ଶାନ୍ତନୁ ଏବଂ ହେମନ୍ତ ନାମକ ଦୁଇଜଣ ଘନିଷ୍ଟ ବନ୍ଧୁ ରହୁଥିଲେ।ସେତେବେଳେ ଶୀତ ସମୟ ଥିଲା ସେ ଗାଁ ଗାଁ ବୁଲି କମଳ ବିକ୍ରି କରୁଥିଲେ।ଗୋଟେ ଗାଁରେ ସେ ଦେଖିଲେ ଗୋଟେ କୁଡିଆ ଘରେ ଏକ ବୁଦ୍ଧ ମହିଳା ଶୀତରେ ଥରୁଥିଲା।ଏହା ଦେଖି ଶାନ୍ତନୁ ତାକୁ ଏକ କମଳଟିଏ ଦେଇ କହିଲା ମା ତମେ ଶୀତରେ ଥରୁଛ ଏହାକୁ ନେଇ ନିଜ ଦେହକୁ ଘୋଡାଇ ନିଅ।ବୁଢ଼ୀ ମା କହିଲା ତମକୁ ଦେବା ପାଇଁ କିଛି ନାହି କିନ୍ତୁ ତମେ ଟିକେ ଅପେକ୍ଷା କର ମୁଁ ତମକୁ କିଛି ଦେବାକୁ ଚାହୁଁଛି।
ଏହା କହି ସେ ଘର ଭିତରୁ ଗଲା ଆଉ ଏକ ସୁନ୍ଦର ଭଗବାନଙ୍କ ମୂର୍ତ୍ତି ଟିଏ ଆଣିଲା।ଏବଂ କହିଲା ଏହାକୁ ନେଇ ତମେ ତୁମର ଦୋକାନରେ ରଖ।ହେମନ୍ତ ସେହି ବୁଢ଼ୀ ମହିଳା ପାଖକୁ ଆସି କହିଲା କାହିଁକି ମାଉସୀ ଆମକୁ ମିଛ ଆଶା ଦେଉଛି।ଶାନ୍ତନୁ କିନ୍ତୁ ଭଗବାନଙ୍କ ଉପରେ ବିଶ୍ୱାସ କରୁଥିଲା ସେ ସେହି ଭଗବାନଙ୍କ ମୂର୍ତ୍ତିଟିକୁ ସାଥିରେ ଆଣିଲା।
ଏହା ପରେ ତାଙ୍କର ବେପାର ବଢ଼ିବାରେ ଲାଗିଲା।ଏହା ପରେ ସେମାନେ ଏକ ଦୋକାନ ଭଡ଼ା ନେଲେ ଆଉ ସେଠାରେ ଭଗବାନଙ୍କ ମୂର୍ତ୍ତି ରଖି ପୂଜା କଲେ।ଧୀରେ ଧୀରେ ସେମାନଙ୍କ ବେପାର ଏମିତି ବୃଦ୍ଧି ହେବାରେ ଲାଗିଲା ଯେ ସହରରେ ସେମାନଙ୍କର ବଡ଼ ବଡ଼ କପଡା ଦୋକାନ ଆଉ କପଡା ମିଲ ମଧ୍ୟ ହେଇଗଲା।
ବର୍ତ୍ତମାନ ଦୁଇ ଜଣ ନିଜର ବଡ ଘରେ ବାସ କରୁଥିଲେ।ଶାନ୍ତନୁର ଦୁଇଟି ପୁଅ ଥିଲା ଓ ସେ ତାହାର ବିବାହ ମଧ୍ୟ କରିଥିଲା।ହେମନ୍ତର ପୁଅ ବାହାଘର ସରିଥିଲା କିନ୍ତୁ ଝିଅ ବାହାଘର ବାକି ଥିଲା।ଗୋଟିଏ ଦିନ ଶାନ୍ତନୁ ବିଳମ୍ବରେ ଆସିଲା କିନ୍ତୁ ତାର ମୁହଁରେ ଏକ ଅଲଗା ଚମକ ଥିଲା।ଶାନ୍ତନୁ କହିଲା କି ସେ ସବୁଦିନ ୧୨ ଟାକୁ ଆସିବ ଓ ୫ ଟାକୁ ଚାଲିଯିବ।ଗୋଟିଏ ଦିନ ହେମନ୍ତର ଝିଅ ବାହାଘର ଠିକ ହେଲା ଓ ସେ ଶାନ୍ତନୁ ଘରକୁ ନିମନ୍ତ୍ରଣ ଦେବା ପାଇଁ ତା ଘରକୁ ଗଲା।
ସେ ଶାନ୍ତନୁ ବିଷୟରେ ପଚାରିବା କ୍ଷଣି ସେମାନେ ରାଗିକି କହିଲେ ଇଏ ଆପଣ କଣ କହୁଛନ୍ତି ଆପଣଙ୍କୁ ତ ଆମେ ଏହି କଥା ପଚାରିବା କଥା।ତେବେ ଶାନ୍ତନୁକୁ ଖୋଜିବା ପାଇଁ ସେ ଯେତେବେଳେ ତାର ରୁମକୁ ଗଲା ତ ସେ ଦେଖିଲା ତାର ଫଟୋରେ ଫୁଲମାଳ ପଡିଛି।ତାଙ୍କ ସ୍ତ୍ରୀ କହିଲେ କି ମୁଁ ଆଶା କରି ନଥିଲି କି ଆପଣ ଆମ ସହ ଏମିତି ମଜା କରିବେ ବୋଲି।
ହେମନ୍ତ କିଛି ବି ବୁଝି ପାରୁ ନଥିଲା।ତେବେ ଶାନ୍ତନୁର ମୃତ୍ୟୁ କଥା ଶୁଣି ସେ ବିଶ୍ୱାସ କରି ପାରିଲା ନାହିଁ।ତାର ମନେ ପଡ଼ିଲା କି ଶାନ୍ତନୁ କହିଥିଲା ମୁଁ ନ ଆସିଲେ ମୋ ପ୍ରଭୁ ତ ଆସିଲେ।ସେ କାନ୍ଦିବାକୁ ଲାଗିଲା କି ପ୍ରଭୁ ସତରେ ଅଛନ୍ତି।ସେ କହିଲା କି ହେ ପ୍ରଭୁ ଆପଣ କେତେ ମହାନ କାରଣ ଆପଣ ଆପଣଙ୍କ ଭକ୍ତର ମାନ ରଖିବା ପାଇଁ ପ୍ରତିଦିନ ମୋ ଦୋକାନକୁ ଆସୁଥିଲେ।ସେ ଦୋକାନକୁ ଯାଏ ଜୋର ଯୋରରେ କାନ୍ଦିବାକୁ ଲାଗିଲା।ସେ ଏହା ପରଠାରୁ ଭଗବାନଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଲା।