ଯେବେ ଭିକାରୀ କୁ ATM ରେ ଦେଖି ପୋଲିସ ତାଙ୍କ ବସ୍ତା ତଲାସୀ କଲା ତା ଭିତରେ ଯାହା ବାହାରିଲା ଜାଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ

Spread the love

ଏହି ଦୁନିଆରେ ଅନେକ ଲୋକ ଅଳ୍ପ କିଛି ଟଙ୍କା ରୋଜଗାର କରିବା ପାଇଁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ଯେପରିକି ସେମାନେ ଅନେକ କଷ୍ଟ କରିବା ପରେ ଯାଇ କିଛି ଟଙ୍କା ରୋଜଗାର କରିଥାନ୍ତି।କିନ୍ତୁ ଏହି ଦୁନିଆରେ ଏପରି ଏକ ବୃତ୍ତି ରହିଛି କାହାକୁ ବିନା ପରିଶ୍ରମରେ ମଧ୍ୟ କରାଯାଇପାରେ।ତେବେ ତାହା ହେଉଛି ଭିକ୍ଷାବୃତି।ଆପଣ ମାନେ ଦେଖିଥିବେ ଆଜିକାଲି ଭିକାରୀ ମାନଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି।ତେବେ ଆମେ ବର୍ତ୍ତମାନ କିଛି ଭିକାରୀ ମାନଙ୍କ ବିଷୟରେ ଆଲୋଚନା କରିବା।

ସାଇମନ ରାଇଟ:- ସେ ଜଣେ ଏପରି ଏକ ଭିକାରୀ ଯିଏକି ଲଣ୍ଡନର ଏକ ରାସ୍ତାରେ ପ୍ରତିଦିନ ଭିକ ମାଗି ଥାଏ।ସେ ପ୍ରତିଦିନ ପ୍ରାୟ ଆଠ ଘଣ୍ଟା ଭିକ ମାଗି ଥାଆନ୍ତି।ସେ ପ୍ରତିଦିନ ଏପରି ଭାବରେ ଭିକ ମାଗି ବାର୍ଷିକ ପ୍ରାୟ ପଚାଶ ହଜାର ପାଉଣ୍ଡ ଆମଦାନୀ କରି ଦେଇଥାନ୍ତି।ଯାହା ଆମ ଭାରତୀୟ ମୁଦ୍ରାରେ ପ୍ରାୟ ପଚାଶ ଲକ୍ଷ ଟଙ୍କା।ତାଙ୍କର ଏକ ଘର ରହିଛି ଯାହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା।

ଆୟେଶା :- ଏହି ବୁଢୀ ମହିଳା ସାଉଦିର ଏକ ରାସ୍ତା କଡ଼ରେ ବସି ଭିକ ମାଗି ଥାଏ।ସେ ପ୍ରତିଦିନ ଭିକ ମାଗି ମାଗି ପ୍ରାୟ ୩୦ ହଜାର ସାଉଦି ଟଙ୍କା ସଞ୍ଚୟ କରିଥିଲା।ହେବେ ତାର ମୃତ୍ୟୁ ହୋଇଗଲା ସେହି ସମୟରେ ଯେତେବେଳେ ତାଙ୍କର ସମ୍ପତ୍ତିର ଅନୁସନ୍ଧାନ କରାଗଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସେ ସଞ୍ଚୟ କରିଥିବାର ସମସ୍ତ ଟଙ୍କା ଭାରତୀୟ ମୁଦ୍ରାରେ ପ୍ରାୟ ପାଞ୍ଚ କୋଟି ଟଙ୍କା ହେବ।

ଇରୱିନ କରେ:- ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜ ଜୀବନର ପ୍ରାରମ୍ଭିକ ସମୟରେ ହାସ୍ୟ କଳାକାର ଭାବରେ ଅଭିନୟ କରୁଥିଲେ କିନ୍ତୁ ଏହାପରେ କୌଣସି କାରଣରୁ ତାଙ୍କୁ ଭିକ୍ଷାବୃତି କରିବାକୁ ପଡ଼ିଥିଲା।ଏହାପରେ ତାଙ୍କର ମୃତ୍ୟୁ ପରେ ଏହା ଜଣାପଡ଼ିଲା ଯେ ତାଙ୍କ ପାଖରେ ପ୍ରାୟ ୨୬ କୋଟି ଟଙ୍କା ରହିଛି।ଏହାପରେ ସମସ୍ତେ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସେ ନିଜର ସମସ୍ତ ଟଙ୍କାକୁ ସଞ୍ଚୟ କରି ରଖୁଥିଲେ।

ତେବେ ଜଣେ ଫଟୋ ଉତ୍ତଳନକାରି ଏକ ଫଟୋ ଉଠାଇଥିଲେ ଯେଉଁଥିରେ ଏକ ଭିକାରୀ ନିଜର ଝିଅକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ନିଜର ଜାକେଟ ଖୋଲି ପିନ୍ଧାଇଲା।କିନ୍ତୁ ସେହି ଫଟୋ ଉତ୍ତଳନକାରି ଯେତେବେଳେ ନିଜର ଘରକୁ ଯାଇ ସେହି ଫଟୋକୁ ଭଲ ଭାବରେ ଦେଖିଲା ସେ ଦେଖିବାକୁ ପାଇଲା କି ସେହି ଜାକେଟ ପକେଟରେ ଏକ ସବୁଠାରୁ ମହଙ୍ଗା ଗାଡ଼ିର ଚାବି ଥିଲା।ଏହା ପ୍ରମାଣ କରୁଛି ସେହି ଭିକାରୀ ଜଣଙ୍କ କେତେ ଧନୀ ହୋଇଥିବେ।

ଗେରି ଥମ୍ସନ:- ଏହି ବ୍ୟକ୍ତି ଜଣଙ୍କ ଆମେରିକାର ଏକ ରାସ୍ତାରେ ଏକ ହ୍ବିଲ ଚେୟାର ଉପରେ ବସି ଲୋକ ମାନଙ୍କୁ ଭିକ ମଗୁଥିଲା।ସମସ୍ତେ ମଧ୍ୟ ତାର ଅବସ୍ଥା ଦେଖି ତାଙ୍କୁ ଭିକ ଦେଉଥିଲେ।କିନ୍ତୁ ଦିନେ ଏକ ଲୋକ ତାଙ୍କୁ ଧରି ନେଇଥିଲା ଓ ଶେଷରେ ଏହା ଜଣା ପଡିଥିଲା କି ସେ ସମ୍ପୂର୍ଣ୍ଣ ସୁସ୍ଥ।ତେବେ ସେ କହିଥିଲେ କି ସେ ବାର୍ଷିକ ପ୍ରାୟ ଏକ ଲକ୍ଷ ଡ଼ଲାର ଭିକ ମାଗି ରୋଜଗାର କରି ଦେଇଥାନ୍ତି।ଏହା ସହିତ ସେ ମିଛ କହୁଥିବା କାରଣରୁ ତାଙ୍କୁ ଜେଲ ଦଣ୍ଡ ମଧ୍ୟ ଦିଆ ଯାଇଥିଲା।

Leave a Reply

Your email address will not be published. Required fields are marked *