ବର୍ଷ ଦିନରେ ଡେଙ୍ଗୁ ଜ୍ୱର ଠାରୁ କିଭଳି ଦୁରେଇ ରହିବେ – Dr Samir Ranjan Jena ଙ୍କ ଏହି କଥା ଉପାୟଗୁଡିକ କଲେ ଆପଣଙ୍କ ଡେଙ୍ଗୁ ମଶା ଠାରୁ ନିଜକୁ ସୁରକ୍ଷିତ ରଖି ପାରିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଡେଙ୍ଗୁ ରୋଗ ବିଷୟରେ କିଛି ବିଶେଷ ତଥ୍ୟ।ଡେଙ୍ଗୁ ଏକ ଭୁତାଣୁ ଜନିତ ରୋଗ ଅଟେ।ଏହା ଏଡିସ ମଶା କାମୁଡିବାଦ୍ୱାରା ହୋଇଥାଏ।ଏହି ମଶା ମାନେ ସାଧାରଣତଃ ସ୍ଥିର ପାଣିରେ ବସବାସ କରନ୍ତି।ଏବଂ ଏହି ମଶା ଗୁଡିକ ସାଧାରଣତଃ ଘର ପାଖରେ ଖାଲି ଟାୟାରରେ ପାଣି ଜମିଥିଲେ କିମ୍ବା ଫୁଲକୁଣ୍ଡରେ ପାଣି ଜମିଥିଲେ କି ଯେକୌଣସି ଘରୋଇ ଉପକାରଣରେ ପାଣି ଜମିଥିଲେ ସେହିଠାରେ ରହିଥାନ୍ତି।ଏବେ ଆସନ୍ତୁ ଜାଣିନେବା ଡେଙ୍ଗୁ ହେବାର କାରଣ କଣ?

ଡେଙ୍ଗୁ ରୋଗ ଡେଙ୍ଗୁ ଭୁତାଣୁ ଦ୍ୱାରା ହୋଇଥାଏ।ଏହି ଭୁତାଣୁ ସାଧାରଣତଃ ଚାରି ପ୍ରକାର।ଏହାକୁ ମେଡ଼ିକାଲ ଟର୍ମରେ କହିଲେ ଏହା ଡେନ ୧ରି ଡେନ ୪ ପର୍ଯ୍ୟନ୍ତ ହୋଇଥାଏ।ଏହା ମଣିଷ ଶରୀର ମଧ୍ୟକୁ ଯାଇ କ୍ଷତି ପହଞ୍ଚାଇ ଥାଏ ଏବଂ ତାହା ଦ୍ୱାରା ବ୍ୟକ୍ତିକୁ ଡେଙ୍ଗୁ ଜ୍ୱର ହୋଇଥାଏ।ଏବେ ଆସନ୍ତୁ ଜାଣିବା ଡେଙ୍ଗୁ ଜ୍ୱରର ଲକ୍ଷଣ କଣ?ଯେହେତୁ ଡେଙ୍ଗୁ ଏକ ଭାଇରାଲ ଜ୍ୱର ସେଥିପାଇଁ ଅଲଗା ଭାଇରାଲ ଜ୍ୱରରେ ଯେଉଁଭଳି ଲକ୍ଷଣ ଦେଖାଯାଏ ଡେଙ୍ଗୁରେ ମଧ୍ୟ ସେହିଭଳି ଲକ୍ଷଣ ଦେଖାଯାଇଥାଏ।

ଯେପରିକି ଜ୍ୱର ହେବା, ଦେହ ହାତ ବିନ୍ଧା ହେବା, ଆଖି ନାଲି ପଡ଼ିବା, ପତଳା ଝାଡା ହେବା, ମୁଣ୍ଡ ବିନ୍ଧା ହେବା ଏହି ସବୁ ମଧ୍ୟ ଡେଙ୍ଗୁର ଲକ୍ଷଣ ହୋଇଥାଏ।ଡେଙ୍ଗୁରେ କିଛି ଲକ୍ଷଣ ବହୁତ ଅଧିକ ପରିମାଣରେ ଦେଖାଯାଇଥାଏ ଯାହାକି ମୁଣ୍ଡ ବ୍ୟଥା ଅଧିକ ହେବା ଆଖିର ପଛ ପାଖ ବ୍ୟଥା ହେବା ଏବଂ ଆଣ୍ଠୁ ଗଣ୍ଠି ପ୍ରବଳ ଜୋରରେ ବିନ୍ଧା ହେବା।ଏବଂ ଆଉ କେତେକ ଲୋକଙ୍କ ଠାରେ ଦେଖାଯାଏ ନାଲି ନାଲିର ଦେହରେ ଛାଲ ପଡିଯାଏ।

