓ ଏହା ସହିତ ଦୈବୀ କୁଣ୍ଡ।ଏହି କୁଣ୍ଡ ମାନଙ୍କ ମଧ୍ୟରୁ ଗୋଟିଏ କୁଣ୍ଡରେ ଫୁଟିଛି କଇଁ ଫୁଲ।ବର୍ଷ ତମାମ ଏହି କୁଣ୍ଡରେ ପାଣି ଭରିରହେ।ଏହି ପର୍ବତରେ ରହିଛି ପାଦ ଚିହ୍ନ।ବାବାଙ୍କ ହିସାବରେ ଏହି ପଦ ଚିହ୍ନ ଭଗବାନ ଶିବଙ୍କ ପାଦ ଚିହ୍ନ ଅଟେ।ଯାହା ପାହାଡ଼ର ଅନେକ ଜାଗାରେ ଦେଖିବାକୁ ମିଳେ।

ବାବା କୁହନ୍ତି ପାହାଡ଼ର ଏହି ପଥରକୁ ଭାଙ୍ଗିବାକୁ ଆସିଥିଲେ ଜଣେ ପଥୁରିଆ।ହେଲେ ତାହାର ଦୁଇଜଣ ସନ୍ତାନଙ୍କ ମୃତ୍ୟୁ ପରେ ସେ ଜାଗା ଛାଡି ଚାଲିଗଲେ।ଦୁର୍ଗମ ପାହାଡ଼ରେ ଈଶ୍ୱରଙ୍କ ଦର୍ଶନ ପାଇଛନ୍ତି କାଳିଆ ବାବା।ପାହାଡ଼ରେ ରହିଛି ଦୁଇଟୁ ଗୁମ୍ଫା।ଜମ୍ବେଶ୍ୱର ଗୁମ୍ଫା ଏବଂ ଭବାନୀ ଶଙ୍କର ଗୁମ୍ଫା।ଆଜିଠାରୁ ପ୍ରାୟ ୧୦ ବର୍ଷ ତଳେ ସ୍ୱପ୍ନରେ ବାବାଙ୍କୁ ଏହି ସ୍ଥାନର ଦର୍ଶନ ମିଳିଥିଲା।ଓ କାଳିଆ ବାବା ଛୁଟି ଆସିଥିଲେ ଏହି ଜାଗାକୁ।

ବାବାଙ୍କ କହିବା ଅନୁସାରେ ସେ ସ୍ୱପ୍ନରେ ଏହି ଜାଗା ବିଷୟରେ ଦେଖି ଆସିଥିଲେ ଏବଂ ଏବେ ଦଶ ବର୍ଷ ହେବ ଏହି ସ୍ଥାନରେ ଅଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ସେ ଗ୍ରାମବାସିଙ୍କ ସାହାଯ୍ୟ ପାଉ ନାହାଁନ୍ତି।ବାବା ଏହି ପାହାଡ଼ ଉପରେ ପାଞ୍ଚଟି କୁଣ୍ଡରୁ ତିନୋଟି କୁଣ୍ଡର ସନ୍ଧାନ ପାଇସାରିଛନ୍ତି।ଆଉ ସେ କୁହନ୍ତି ଯଦି ଈଶ୍ୱରଙ୍କ ପ୍ରେରଣା ରୁହେ ତେବେ ଆଉ ଦୁଇଟି କୁଣ୍ଡ ନିଶ୍ଚିତ ସେ ସନ୍ଧାନ ପାଇପାରିବେ।ବାବା ଗଣ ମାଧ୍ୟମଙ୍କୁ ଏହି ସ୍ଥାନର ସୁଧାର ଏବଂ ରକ୍ଷଣା ବେକ୍ଷଣା ପାଇଁ ଗାଣ ମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି କାଳିଆ ବାବା।ସଂସାରର ମୋହ ମାୟା ଛାଡି ଏହି କାଳିଆ ବାବା ଏହି ପାହାଡ଼କୁ ନିଜ ବାସ ସ୍ଥାନ ରୂପେ ତିଆରି କରିଛନ୍ତି।ଏହି ଗୁମ୍ଫା ମଧ୍ୟରେ ଧ୍ୟାନ ରତ ହୋଇ ନିଜ ଭିତରେ ଥିବା ଅଦୃଶ୍ୟ ସତାକୁ ସେ ଖୋଜୁଛନ୍ତି।ଓ ଏହା ସହିତ ସମସ୍ତ ମାନବଜାତି ସହିତ ଏହି ସ୍ଥାନ ଏବଂ ଏହି ସ୍ଥାନର ଦୈବିତ୍ୱକୁ ବାଣ୍ଟିବାପାଇଁ ଇଚ୍ଛା ରଖିଛନ୍ତି।

Leave a Reply

Your email address will not be published. Required fields are marked *