ହେ ଭଗବାନ ଆପଣ ଯାହାକୁ ଛୋଟ ମୋଟ ହିରୋଇନ ଭାବୁଥିଲେ ସେ ହେଉଛନ୍ତି ସ୍ନିଗ୍ଧା ମହାନ୍ତିଙ୍କ ନିଜ ଝିଅ – ଦେଖନ୍ତୁ କିଏ ସେ ହିରୋଇନ ଅଟନ୍ତି..

Spread the love

ବନ୍ଧୁମାନେ ଆପଣମାନେ ସ୍ନିଗ୍ଧା ମହାନ୍ତିଙ୍କୁ ତ ସମସ୍ତେ ଜାଣିଥିବେ।ଓଡ଼ିଆ ସିନେମା ଜଗତର ସେ ଏକ ବହୁତ ବଡ଼ କଳାକାର ଅଟନ୍ତି।ସେ ନିଜର ଅଭିନୟ ଦ୍ଵାରା ପୁରା ଓଡ଼ିଶାର ଦର୍ଶକଙ୍କ ମନକୁ କିଣି ପାରିଛନ୍ତି।ତେବେ ତାଙ୍କର ନକରାତ୍ମକ ଭୂମିକାରେ ଅଭିନୟକୁ ଲୋକ ବହୁତ ପସନ୍ଦ କରନ୍ତି।ତେବେ ଆପଣ କେବେ ତାଙ୍କ ପରିବାର ଓ ଅନ୍ୟ ସବୁ ରୁଚି, ଶିକ୍ଷା ଏହି ସବୁ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି କି।ତେବେ ଆଜି ଆମେ ଏଠାରେ ତାଙ୍କର ଏହି ସବୁ ସିନେମା ପଛର ଜୀବନ ବିଷୟରେ କହିବାକୁ ଯାଉଛୁ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ, ଯାହା ଦ୍ଵାରା କି ଆପଣ ଆମ ସମସ୍ତଙ୍କର ପ୍ରିୟ ସ୍ନିଗ୍ଧା ମହାନ୍ତିଙ୍କର ବିଷୟରେ ବହୁତ କିଛି ଜାଣିବାକୁ ପାଇବେ।

ତେବେ ଆପଣମାନଙ୍କ ଭିତରୁ ଅନେକ ଲୋକ ଜାଣି ନଥିବେ କି ସ୍ନିଗ୍ଧାଙ୍କର ଅସଲି ପୁରା ନାମ ହେଉଛି ସ୍ନିଗ୍ଧା ବୋସ ମହାନ୍ତି।ତାଙ୍କର ଜନ୍ମ ୯ ଡିସେମ୍ବରରେ ହେଇଥିଲା।ତେବେ ସ୍ନିଗ୍ଧା ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ।ତେବେ ଆଜି ଯାଏଁ ମଧ୍ୟ ସେ ନିଜ ଜନ୍ମ ଭୂମି ଓଡ଼ିଶାକୁ ଛାଡ଼ି ଯାଇ ନାହାନ୍ତି।

ତେବେ ସ୍ନିଗ୍ଧାଙ୍କ ପରିବାରରେ ତାଙ୍କ ଝିଅ ଓ ତାଙ୍କ ସ୍ଵାମୀ ରହୁଛନ୍ତି।ତେବେ ତାଙ୍କ ଝିଅର ନାମ ହେଉଛି ସମ୍ଭାବନା ମହାନ୍ତି।ସମ୍ଭାବନାଙ୍କୁ ଆପଣ ଭଲ ଭାବରେ ଜାଣିଥିବେ କାରଣ ସମ୍ଭାବନା ଓଡ଼ିଆ ସିନେମା ଜଗତର ଏକ ବହୁତ ଭଲ ଅଭିନେତ୍ରୀ ହେବା ସହ ଜଣେ ବହୁତ ଭଲ ଗାୟିକା ମଧ୍ୟ।ସମ୍ଭାବନା ଏବେ ଓଡ଼ିଆ ସିନେମା ଜଗତରେ ଅଭିନୟ କରିବା ସହ ହିନ୍ଦୀ କଥାଚିତ୍ରରେ ମଧ୍ୟ ଆରମ୍ଭ କରିଦେଲେଣି।ତେବେ ସ୍ନିଗ୍ଧାଙ୍କ ସ୍ବାମୀଙ୍କ ନାମ ହେଉଛି ଜୟ ପ୍ରକାଶ ମହାନ୍ତି।ତେବେ ଜୟ ପ୍ରକାଶ ଜଣେ ସିନେମା ନିର୍ଦ୍ଦେଶକ ଅଟନ୍ତି।

ସ୍ନିଗ୍ଧା ନିଜର ଯୁକ୍ତ ତିନି ରେଭେନସା କଲେଜରେ ସମାଜ ବିଜ୍ଞାନ ବିଷୟରେ କରିଥିଲେ।ଏହା ସହ ସେ ନିଜର ପିଜି ପାଠ୍ୟକ୍ରମ ଉତ୍କଳ ବିଶ୍ୱବିଦ୍ୟାଳୟରେ କରିଥିଲେ।ତେବେ ପିଲାଦିନରୁ ହିଁ ସେ ଅଭିନୟ କରିବା ପ୍ରତି ଆଗ୍ରହ ଦେଖାଇଥିଲେ।ତେବେ ତାଙ୍କର ସେହି ଇଚ୍ଛା, ଦୃଢ଼ ମନୋଭାବ ଓ କଠିନ ପରିଶ୍ରମ ହିଁ ତାଙ୍କୁ ଆଜି ଏତେ ସଫଳତା ଦେଇଛି।ତେବେ ସେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ୧୯୮୦ ମସିହାରେ କରିଥିଲେ।୧୯୮୦ ମସିହାରେ ସେ ଅଗ୍ନି ସିନେମାରେ ଅଭିନୟ କରିଥିଲେ।

ଏହାପରେ ସେ ଗୋଟେ ପରେ ଗୋଟେ ଭଲ ଭଲ ସିନେମାରେ ଗୋଟେ ପରେ ଗୋଟେ ଭଲ ଭୂମିକା ନେଇ ଦର୍ଶକଙ୍କ ମନ କିଣି ଦେଇଥିଲେ।ତେବେ ସେ ପ୍ରଥମେ ପ୍ରଥମେ ନାୟିକା ଓ ସହ ନାୟିକା ଭାବରେ ଅଭିନୟ ମିଳୁଥିଲା।କିନ୍ତୁ କିଛି ବର୍ଷ ପରେ ଯେତେବେଳେ ତାଙ୍କୁ ଖଳନାୟିକା ଅଭିନୟରେ ଦେଖିଥିଲେ।ତେବେ ତାହା ମଧ୍ୟ ଲୋକ ବହୁତ ଭଲ ପାଇଥିଲେ।

ଏହା ସହ ମାଆ ସିନେମାରେ ତାଙ୍କର ମାଆଙ୍କର ଭୂମିକାରେ ଅଭିନୟକୁ ସିନେମା ଜଗତରେ ସତରେ ତୁଳନା କରିହେବ ନାହିଁ।ସେ ଏବେ ଯାଏଁ ୪୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ସିନେମାରେ ଅଭିନୟ କରିସାରିଛନ୍ତି।ତେବେ ଆଗକୁ ଏହିଭଳି ଅଭିନୟ କରିବେ ବୋଲି ଆମେ ଆଶା କରୁଛୁ।

Leave a Reply

Your email address will not be published. Required fields are marked *