ରାତି ୧୨ ବେଳେ ସୁଟିଂ ରୁ ଫେରିବା ବେଳେ ଅଭିନେତ୍ରୀ Sila Tripathy ଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ,ଥାନା ରେ ପହଁଚିଲା ମାମଲା,ଗିରଫ ହେବେ ଦୋଷୀ

Spread the love

ସାଙ୍ଗମାନେ ଆପଣ ତ ଶ୍ରିଲା ତ୍ରିପାଠୀଙ୍କୁ ଜାଣିଥିବେ।ସେ ଓଡ଼ିଆ ସିରିଏଲ ଜଗତରେ ଏକ ନାମୀ ଦାମୀ କଳାକାର ଅଟନ୍ତି।ତେବେ ତାଙ୍କ ଉପରକୁ କାଲି ଆକ୍ରମଣ ହୋଇଥିବା କଥା ସେ କହିଛନ୍ତି। ସେ କହିଲେ କି ଗତକାଲି ରାତିରେ ମୁଁ ସୁଟିଂ ସାରି ଫେରିଲା ବେଳେ ତ ୧୨.୩୦ ଟାରୁ ୧୨.୪୫ ଭିତରେ ବହୁତ ଖରାପ ଘଟଣା ମୋ ସହିତ ଘଟିଛି,ସେଇଟା ହେଉଛି ମୋର ଗାଡ଼ି ଅଟକା ହେଇଛି।

ବହୁତ ଗୁଡ଼ିଏ ପିଲା ମୋ ଗାଡ଼ିକୁ ଅଟକାଇଥିଲେ।ଗାଡ଼ିକୁ ବାଡେଇବାକୁ ଲାଗିଲେ ଏବଂ ବଡ଼ ବଡ଼ ପଥର ମଧ୍ୟ ପକେଇଛନ୍ତି।ହୁଏତ ମୁଁ କାଲି ବଞ୍ଚିଁ ନଥାନ୍ତି।ଆଉ ମୁଁ ଆଜି ଆପଣଙ୍କ ପାଖରେ ନଥାନ୍ତି।ମୁଁ ସବୁ ଆର୍ଟିଷ୍ଟ ମାନଙ୍କୁ ଓ ପ୍ରଡକ୍ସନ ହାଉସକୁ ମଧ୍ୟ କହିବି କି ସମସ୍ତେ ସତର୍କ ରୁହନ୍ତୁ।ବେଶୀ ରାତି ପର୍ଯ୍ୟନ୍ତ କେହି କାମ କରିବେ ନାହିଁ କି କରିବାକୁ ଚାହିଁବେ ନାହିଁ।

ପ୍ରଡକ୍ସନ ଯେତେ ଫୋର୍ସ କରୁ ନା ନାହିଁ ଆମ ଜୀବନକୁ ଆମ ହାତରେ ନେଇ ଆମେ ଘରକୁ ଫେରୁଛୁ ନା ନାଇଁ ସେମାନେ ଆଉ ଦେଖୁନାହାନ୍ତି।ସେମାନେ ଛାଡିଦେଉଛନ୍ତି ବାସ ତାଙ୍କର କାମ ସରିଲା,ଆମେ ଘରକୁ ଫେରୁଛୁ କି ନାହିଁ ତାଙ୍କର କିଛି ବି ନାହିଁ ସେ ସବୁରେ।ଆମେ କେମିତି ପ୍ରୋଟେକ୍ସନରେ ଆସିବୁ ସେଇଟା ଆମ ଉପରେ ଡିପେଣ୍ଡ କରୁଛି ତ ମୁଁ ସମସ୍ତଙ୍କୁ ଏତିକି କହିବି ଯେ,୯ ଟା ପର୍ଯ୍ୟନ୍ତ କାମ କର ଆଉ ୯ ଟା ଭିତରେ ସବୁ ଲେଡୀ ଆର୍ଟିଷ୍ଟ ମାନଙ୍କୁ ଛାଡ଼ିଦିଅ।

ଯଦି କୌଣସି କାରଣରୁ ଲେଟ ହେଉଛି ତେବେ ଲେଡୀ ଆର୍ଟିଷ୍ଟ ମାନଙ୍କୁ ଛାଡ଼ିବା ବେଳେ ସୁରକ୍ଷିତ ଭାବରେ ନେଇ ତାଙ୍କୁ ଛଡାଯାଉ।ଡ଼୍ରାଇଭର ସହିତ ଏମିତି ଏକ ପିଲା ଥିବା ଯିଏକି ଆମକୁ ପ୍ରୋଟେକ୍ଟ କରିପାରିବ ଯାହାବି ଘଟିଲେ।କାଲି ଏମିତି ଏକ ଘଟଣା ଘଟିଗଲା ଯେ ମୁ ଏତେ ଡରି ଯାଇଛି କି କାଲି ରାତିରେ ଶୋଇପାରିନି କି ଖାଇନି,ଏବେ ପର୍ଯ୍ୟନ୍ତ ଯାହା ବି କହୁଛି ଯେ,ମୋ ଗୋଡ଼ ହାତ ଥରୁଛି ଆଉ ଜାଣିପାରିଲିନି କି ମୁଁ କେମିତି ବଞ୍ଚିଲି।

ଭଗବାନଙ୍କ ଦୟାରୁ ମୁଁ ବଞ୍ଚିଗଲି ସେଥି ପାଇଁ ମୁଁ ସମସ୍ତଙ୍କୁ କହୁଛି ଯେ,ଯେଉଁ ଓଡ଼ିଆ କଳାକାର ମାନେ ମୋ କଥା ଶୁଣିଲା ପରେ ମୋ ପାଖକୁ ଆସିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।ଆର୍ଟିଷ୍ଟ ମାନଙ୍କୁ ମୁଁ କହିବି ଯେ,ସମସ୍ତେ ଭାବିଚିନ୍ତି କାମ କରିବ ଲେଟ ନାଇଟ ପର୍ଯ୍ୟନ୍ତ କାମ କରିବେ ନାହିଁ।ଯଦି କୌଣସି ପ୍ରଡକ୍ସନ ମଧ୍ୟ ଫୋର୍ସ କରେ ତେବେ ମଧ୍ୟ କାମ କରିବେ ନି ଯଦି ପ୍ରୋଟେକସନ ଦେବେ ତେବେ ଆମେ କରିବେ ନହେଲେ ଜମା କରିବେ ନାହିଁ।

Leave a Reply

Your email address will not be published. Required fields are marked *