ଶିଶୁ ଡେରିରେ କଥା କହୁଛି କି ? ଜାଣନ୍ତୁ କାରଣ ଓ ନିରାକରଣ – ଏହି ଉପାୟ କରିଲେ ଅତି ଜଲ୍ଦି କଥା କହିବା ଆରମ୍ଭ କରିବ ଆପଣଙ୍କ ପିଲା..

Spread the love

ଶିଶୁ ଡେରିରେ କଥା କହିବା ଏହା କୌଣସି ରୋଗ ନୁହେଁ।ଶିଶୁ ପ୍ରଥମେ ୧୨-୧୫ ମାସ ଭିତରେ କିଛି କିଛି କଥା କହିବା ଆରମ୍ଭ କରିଥାନ୍ତି।କିନ୍ତୁ କିଛି ପିଲାମାନେ ଭଲ ଭାବରେ କଥା ହେବାପାଇଁ ଅନେକ ସମୟ ନେଇଥାନ୍ତି।କିଛି ପିଲା ନିଜର ସମସ୍ତ କାର୍ଯ୍ୟ କରିପାରୁଥିବେ କିନ୍ତୁ ସେମାନେ ଠିକରେ କଥା ହେଇ ପାରନ୍ତି ନାହିଁ।ଅନେକ ଘରେ ମା ମାନେ ନିଜର କାର୍ଯ୍ୟ କରିବା ପାଇଁ ଛୋଟ ପିଲାମାନଙ୍କୁ ମୋବାଇଲ କିମ୍ବା ଟିଭି ସାମ୍ନାରେ ବସେଇଦେଇ ନିଜ ନିଜର କାର୍ଯ୍ୟ କରିଥାନ୍ତି।ଫଳରେ ସେମାନଙ୍କୁ ତାଙ୍କ ପିଲା ହଇରାଣ କରେ ନାହିଁ।

ଯାହା ଫଳରେ ସେମାନେ ଅଧିକ ସମୟ ଅଯଥା ଟିଭି ଦେଖିବା ଫଳରେ ସେମାନେ କାହା ସହ କଥା ହେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।ଫଳରେ ପିଲାଟି ଅଧିକ ସମୟ ଚୁପ ରହିବ ପାଇଁ ପସନ୍ଦ କରେ।ଏହା ସହିତ କିଛି ପିତା ମାତା ନିଜର ଚାକିରି ପାଇଁ ବାରମ୍ବାର ନିଜର ଜାଗା ପରିବର୍ତ୍ତନ କରିଥାନ୍ତି।ଫଳରେ ପରିବେଶର ପ୍ରଭାବ ସେହି ପିଲା ଉପରେ ପଡ଼ିଥାଏ।ଯାହା ଫଳରେ ସେହି ପିଲା ପାଇଁ ଗୋଟିଏ ସ୍ଥାନରୁ ଯାଇ ଅନ୍ୟ ସ୍ଥାନର ଭାଷା ସହିତ ଖାପ ଖୁଆଇବା ପାଇଁ ଅଧିକ ସମୟ ଲଗିଥାଏ।ଫଳରେ ସେହି ପିଲାଟି ଚୁପ ରହିବା ପାଇଁ ପସନ୍ଦ କରେ।

ଆଗେ ଗୋଟିଏ ମା ନିଜର ଛୁଆକୁ ଖାଦ୍ୟ ଖୁଆଇବା ପାଇଁ କାହାଣୀ କହୁଥିଲେ ଅନେକ ଭୂତ କଥା କହି ମଧ୍ୟ କହୁଥିଲେ।ଫଳରେ ପିଲାଟି ସେହି ବିଷୟରେ ଅଧିକ ଜାଣିବା ପାଇଁ ବାରମ୍ବାର ପ୍ରଶ୍ନ କରୁଥିଲା କିନ୍ତୁ ଏବେକାର ମା ମାନେ ନିଜ ଛୁଆକୁ ମୋବାଇଲ ସାହାଯ୍ୟରେ ଭୁଲାଇ ଦେଇ ଖାଦ୍ୟ ଖୁଆଇ ଦେଉଛନ୍ତି।ଏପରି କରିବା ଫଳରେ ସେହି ପିଲାଟିର ଖାଦ୍ୟର ସଠିକ ଉପଯୋଗ ହେଉ ନାହିଁ ଏହା ସହିତ ପିଲାର କଥା ହେବାର ମଧ୍ୟ ଆବଶ୍ୟକ ପଡୁନାହିଁ।ଏହା ମଧ୍ୟ ପିଲା କଥା ନହେବାର ଅନ୍ୟ ଏକ କାରଣ।

ଏହା ସହିତ ଆମେ ଯାହା କରୁଛେ ସେମାନଙ୍କୁ ତାହା କହିକି କରିବା ଦ୍ଵାରା ସେମାନେ ଛୋଟବେଳୁ ସେହି ଜିନିଷକୁ ସହଜରେ ଜାଣିପାରନ୍ତି।ଏହା ସହିତ ପିଲାମାନେ ଖେଳିବାକୁ ଭଲ ପାଆନ୍ତି।କିନ୍ତୁ ଆଜି କାଲି ପିଲା ମାନେ ବାହାରେ ଖେଳିବା ଅପେକ୍ଷା ଘରେ ବସି ମୋବାଇଲରେ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି।ଫଳରେ ସେମାନେ ନିଜର ସାଙ୍ଗ ମାନଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି। ଅର୍ଥାତ ସେମାନେ ନିଜ ସାଙ୍ଗକୁ ଡାକିବା ସେମାନଙ୍କ ସହ କଥାହେବା ଖେଳ ବିଷୟରେ ଆଲୋଚନା କରିବା।ଏହି ସବୁ ହେଉ ନାହିଁ।ଫଳରେ ସେମାନେ ଚୁପ ରହିବାକୁ ପସନ୍ଦ କରୁଛନ୍ତି।

ଯଦି ଏହା ପରେ ମଧ୍ୟ ପିଲାଟି କଥା କହୁନାହିଁ ତେବେ ପିଲାଟିକୁ ନିଜର ବୟସର ସାଙ୍ଗ ମାନଙ୍କ ସହ ଅଧିକ ସମୟ ଅତିବାହିତ କରିବାକୁ ଦେବା ଆବଶ୍ୟକ ଫଳରେ ପିଲାଟିର କଥା କହିବାରେ କିଛି ଉନ୍ନତି ହେବ।ସେ ନିଜ ବୟସର ପିଲା ମାନଙ୍କ ସହ ମିଶିବ ଫଳରେ ସେ ସେମାନଙ୍କ ସହ କଥା ହେବା ପାଇଁ ଇଚ୍ଛା ପ୍ରକାଶ କରିବା। ପ୍ରଥମତଃ ଛୋଟ ପିଲା ମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବା ଆବଶ୍ୟକ।ଏହା ସହିତ ସେମାନଙ୍କ ସହ ଆମେ ନିଜେ ମଧ୍ୟ ଅଧିକରୁ ଅଧିକ କଥା ହେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *