ପୋଷ୍ଟ ଅଫିସର ଏହି ସ୍କିମରେ ଆପଣ ମାତ୍ର ୫୦ ଟଙ୍କା Invest କରି ମଧ୍ୟ ଲକ୍ଷପତି ହୋଇପାରିବେ,ପାଇବେ ପୁରା ୩୫ ଲକ୍ଷ ଟଙ୍କା,କିପରି ପାଇବେ…ଦେଖନ୍ତୁ Video

Spread the love

ତେବେ ପୋଷ୍ଟ ଅଫିସରେ ଏପରି ଅନେକ ଯୋଜନା ରହିଛି ଯାହା ଆମକୁ ଅନେକ ଲାଭ ଦେଇ ପାରିବ।ତେବେ ଏହି ଯୋଜନା ମଧ୍ୟରୁ ଆମେ ବର୍ତ୍ତମାନ ଏପରି ଏକ ଯୋଜନା ସମ୍ପର୍କରେ ଆଲୋଚନା କରିବା ଯେଉଁ ଯୋଜନା ଆମକୁ ଅନେକ ପ୍ରକାରର ଲାଭ ଦେଇଥାଏ।ଏହା ସହିତ ଏହି ଯୋଜନା ଫଳରେ ଆପଣ ଅଳ୍ପ ବିନିଯୋଗ କରି ବହୁତ ଅଧିକ ଲାଭ ପାଇ ପାରିବେ।ଏହା ସହିତ ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନିରାପଦ ଅଟେ।

ତେବେ ଏହି ଯୋଜନାର ନାମ ହେଉଛି ଗ୍ରାମ୍ୟ ସୁରକ୍ଷା ଯୋଜନା।ତେବେ ଏହି ଯୋଜନାରେ ଆପଣଙ୍କୁ ଅନେକ ଫାଇଦା ମିଳି ପାରିବ।ଏହି ଯୋଜନାରେ କୌଣସି ପ୍ରକାରର ବିପଦ ମଧ୍ୟ ନାହିଁ।ଯାହା ଫଳରେ ଏହା ଆପଣଙ୍କ ପାଇଁ ସମ୍ପର୍ଣ୍ଣ ଭାବରେ ନିରାପଦ ଅଟେ।ତେବେ ଏହି ଯୋଜନାରେ ଆପଣ ପ୍ରତି ମାସରେ ୧୫୦୦ ତାଙ୍କ ଜମା କରି ପାରିବେ।

ଯାହା ଫଳରେ ଆପଣ ନିୟମିତ ଭାବରେ ଯଦି ଏହି ଯୋଜନାରେ ନିଜର ଟଙ୍କା ଜମା କରିବେ ତେବେ ଆପଣଙ୍କୁ ଏହା ଶେଷ ହେବା ସମୟରେ ପ୍ରାୟ ୩୫-୩୬ ଲକ୍ଷ ଟଙ୍କାର ଲାଭ ମିଳି ପାରିବ।ତେବେ ଏହି ଯୋଜନାରେ ସର୍ବନିମ୍ନ ବିମା ରାଶି ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇ ପାରେ।ତେବେ ୧୯ ବର୍ଷରୁ ୫୬ ବର୍ଷ ପର୍ଯ୍ୟନ୍ତ ଯେ କୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ଅଂଶ ଗ୍ରହଣ କରି ପାରିବେ।

ଏହା ସହିତ ଏହି ଯୋଜନାର ପ୍ରିମିୟମ ଟଙ୍କା ଆପଣ ମାସିକ ତ୍ରୟ ମାସିକ ଓ ୬ ମାସିକ ଭାବରେ ଜମା କରି ପାରିବେ।ତେବେ ଏହି ଯୋଜନାରେ ଆପଣ ଲୋନ ମଧ୍ୟ ନେଇ ପାରିବେ।ଏହା ସହିତ ଏହି ଯୋଜନାରେ ଆପଣ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଆପଣ ଏହି ଯୋଜନାକୁ ଭାଙ୍ଗି ମଧ୍ୟ ପାରିବେ।

ତେବେ ଏହି ଯୋଜନାରେ ଆପଣ ଯଦି ଏହାକୁ ଅଳ୍ପ ସମୟ ପରେ ଭାଙ୍ଗି ଦେବେ ତେବେ ଏହା ଆପଣଙ୍କୁ ଅଧିକ ଲାଭ ଦେବ ନାହିଁ।ଏହା ସହିତ ଆପଣ କେବଳ ନିଜର ଜମା କରିଥିବା ରାଶି ହିଁ ନେଇ ପାରିବେ।ତେବେ ଯଦି ଜଣେ ୧୯ ବର୍ଷ ବୟସର ବ୍ୟକ୍ତି ଏହି ଯୋଜନାର ୧୦ ଲକ୍ଷ ଟଙ୍କାର ପଲିସି କିଣିବେ ତେବେ ତାଙ୍କୁ ମାସିକ ୧୫ ଶହ ଟଙ୍କା ଦେବାକୁ ପଡିବ।

ଏହାସହିତ ଯଦି ଜଣେ ବ୍ୟକ୍ତି ୫୮ ବର୍ଷ ବୟସ ପର୍ଯ୍ୟନ୍ତ ପଲିସି କିଣିବେ ତେବେ ଆପଣଙ୍କୁ ମାସିକ ୧୪୬୩ ଟଙ୍କାର ପଲିସି ଦେବାକୁ ପଡ଼ିବ।ଏହା ସହିତ ଆପଣ ଯଦି ୬୦ ବର୍ଷ ପାଇଁ ପଲିସି କିଣିବେ ତେବେ ଆପଣଙ୍କୁ ମାସିକ ୧୪୧୧ ଟଙ୍କା ଦେବାକୁ ପଡିବ।ତେବେ ଏପରି ହେବା ଫଳରେ ଆପଣଙ୍କୁ ୫୫ ବର୍ଷ ପାଇଁ ୩୧,୬୦,୦୦୦,୫୮ ବର୍ଷ ପାଇଁ ୩୩,୪୦,୦୦୦ ଓ ୬୦ ବର୍ଷ ପାଇଁ ୩୪,୬୦,୦୦୦ର ଲାଭ ପାଇବେ।ତେବେ ଏହା ସମ୍ପର୍କରେ ଆପଣ ଯଦି ଅଧିକ ତଥ୍ୟ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିକଟସ୍ଥ ପୋଷ୍ଟ ଅଫିସ ସହିତ ସମ୍ପର୍କ କରନ୍ତୁ।

Leave a Reply

Your email address will not be published. Required fields are marked *