ଯଦି ଆପଣଙ୍କୁ ଲାଗୁଛି ଡେଙ୍ଗୁ ଲକ୍ଷଣ ଅଛି ତେବେ ଆପଣ ଡାକ୍ତର ଖାନାରେ ରାପିଡ ଟେଷ୍ଟ କରନ୍ତୁ।ଏହି ଡେଙ୍ଗୁ କୀଟ ଟେଷ୍ଟରେ ବହୁତ ସ୍ୱଳ୍ପ ସମୟରେ ଆମେ ଜାଣିପାରିବା ବ୍ୟକ୍ତିଟି ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଛି ନା ନାହିଁ।ଏବେ ଆସନ୍ତୁ ଜାଣିବା ଡେଙ୍ଗୁ ରୋଗର ଚିକିତ୍ସା ପାଇଁ କଣ କରିବା ଉଚିତ।ଡେଙ୍ଗୁ ଜ୍ୱରର ଲକ୍ଷଣ ଦେଖି ରୋଗୀର ଚିକିତ୍ସା କରାଯାଇଥାଏ।

ଯଦି ରୋଗୀ ଅଧିକ ଦୁର୍ବଳ ଅନୁଭବ କରୁଛି ତେବେ ତାକୁ ରେଷ୍ଟ କରିବାକୁ କୁହାଯାଇଥାଏ।ଏବଂ ଏହି ସମୟରେ ଡିହାଇଡ୍ରେସନ ହୋଇଥାଏ ଏଥିପାଇଁ ରୋଗୀକୁ ପ୍ରଚୁର ପରିମାଣର ପାଣି ମଧ୍ୟ ପିଇବାକୁ କୁହାଯାଇଥାଏ।ଏବଂ ଯେଉଁ ମାନଙ୍କ ପ୍ରବଳ ମୁଣ୍ଡ ବିନ୍ଧା ହୁଏ ଜ୍ୱର ଆସେ।ରୋଗୀଙ୍କ ଦେହକୁ ପୋଛା ପୋଛି କରିବା ଉଚିତ।ପାରାସିଟାମଲ ଖାଇବାପାଇଁ କହୁ।

କିନ୍ତୁ ଆପଣ ଯଦି ଡେଙ୍ଗୁରେ ଜ୍ୱର ପାଇଁ କିଛି ଔଷଧ ଖାଇବାକୁ ପଡେ ତେବେ ଡାକ୍ତରଙ୍କ ପରାମର୍ଶରେହିଁ ଔଷଧ ଆଣନ୍ତୁ।ଡେଙ୍ଗୁରେ ସାଧାରଣତଃ ତିନିରୁ ଚାରିଦିନ ପର୍ଯ୍ୟନ୍ତ ଜ୍ୱର ରୁହେ।ସେହି ଷ୍ଟେଜରେ ଜଟିଳତା ଆରମ୍ଭ ହୁଏ।ଯେପରି ବିଭିନ୍ନ ସ୍ଥାନରୁ ରକ୍ତ ସ୍ରାବ ହେବା।ପ୍ଲାଟିଲେଟ କମିଯିବା।ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ପାଣି ଜମିଯିବା ଆଦି।ସୁସ୍ଥ ହେବା ପାଇଁ ସାତରୁ ଦଶ ଦିନ ଲାଗେ।୮୦ ଏବଂ ୮୫ ପ୍ରତିଶତ ଡେଙ୍ଗୁ ରୋଗୀଙ୍କ ଜଟିଳତା କିଛି ହୋଇନଥାଏ।

ଏବେ ଆସନ୍ତୁ ଜାଣିବା ଡେଙ୍ଗୁକୁ ରୋକିବା କିପରି।ଏହା ମଶା କାମୁଡିବା ଦ୍ୱାରା ହୋଇଥାଏ।ଏବଂ ଏହି ମଶା ମାନେ ସାଧାରଣତଃ ଦିନ ସମୟରେ ଲୋକଙ୍କୁ କାମୁଡି ଥାଏ।ଏହି ମଶା ମାନେ ସ୍ଥିର ପାଣିରେ ବଢ଼ିଥାନ୍ତି।ଏଥିପାଇଁ ଆପଣ ନିଜ ଚାରିପାଖ ପରିଷ୍କାର ରଖନ୍ତୁ।ଏବଂ ଖାଲି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।ଯଦି ଆପଣଙ୍କୁ ଏହି ମଶା କାମୁଡି ନଥାଏ ତେବେ ଆପଣଙ୍କୁ ଡେଙ୍ଗୁ ହେବ ନାହିଁ।

Leave a Reply

Your email address will not be published. Required fields are marked *